୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ହାଇଓ୍ବା: ଡ୍ରାଇଭର ମୃତ

ମହାକାଳପଡ଼ା,୧୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ସ୍ଥାନୀୟ ତରପଦା ଗ୍ରାମରେ ଏକ ବାଲି ବୋଝେଇ ହାଇଓ୍ବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ପ୍ରଭାତ ସେଠୀ (୩୦)।
ସୂଚନାଯୋଗ୍ୟ, ପ୍ରଭାତ ସକାଳେ ବାଲି ଅନ୍‌ଲୋଡ କରୁଥିବା ସମୟରେ ପଛ ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


All Right Reserved By Dharitri.Com

ଦମ୍ପତିଙ୍କୁ ଆକ୍ରମଣ ମାମଲା: ଝିଅଙ୍କୁ ୫ବର୍ଷ ଜେଲ୍‌

ସଜନାଗଡ଼, ୩୦।୯(ଡି.ଏନ.ଏ.)-ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ନୀଳଗିରି ସହକାରୀ ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ସୋମବାର ଅଭିଯୁକ୍ତ ମା’ ଓ ଝିଅଙ୍କୁ ୫ବଷର୍ର୍...

ଷ୍ଟାଡିୟମ ଭିତରେ ଜଣକୁ ହାଣି ହତ୍ୟା

ଚିତ୍ରକୋଣ୍ଡା,୨୩ା୧୨(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମିନି ଷ୍ଟାଡିୟମ ଭିତରେ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ସୋମବାର ସନ୍ଧ୍ୟାରେ ହାଣି ଦେଇଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।...

୪ ଶିଶୁ ଶ୍ରମିକ ଉଦ୍ଧାର

ସୁକିନ୍ଦା,୬।୮(ଡି.ଏନ୍‌.ଏ.) – ଦୀର୍ଘଦିନ ଧରି ଇଟାଭାଟିଠାରୁ ଆରମ୍ଭ କରି ମୋଟରସାଇକେଲ ଗ୍ୟାରେଜ ଏବଂ ଢାବାରେ ଶିଶୁ ଶ୍ରମିକଭାବେ ଏକ ରକମ ବନ୍ଧକ ରହିଥିବା ୪ ଶିଶୁ...

ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ...

ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି।...

ଜୀବାଣୁ ନାଶକ ସିଞ୍ଚନ

ବଅଁରପାଳ,୨୭ା୩(ଡି.ଏନ.ଏ.):ନାଲ୍‌କୋ କଲୋନୀର ବିଭିନ ସ୍ଥାନରେ ଶୁକ୍ରବାର ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। କୋଅପରେଟିଭ ଛକ, ଜଗନ୍ନାଥ ମନ୍ଦିର ଛକ, ୩ ମହଲା ଛକରେ ସିଆଇଏସ୍‌ଏଫ୍‌ ସହାୟତାରେ...

ଓଲଟିଲା ଛତିଶଗଡ଼ରୁ ଆସିଥିବା ତୀର୍ଥଯାତ୍ରୀ ବସ୍‌, ୩ ଗୁରୁତର

ନୂଆଗାଁ,୧୧।୩ (ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମ ନିକଟ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ...

Leave a comment

Your email address will not be published. Required fields are marked *