ସେବା ସମବାୟ ସମିତିରେ ପକାଇଲେ ତାଲା

ବଇଣ୍ଡା,୧୬।୨(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ସାନହୁଲା ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ ଚାଷୀଙ୍କୁ ଧାନ କିଣାରେ ଅଣଦେଖା କରାଯାଉଥିବା ପ୍ରତିବାଦ କରି କେତେଜଣ ଚାଷୀ ଶନିବାର ସମବାୟ ସମିତିରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ କହିଛନ୍ତି, ପେଡ଼ିପଥର, ସାନହୁଲା, କୁରୁମଟାବ, କୁର୍ତ୍ତିବାସପୁର ପଞ୍ଚାୟତ ଅଧୀନ ୩୧ ଗ୍ରାମର ଚାଷୀ ଏହି ସୋସାଇଟି ଉପରେ ନିର୍ଭରଶୀଳ। ପ୍ରତ୍ୟେକ ବର୍ଷ ଏଠାରେ ଚାଷୀମାନେ ଅମଳ କରିଥିବା ଧାନକୁ ବିକ୍ରି କରୁଥିବାବେଳେ ଚଳିତ ବର୍ଷ ୩୪୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏପରିକି ଟୋକନ ମଧ୍ୟ ପାଇଛନ୍ତି। ହେଲେ ସେମାନେ ଧାନ ବିକ୍ରି କରିବାକୁ ସୋସାଇଟିକୁ ଆଣୁଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଶନିବାର କେତେଜଣ ଚାଷୀଙ୍କ ଧାନ ଗ୍ରହଣ କରାଯିବ ନାହିଁ ବୋଲି ସୋସାଇଟି ପକ୍ଷରୁ କୁହାଯାଇଥିଲା। ପରେ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଫଳରେ ଗଦା ହୋଇ ରହିଥିବା ଧାନ କିଣାଯାଇ ପାରି ନ ଥିଲା। ଖବରପାଇ ଆଠମଲ୍ଲିକ ବ୍ଲକ ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର, ଠାକୁରଗଡ଼ ଥାନା ଆଇଆଇସି ଗବାକ୍ଷ ନାୟକ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିବା ପରେ ଫାଟକ ଖୋଲା ଯାଇଥିଲା। ଏ ନେଇ ସୋସାଇଟି ସଭାପତି ପ୍ରଭାକର ପ୍ରଧାନ କହିଛନ୍ତି, କେତେଜଣ ଚାଷୀ ଟୋକନ କରି ନ ଥିବାବେଳେ ଧାନ ବିକ୍ରି ପାଇଁ କହିଥିଲେ। ବିନା ଟୋକନରେ ଧାନ କିଣାର ନିୟମ ନ ଥିବା କୁହାଯିବାରୁ ଉତ୍‌କ୍ଷିପ୍ତ ହୋଇ ସେମାନେ ତାଲା ପକାଇ ଦେଇଥିଲେ। ଯୋଗାଣ ଅଧିକାରୀ ଇତିରଞ୍ଜନ ପାତ୍ର କହିଛନ୍ତି, ଯେଉଁମାନେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକୃତ କରିନାହାନ୍ତି ସେହି ଚାଷୀମାନେ ସମିତିରେ ତାଲା ପକାଇ ଦେଇଥିଲେ। ସେମାନଙ୍କୁ ଉପଜିଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ କୁହାଯାଇଛି।


All Right Reserved By Dharitri.Com

ପଲିଥିନ ଯାଞ୍ଚ ସମୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୬।୮ ପୌରପାଳିକା ପକ୍ଷରୁ ସୋମବାର ଅପରାହ୍ନରେ ସହରର ବ୍ଲକ ଛକରେ ଥିବା ବିଭିନ୍ନ ଫଳ ଦୋକାନରେ ପଲିଥିନ ଚଢ଼ାଉ କରାଯାଇଥିଲା। ଏହି ସମୟରେ...

ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ...

ଘୁମୁରା, ସାନ୍ତାଳୀ ନୃତ୍ୟରେ ଝୁମିଲେ ଦର୍ଶକ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.) ପାଲଲହଡ଼ାରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ ବିଭିନ୍ନ ସାଂସ୍କୃତିକ ଦଳର ଲୋକଗୀତ, ଲୋକନୃତ୍ୟରେ ବେଶ୍‌ ଜମିଥିଲା ସାଂସ୍କୃତିକ ଆସର I...

ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ଅନେକ ଲୋକ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମର...

ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨ ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି...

ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ

ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ...

Leave a comment

Your email address will not be published. Required fields are marked *