ଏସିଆ ବାହାରେ ପ୍ରଥମ କରୋନା ମୃତ୍ୟୁ

ପ୍ୟାରିସ୍‌,୧୬ା୨(ଏଏଫ୍‌ପି): ଏସିଆ ମହାଦେଶ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ଫ୍ରାନ୍ସରେ ଘଟିଛି। ଚାଇନାରୁ ଯାଇଥିବା ଜଣେ ୮୦ ବର୍ଷୀୟ ପର୍ଯ୍ୟଟକ ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଫ୍ରାନ୍ସ ସ୍ବାସ୍ଥ୍ୟମନ୍ତ୍ରୀ ଆଗ୍ନେସ୍‌ ବୁଜିନ୍‌ ସୂଚନା ଦେଇଛନ୍ତି। କରୋନା ସଂକ୍ରମିତ ଏହି ବ୍ୟକ୍ତିଙ୍କୁ ପ୍ୟାରିସ୍‌ର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିଲା ବୋଲି ବୁଜିନ୍‌ କହିଛନ୍ତି। ଚାଇନାରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୦୦ ଟପିଥିବାବେଳେ ୬୬,୦୦୦ରୁ ଊର୍ଦ୍ଧ୍ୱ ଏଥିରେ ଆକ୍ରନ୍ତ ଥିବା ଜଣାପଡିଛି। ଚାଇନା ବାହାରେ ଫିଲିପାଇନ୍ସ, ହଂକଂ ଏବଂ ଜାପାନରେ ଜଣେ ଲେଖାଏ ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ହୁବେଇ ପ୍ରଦେଶ ଓ ଏହାର ରାଜଧାନୀ ଉହାନରେ ୫୬ ନିୟୁତ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଚାଇନା ବାହାରେ ୬୦୦ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୟୁରୋପୀୟ ୟୁନିୟନରେ ୩୫ ଜଣ ରହିଛନ୍ତି। ଫ୍ରାନ୍ସରେ ଏବେ ୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ: ଆସନ୍ତା ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ପାରେ

ଲଣ୍ଡନ,୨୪।୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ମାନବ ଶରୀରରେ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ତେବେ ଏହା ବ୍ୟବହାର ଲାଗି ଉପଲବ୍ଧ...

କରୋନା ମୃତକଙ୍କ ପାଇଁ ସ୍ପେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ

ବାର୍ସେଲୋନା,୨୭।୬: କରୋନା ଭୂତାଣୁ ସାରା ବିଶ୍ୱର ୨୧୩ଟି ଦେଶକୁ ବ୍ୟାପିଲାଣି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ...

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ...

ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ।...

ଗୋଟିଏ ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି-ଇମ୍ରାନ

ନ୍ୟୁୟର୍କ,୯।୯: ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

Leave a comment

Your email address will not be published. Required fields are marked *