ପରମିଟ୍‌ ପାସ୍‌ ସାଜିଛି ପ୍ରତିବନ୍ଧକ: ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା, (ଡି.ଏନ୍‌.ଏ)୧୫।୨: ପରମିଟ୍‌ ପାସ ବନ୍ଦ ହେବା ଯୋଗୁ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଏଭଳି ସମସ୍ୟା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଟୋକନ୍‌ ପାଇଥିବା ଚାଷୀ ଜାନୁୟାରୀ ୨୫ରୁ ମଣ୍ଡିରେ ଧାନ ପକେଇଥିଲେ । ତେବେ ଦୀର୍ଘ ଦିନ ବିତିଥିଲେ ହେଁ ଧାନ ଉଠାଇବାର ବ୍ୟବସ୍ଥା ହେଉ ନ ଥିବାରୁ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନବସ୍ତା ଜଗି ପଡ଼ି ରହିଥିବା ଦେଖିବାକୁ ମିଳିଛି। ୧୦୭ ଜଣ ଚାଷୀଙ୍କ ମୋଟ ୬,୭୫୩ କୁଇଣ୍ଟାଲ ଧାନ ପଡିଥିବା ବେଳେ ଟୋକନ ପାଇ ନ ଥିବା ୫୦ ଜଣ ଚାଷୀଙ୍କ ୧୪୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡିଥିବା ସୂଚନା ମିଳିଛି। ତେବେ ପରମିଟ୍‌ ପାସ ବନ୍ଦ ରହିଥିବାରୁ ଧାନ ମଣ୍ଡିରୁ ଉଠିବା ସମସ୍ୟା ଦେଖାଦେଇଥିବା ସମବାୟ ସମିତି ସମ୍ପାଦକ ଭବାନୀ ଶଙ୍କର ସାହୁ କହିଛନ୍ତି। ଅନ୍ୟପଟେ ମଣ୍ଡିରୁ ଶୀଘ୍ର ଧାନ ଉଠାଇବାର ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଚାଷୀମାନେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


All Right Reserved By Dharitri.Com

ଗାଡ଼ି ଧକ୍କାରେ ସ୍କୁଲ ଛାତ୍ରୀ ଆହତ, ରାସ୍ତାରୋକୋ

ଖଲ୍ଲିକୋଟ,୭ା୧୧(ଡି.ଏନ୍‌.ଏ.) -ଖଲ୍ଲିକୋଟ ବ୍ଲକ କେଶପୁର ବଜାର ଫାୟାର ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ଗାଡ଼ି ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି। ପ୍ରତିବାଦରେ ଲୋକେ...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ୱାଲର୍‌ଡ ବୁକ୍‌ ଅଫ୍‌ ରେକଡର୍‌ସରେ ଅଭିଷେକ: ୩୮ ଦିନରେ ୧୦ ହଜାର ପାଣି ବୋତଲ ବାଣ୍ଟିଛନ୍ତି

କଟକ ଅଫିସ,୧୭।୩: ସମାଜରେ ନିସ୍ବାର୍ଥପର ସେବା ପାଇଁ ୱାଲର୍‌ଡ ବୁକ୍‌ ଅଫ ରେକଡର୍‌ସ ୟୁକେରେ ସ୍ଥାନ ପାଇଛନ୍ତି କଟକ ଜିଲା ବାଦାମବାଡି ବିକାଶନଗର ଅଞ୍ଚଳର ଅଭିଷେକ...

ରେଳ ବିଭାଗ ସାଇଟ୍‌କୁ ହ୍ୟାକ୍‌ କରି ଟିକେଟ ବିକ୍ରି ଧରାପଡ଼ିଲା: ବାଲିଆପାଳରୁ କ୍ୟାଫେ ମାଲିକ ଗିରଫ

ବାଲିଆପାଳ, ୩।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳର ଏକ ଇଣ୍ଟରନେଟ୍‌ କ୍ୟାଫେ୍‌ ଉପରେ ରେଳବାଇ ପୋଲିସ ରବିବାର ପୂର୍ବାହ୍ନରେ ଚଢ଼ାଉ କରି ଏହାର ମାଲିକ ଗୁରୁ ପ୍ରସାଦ ଦାସଙ୍କୁ...

ଭଦ୍ରକରେ ରାଜ୍‌ ବବର୍‌ଙ୍କ ରୋଡ୍‌ ଶୋ

ଭଦ୍ରକ ଅଫିସ, ୨୬।୪ – କଂଗ୍ରେସର ଭଦ୍ରକ ବିଧାନସଭା ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଓ ଲୋକ ସଭା ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ଗୁରୁବାର ନିର୍ବାଚନ...

କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ...

ପିଠିରେ ବଢୁଛି ମାଂସପିଣ୍ଡୁଳା

ରାଇସୁଆଁ, ୨୦।୧(ଡି.ଏନ.ଏ.)-ସରକାର ଗରିବ ଅସହାୟଙ୍କ ଚିକିତ୍ସା ପାଇଁ ମାଗଣା ଯୋଜନା କରି ଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ ଆନ୍ତରିକତାର ଅଭାବ ଯୋଗୁଁ ବହୁ ଗରିବ ଏହି...

ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ...

Leave a comment

Your email address will not be published. Required fields are marked *