Posted inଫୁରସତ

ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ

ଅନ୍ୟ ପୋକଙ୍କ ପରି ପିମ୍ପୁଡ଼ିର ଛଅଟି ଗୋଡ଼ । ପ୍ରତି ଗୋଡ଼ରେ ରହିଛି ଛଅଟି ଗଣ୍ଠି । କ୍ଷୁଦ୍ର ଓ ପତଳା ଦିଶୁଥିଲେ ବି ପିମ୍ପୁଡ଼ିମାନଙ୍କର ଗୋଡ଼ ଖୁବ୍‌ ଟାଣ, ଯାହାଫଳରେ ସେମାନେ କ୍ଷିପ୍ରବେଗରେ ଚାଲି ପାରନ୍ତି ।
ଆନୁପାତିକ ଦୃଷ୍ଟିରୁ ପିମ୍ପୁଡ଼ି ଶରୀରର ଆକାର ଅନୁସାରେ ଖୁବ୍‌ ଜୋରରେ ଦୌଡି ପାରେ । କୌଣସି ଦୌଡ଼ୁଥିବା ଘୋଡ଼ାର ବେଗଠାରୁ ପିମ୍ପୁଡ଼ିର ବେଗ କିଛି କମ୍‌ ନୁହେଁ । କେବଳ ଧାଇଁବା ନୁହେଁ, ଓଜନ ବୋହିବାରେ ମଧ୍ୟ ସେମାନେ ଓସ୍ତାଦ । ଗୋଟିଏ ପିମ୍ପୁଡ଼ି ତା’ର ଶରୀରଠାରୁ କୋଡ଼ିଏ ଗୁଣ ଅଧିକ ଓଜନର ଦ୍ରବ୍ୟ ବୋହି ନେଇପାରେ।
ଆଶ୍ଚର୍ଯ୍ୟର କଥା ହେଲା, ପିମ୍ପୁଡ଼ିର ମସ୍ତିଷ୍କରେ ରହିଛି ୨୫,୦୦୦ ସ୍ନାୟୁକୋଷ ।
ପିମ୍ପୁଡ଼ିଟିଏ କେତେ ବର୍ଷ ବଞ୍ଚେ, ଆପଣ ଜାଣନ୍ତି ? ତା’ର ଆୟୁଷ ମାତ୍ର ୪୫ ଦିନରୁ ୬୦ ଦିନ ଅର୍ଥାତ୍‌ ଦେଢ଼ରୁ ଦୁଇମାସ । ଅନ୍ୟ ଜୀବମାନଙ୍କ ପରି ପିମ୍ପୁଡ଼ି ଚୋବାଇ ଖାଇପାରେ ନାହିଁ ।
ସେ ଖାଦ୍ୟରୁ ରସ ଶୋଷି ନେଇଥାଏ । ତା’ର ଦୁଇଟି ଆଖି ଏବଂ ପ୍ରତି ଆଖି ଭିତରେ ଥାଏ ଆହୁରି ଅନେକ ଛୋଟଛୋଟ ଆଖି ।
ମଣିଷ ଶରୀରରେ ସ୍ବାଭାବିକ ଭାବରେ ଗୋଟିଏ ପାକସ୍ଥଳୀ ଥିବାବେଳେ ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ ରହିଛି ।
ଗୋଟିଏ ପାକସ୍ଥଳୀରେ ନିଜ ପାଇଁ ସେ ଖାଦ୍ୟ ରଖୁଥିବା ବେଳେ ଅନ୍ୟଟିରେ ସାଥୀ ପିମ୍ପୁଡ଼ିମାନଙ୍କ ଖାଦ୍ୟ ସଞ୍ଚତ୍ତ କରି ରଖିଥାଏ ।
ପ୍ରକୃତି ପ୍ରତିଟି ପ୍ରାଣୀକୁ ତା’ର ସୁରକ୍ଷା ଲାଗି ରକ୍ଷାକବଚ ପ୍ରଦାନ କରିଥାଏ । ସେମିତି ପିମ୍ପୁଡ଼ି ଶରୀରର ଚାରିପାଖରେ ଏକ କଠିନ କବଚ ରହିଛି ଯାହାକୁ କୁହାଯାଏ ‘ଏକ୍ସୋସ୍ଲେଲିଟନ୍‌’ । ଏକ ଅନୁଧ୍ୟାନରୁ ଜଣାଯାଇଛି କି, ପୃଥିବୀରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପିମ୍ପୁଡ଼ି ଅଛନ୍ତି ।
ଅନ୍ୟ ପଶୁପକ୍ଷୀଙ୍କ ପରି ପିମ୍ପୁଡ଼ି ମଧ୍ୟ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି । ଗୋଟିଏ ଦଳରେ ଅତିକମ୍‌ରେ ଗୋଟିଏ କିମ୍ବା ଅଧିକ ରାଣୀ ପିମ୍ପୁଡ଼ି ଥାଆନ୍ତି । ରାଣୀ ପିମ୍ପୁଡ଼ିଟିର ମୁଖ୍ୟ କାମ ହେଉଛି ଅଣ୍ଡା ଦେବା । ଅନ୍ୟ ପିମ୍ପୁଡ଼ିମାନେ ଅଣ୍ଡା ଦେଇପାରନ୍ତିନି । ତେଣୁ ଖାଦ୍ୟ ସଂଗ୍ରହ ସହ ଜଗାରଖା କାମ ବି କରନ୍ତି । ସାଧାରଣ ଭାବେ ଆମେ ଜାଣୁ ଯେ ପିମ୍ପୁଡ଼ି କାମୁଡ଼ିଦିଏ । କିନ୍ତୁ ସବୁ ପ୍ରଜାତିର ପିମ୍ପୁଡ଼ି କାମୁଡ଼ନ୍ତି ନାହିଁ । ନାଲି ପିମ୍ପୁଡ଼ିର ନାହୁଡ଼ ଥାଏ, ତେଣୁ ସେ କାମୁଡ଼ିଦିଏ । କିନ୍ତୁ କଳା ଓ କାଠୁଆ ପିମ୍ପୁଡ଼ିର ନାହୁଡ଼ ନ ଥାଏ । ସେମାନେ ଆତ୍ମରକ୍ଷା କିମ୍ବା ଆକ୍ରମଣ ପାଇଁ ‘ଫର୍ମିକ୍‌ ଏସିଡ଼’ ଫିଙ୍ଗି ଥାଆନ୍ତି ବା ‘ସ୍ପ୍ରେ’ କରି ଥାଆନ୍ତି ।
ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳନ୍ତି ଏକ ଭିନ୍ନ ପ୍ରଜାତିର ପିମ୍ପୁଡ଼ି, ଯାହାକୁ କୁହାଯାଏ ‘ଆର୍ମି ଆଣ୍ଟ’ । ସେମାନେ ଏକତ୍ର ସବୁଠୁ ଅଧିକ ସଂଖ୍ୟାରେ ବସବାସ କରୁଥିବା ପିମ୍ପୁଡ଼ି । କାରଣ ଗୋଟିଏ ସ୍ଥାନରେ ପ୍ରାୟ ୭,୦୦,୦୦୦ ପିମ୍ପୁଡ଼ି ରହିଥାଆନ୍ତି । ଆପଣ ନ ଜାଣିଥିଲେ ଆଜିଠାରୁ ଜାଣିରଖନ୍ତୁ ଯେ ପ୍ରକୃତରେ ପିମ୍ପୁଡ଼ିର ରହିଛି ଦୁଇଟି ପାକସ୍ଥଳୀ।

 


All Right Reserved By Dharitri.Com

ଜୀବନସାଥୀ ଖୋଜିବା ପାଇଁ ୩୩ ହଜାର ଟଙ୍କା ଖର୍ଚ୍ଚରେ ହୋର୍ଡିଂ ଲଗାଇଲେ ଯୁବକ

ଜୀବନରେ ଉପଯୁକ୍ତ ସାଥୀଟିଏ ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଆଜିକାଲି ସାଥୀ ଖୋଜିବା ପାଇଁ ବିଭିନ୍ନ ପ୍ରକାର ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମଧ୍ୟ ଉପଲବ୍ଧ ହେଲାଣି। କିନ୍ତୁ...

କାମ କରୁଥିବା ବ୍ୟକ୍ତିର ପଦପାଇଁ କୌଣସି ଆକାଂକ୍ଷା ନ ଥାଏ

୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀ ରାଜ୍ୟ ପ୍ରଶାସନର ଏକ ଜଣାଶୁଣା ନଁା। ଦୀର୍ଘ ୨୮ବର୍ଷ ଧରି ସେ ବିଭିନ୍ନ ସରକାରୀ ସଂସ୍ଥା ଓ...

ଖୋଲିଲା ଇଜିପ୍ଟର ପ୍ରାଚୀନ ପିରାମିଡ: ୧୪ ବର୍ଷ ଧରି ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ

କାଏରୋ: ଇଜିପ୍ଟରେ ଥିବା ୪,୭୦୦ ବର୍ଷ ପୁରୁଣା ପିରାମିଡକୁ ପୁଣି ଖୋଲାଯାଇଛି। ଷ୍ଟେପ୍‌ ପିରାମିଡ୍‌ ଅଫ୍‌ ଡିଜୋସେର ୧୪ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ...

ପ୍ରତିଦିନ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ଏହି ବାବା

ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ।...

ବିଶ୍ୱର ପ୍ରଦୂଷଣମୁକ୍ତ ଦେଶ ବିଷୟରେ ଜାଣନ୍ତୁ : ଏଠାରେ ଗୋଟିଏ ଦିନ ବନ୍ଦ ରହିଥାଏ ଯାନବାହନ ଚଳାଚଳ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅହେତୁକ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା...

ପାକିସ୍ତାନରେ ଥିବା ହିଙ୍ଗଲାଜ ମନ୍ଦିରରେ ପୂଜା କରନ୍ତି ମୁସଲମାନ୍‌ ଶ୍ରଦ୍ଧାଳୁ

ବଲୁଚିସ୍ତାନ,୨୭।୨: ପୃଥିବୀର ବିଭିନ୍ନ ସ୍ଥାନରେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ପାକିସ୍ତାନରେ ଥିବା ମାତା ହିଙ୍ଗଲାଜଙ୍କ ମନ୍ଦିର ଏକ ନିଆରା ଉଦାହରଣ ସୃଷ୍ଟି...

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା...

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

Leave a comment

Your email address will not be published. Required fields are marked *