ଏଜିଆର୍‌ ବକେୟା ପଇଠ କରିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୧୬।୨: ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ବାବଦ ବକେୟା ଅର୍ଥ ପ୍ରଦାନ କରିବାକୁ ଭୋଡାଫୋନ-ଆଇଡିଆ ସମ୍ମତି ପ୍ରଦାନ କରିଛି। ଏହି ବାବଦରେ କେତେ ଅର୍ଥ ପ୍ରଦାନ କରାଯିବ ସେ ନେଇ କମ୍ପାନୀ ବର୍ତ୍ତମାନ ବିଚାର କରୁଛି। କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଥିବା ବେଳେ ଭାରତରେ ଏହାର ବାଣିଜ୍ୟ ପରିଚାଳନା ଆଗକୁ ଚାଲିବ କି ନାହିଁ ସେ ନେଇ ଆଶଙ୍କା ପ୍ରକଟ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବକେୟା ଏଜିଆର୍‌ ଦେୟ ପଇଠ କରିବା ଲାଗି ପ୍ରସ୍ତୁତିରେ ରହିଥିବା କମ୍ପାନୀ ଶନିବାର ମତ ପ୍ରକାଶ କରିଛି। ଏଜିଆର୍‌ ଦେୟର ପୁନର୍ବିଚାର କରିବା ଲାଗି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି। ଭାରତ ବାଣିଜ୍ୟର ଭବିଷ୍ୟତ କ’ଣ ରହିବ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ବୋଲି କମ୍ପାନୀ କହିଛି। ଏଥିରୁ ବୁଝାପଡୁଛି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଯଦି କିଛି କୋହଳ ବ୍ୟବସ୍ଥା କରନ୍ତି ତେବେ କମ୍ପାନୀ ଦେୟ ପଇଠ କରିବା ସହ ଭାରତରେ ବ୍ୟବସାୟ କରିପାରିବ।
ଆଗାମୀ କିଛି ଦିନରେ ବକେୟା ରାଶି ପଇଠ କରାଯିବ ବୋଲି ଭୋଡାଫୋନ-ଆଇଡିଆଇ ପକ୍ଷରୁ ବିଏସ୍‌ଇକୁ ଏକ ଫାଇଲିଂରେ କୁହାଯାଇଛି। ଏହି କମ୍ପାନୀ ଉପରେ ବର୍ତ୍ତମାନ ପ୍ରାୟ ୫୩,୦୩୮ କୋଟି ଟଙ୍କାର ବକେୟା ରହିଛି। ଏହା ମଧ୍ୟରେ ୨୪,୭୨୯ କୋଟି ଟଙ୍କାର ସ୍ପେକ୍ଟ୍ରମ ବକେୟା ଏବଂ ୨୮,୩୦୯ କୋଟି ଟଙ୍କାର ଲାଇସେନ୍ସ ଫି ଦେୟ ବାକି ରହିଛି। ସରକାର କମ୍ପାନୀକୁ ଯଦି କୌଣସି ରିହାତି ପ୍ରଦାନ ନ କରନ୍ତି, ତେବେ କାରବାର ବନ୍ଦ ହୋଇଯିବ ବୋଲି ଏହା ପୂର୍ବରୁ ଚେତାବନୀ ଦେଇସାରିଛି। ଡିସେମ୍ବର ତ୍ରୈମାସରେ କମ୍ପାନୀର କ୍ଷତି ବର୍ତ୍ତମାନ ଯାଏ ସର୍ବାଧିକ ରହିଛି। ଏଭଳି ସ୍ଥିତିରେ କାରବାର ଆଗକୁ ବଢ଼ାଇବା କଷ୍ଟକର ହେଉଥିବା କମ୍ପାନୀ ସୂଚନା ଦେଇଛି। ଏଣୁ ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ପରେ ହିଁ କମ୍ପାନୀ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିଚାର କରିବ। ଏଜିଆର୍‌ ମାମଲାରେ ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୭ରେ ହେବ ବୋଲି ଜଣାପଡିଛି। ସେହିଭଳି ଆଗାମୀ ଶୁଣାଣି ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ପଇଠ କରିବାକୁ ଭାରତୀ ଏୟାରଟେଲ କହଛି। ବଜେୟା ପ୍ରଦାନରେ କମ୍ପାନୀଗୁଡିକ ବିଳମ୍ବ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଚାର କରାଯାଉଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

କର୍ପୋରେଟ ଟିକସ ହ୍ରାସ ଐତିହାସିକ: ମୋଦି

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ, ମିନିମମ୍‌ ଅଲ୍ଟରନେଟ ଟିକସ ଓ କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନିଆଯାଇଥିବା ଘୋଷଣା କରିବା...

ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର...

ଜାନୁୟାରୀରୁ ଯାନ ଦର ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା...

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

ମାନ୍ଦାବସ୍ଥା ଦୂର ଲାଗି ଯଥା ସମ୍ଭବ ପ୍ରୟାସ ହେଉଛି: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧୯-୯: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଥିବା ସରକାରଙ୍କ ଥିଙ୍କ ଟ୍ୟାଙ୍କ...

ଭତ୍ତା ସହ ସ୍କିଲ୍‌ ଟ୍ରେନିଂ ନେବେ ୫ କୋଟି ଏମ୍‌ଜିଏନଆର୍‌ଇଜିଏ ଶ୍ରମିକ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସାମିଲ ୫ କୋଟି ଶ୍ରମିକଙ୍କୁ ଦକ୍ଷିତା ପ୍ରଶିକ୍ଷଣ ଦେବେ। ସେମାନଙ୍କୁ ଯେପରି ଉନ୍ନତ ରୋଜଗାର ମିଳିବ ସେଥିପାଇଁ ସେମାନଙ୍କର...

ଓ୍ବାର୍କ ଫ୍ରମ୍‌ ହୋମ୍‌ ଚାକିରି ଲାଗି ଅଧିକ ଲୋକ ସର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୨୪।୫: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ ହେବା ପରେ ବର୍ତ୍ତମାନ ଲୋକଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ୍‌ ହୋମ୍‌) କରିବାକୁ ପଡୁଛି। ଅସୁବିଧା ପାଇଁ ଏଭଳି...

Leave a comment

Your email address will not be published. Required fields are marked *