ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି ସନ୍ଦେହ କରାଯାଇଛି। ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା ବେଳେ ସେ କରୋନାଭାଇରସରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ-ପାଲଟିସ୍ତାନର ଏହି ବ୍ୟକ୍ତି ଜଣଙ୍କୁ ଏବେ ଅବୋଟାବାଦର ଆୟୁବ ମେଡିକାଲ ହସ୍ପିଟାଲ(ଏଏମ୍‌ଏଚ୍‌)ରେ ଅବଜରଭେଶନରେ ରଖାଯାଇଛି। ସୂଚନାଯୋଗ୍ୟ, ଚାଇନାରେ ଗତବର୍ଷ ଡିସେମ୍ବରରେ ପ୍ରଥମଥର କରୋନାଭାଇରସ ଦେଖା ଦେଇଥିବା ବେଳେ ଏବେ ସେଠାରେ କରୋନାଭାଇରସ ସଂକ୍ରମଣରେ ପ୍ରାୟ ୧,୫୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ୬୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରାନ୍ତ ଥିବା ଖବର ମିଳିଛି। ଅନ୍ୟପଟେ ଏହା ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖି ଭାରତ ସମେତ ବିଭିନ୍ନ ଦେଶ ଚାଇନାରେ ଥିବା ସେମାନଙ୍କ ନାଗରିକଙ୍କୁ ସ୍ବଦେଶ ଫେରାଇ ନେଇଥିବା ବେଳେ, ସଂକ୍ରମଣ ଭୟରେ ପାକିସ୍ତାନ କିନ୍ତୁ ତା’ର ନାଗରିକଙ୍କୁ ଫେରାଇ ଆଣିବାକୁ ସଫା ସଫା ମନା କରିଦେଇଥିଲା। ଆଉ ଏବେ ଜଣେ ବ୍ୟକ୍ତି କରୋନାଭଇରସରେ ପୀଡିତ ଥିବା ସନ୍ଦେହ ହେବା ପରେ ପାକିସ୍ତାନ ସରକାର ଚିନ୍ତାରେ ପଡିଯାଇଥିବା ଅନୁମାନ କରାଯାଉଛି।


All Right Reserved By Dharitri.Com

ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର...

ଚାଇନା ଲୁଚାଇଲା କରୋନାର ପ୍ରାରମ୍ଭିକ ସୂଚନା, ପରିଣାମ ଭୋଗୁଛି ବିଶ୍ୱ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୦।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନି। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ...

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ...

ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩...

ମହାକାଶରେ ଇତିହାସ ରଚିଲା ୟୁଏଇ

ଦୁବାଇ,୨୬ା୯(ଏଏଫ୍‌ପି): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବୁଧବାର ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌)କୁ ଦେଶର ପ୍ରଥମ ମହାକାଶ ଯାତ୍ରୀ ହଜ୍ଜା ଅଲ୍‌-ମନ୍‌ସୁରିଙ୍କୁ ପଠାଇ ଇତିହାସ ରଚିଛି। କାଜାଖସ୍ତାନର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *