ପୁଇଁତୋଳାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: କୋଡ଼ିରେ ଜଣଙ୍କୁ ଆକ୍ରମଣ

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.) : ଗଞ୍ଜାମ ଥାନା ବଡ଼ବଜାରଠାରେ କୌଣସି ଘଟଣାକୁ କେନ୍ଦ୍ର କରି ପୁଇଁତୋଳା ଗ୍ରାମର କିଛି ବ୍ୟକ୍ତି କରଣସାହିର ଜଣେ ବ୍ୟକ୍ତିଙ୍କୁ କୋଡ଼ିରେ ଶନିବାର ଆକ୍ରମଣ କରିଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ କରଣ ସାହିର କାହ୍ନୁ ନାହାକ। ଖବର ପାଇ ଥାନାଧିକାରୀ ଦିଲୀପ କୁମାର ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଭିଯୁକ୍ତ କୋଡ଼ି ସାହାଯ୍ୟରେ ମୁଣ୍ଡକୁ ପିଟିଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।
ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ପୁଇଁତୋଳା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆହତ ବ୍ୟକ୍ତିଙ୍କ ଗୋଷ୍ଠୀ ଠେଲାପେଲା କରିଥିଲେ। ଏହାକୁ ନେଇ ପୁଇଁତୋଳା ଗ୍ରାମର କେତେକ ଲୋକ ଯାଇ ପଚରାଉଚରା କରିଥିଲେ। ପରେ ସମସ୍ୟାର ସମାଧାନ ହୋଇଥିଲା। ମାତ୍ର ଆଜି ପୁଣି ଏହି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଛି।


All Right Reserved By Dharitri.Com

ଅସହାୟ ପରିବାରକୁ ରୋଷେଇ ସାମଗ୍ରୀ ବଣ୍ଟନ

ଜି.ଉଦୟଗିରି,୬ା୪(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଏନ୍‌ଏସି ତରଫରୁ ୧୩ ୱାର୍ଡରେ କରୋନା ନେଇ ସଚେତନ କରାଯିବା ସହିତ ସହରର କେତେକ ସ୍ଥାନରେ ଥିବା ନିରାଶ୍ରୟ ପରିବାରକୁ ଘରେ ରୋଷେଇ...

୪ ଶିକାରୀ ଅଟକ, ୨ ବନ୍ଧୁକ ଜବତ

ଝରିଗାଁ,୧୪ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭଇରାଘୁମର ଜଙ୍ଗଲକୁ ଚଢ଼େଇ ଶିକାର କରିବା ନେଇ ଆସିଥିବା କୁହୁଡି ଗ୍ରାମର ୪ ଜଣଙ୍କୁ...

ମହାନଗରରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର ଅଫିସ,୧୩ା୫-ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ବିଭିନ୍ନ ସମୟରେ ପ୍ରଶାସନିକସ୍ତରରେ ଆଲୋଚନା ହୋଇ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ନିଷ୍ପତ୍ତି...

ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ...

ପକ୍କା ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବଇଣ୍ଡା,୧।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତ ବରପଦାଠାରୁ କରଡ଼ାବାହାଳି ୨ କିମି ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ କରାଯିବ। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ୨...

ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ...

ଧସୁଛି ରାସ୍ତା, ଆଡ଼ିବନ୍ଧ: ବିପଦରେ ୪ ଗାଁ

ବାଲେଶ୍ୱର ଅଫିସ, ୧।୬-ବୁଢ଼ାବଳଙ୍ଗ ନଦୀଗର୍ଭକୁ ଧସି ପଡୁଛି ଆଡ଼ିବନ୍ଧ ସହ ରାସ୍ତା। ବିପଦରେ ୪ଖଣ୍ଡ ଗଁାର ବାସିନ୍ଦା। ଜିଲା ଗ୍ରାମ୍ୟ ଉନ୍ନୟନ ଓ ଜଳସେଚନ ବିଭାଗ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌ ସାକ୍ଷୀଗୋପାଳ, ୭।୩(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ ଛବି ନାରାୟଣ ପଣ୍ଡା ଲାଞ୍ଚ...

Leave a comment

Your email address will not be published. Required fields are marked *