Posted inଜାତୀୟ

ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍‌ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାଇଁ କେଜରିଓ୍ବାଲ ବିଭିନ୍ନ ରାଜନୈତିକ ଦଳ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରତି କରିଛନ୍ତି। କିନ୍ତୁ ଏହି ସମାରୋହ ପାଇଁ ଏପର୍ଯ୍ୟନ୍ତ କେଜରିଓ୍ବାଲ ସମାଜସେବୀ ଆନ୍ନା ହଜାରେଙ୍କୁ ନିମନ୍ତ୍ରଣ କରି ନ ଥିବା ଜଣାପଡ଼ିଛି। ଯାହା ସହ କେଜରିଓ୍ବାଲ ଭ୍ରଷ୍ଟାଚାର ବିରୋଧରେ ବଡ଼ ଆନ୍ଦୋଳନ କରିଥିଲେ ସେହି ଗୁରୁଙ୍କୁ ଏବେ ସେ ଭୁଲିଯାଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନିଜର ପ୍ରଥମ କାର୍ଯ୍ୟକାଳ ସମାରୋହରେ କେଜରିଓ୍ବାଲ ଆନ୍ନାଙ୍କୁ ଆମନ୍ତ୍ରିତ କରିଥିଲେ। ହେଲେ ଆନ୍ନା ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଏଥିରେ ଯୋଗଦେବା ପାଇଁ ମନା କରିଦେଇଥିଲେ।


All Right Reserved By Dharitri.Com

ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧...

ଜୀବନ ସାୟାହ୍ନରେ ଅବହେଳିତ: ଦେଶର ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି

ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍‌ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍‌ ଆଓ୍ବାରନେସ୍‌ ଡେ) ପାଳନ କରାଯାଇଥାଏ। ୨୦୧୨ରେ...

ମରୋଣତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌)...

ଅନୁଚ୍ଛେଦ ୩୭୦ ଉପରେ ମୁହଁ ଖୋଲି ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେଲେ ରାହୁଲ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଉପରେ ମୁହଁ ଖୋଲି ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗୋଟିଏ ଦିନ ପରେ ମଙ୍ଗଳବାର...

ଅପରେଶନ୍‌ ଅଲ୍‌ଆଉଟ୍‌: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ସୋମବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବନ୍ଦିପୋରାରେ ସୁରକ୍ଷାକର୍ମୀଙ୍କୁ...

ବିଦେଶରେ ବି ସାଥିରେ ରହିବେ ଏସ୍‌ପିଜି ସୁରକ୍ଷାକର୍ମୀ: ଅମାନ୍ୟ କଲେ ଯାତ୍ରା ହେବ ରଦ୍ଦ

ନୂଆଦିଲ୍ଲୀ,୭।୧୦: ଏଣିକି ବିଦେଶ ଗସ୍ତ ସମୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ଏସ୍‌ପିଜି ସୁରକ୍ଷାକର୍ମୀ ରହିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ...

୧୨ଶହ କିଲୋମିଟର ସାଇକେଲ ଚଳାଇ ଅସୁସ୍ଥ ପିତାଙ୍କୁ ଘରେ ପହଞ୍ଚାଇଥିବା ଜ୍ୟୋତିଙ୍କ ଉପରେ ନିର୍ମାଣ କରାଯିବ ଫିଲ୍ମ !

ପାଟନା,୨୮।୫: କରୋନା ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ଅସୁସ୍ଥ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ଦୀର୍ଘ ୧୨୦୦ କିଲୋମିଟର ସାଇକେଲରେ ବସାଇ ବିହାରର...

Leave a comment

Your email address will not be published. Required fields are marked *