ବିଭିନ୍ନ ଦାବିରେ ଗ୍ରାସୀମ କମ୍ପାନୀ ଠିକା ଶ୍ରମିକଙ୍କ ଧାରଣା

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଗଞ୍ଜାମ ସହର ନିକଟ ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶନିବାର ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଶତାଧିକ ମହିଳା ଓ ପୁରୁଷ ଏହି ଧାରଣାରେ ବସିଛନ୍ତି l ଏଥିସହିତ ଏକ ୭ ଦଫା ଦାବିପତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଂଘ ପ୍ରଦାନ କରିଛି। ଦାବିଗୁଡ଼ିକ ମଧ୍ୟରେ କମ୍ପାନୀ ଠିକା ଶ୍ରମିକଙ୍କୁ ନିଜସ୍ବ କୋଡ୍‌, ଠିକ୍‌ ସମୟରେ ଦରମା, ପୂର୍ବ ବକେୟା ପ୍ରଦାନ, ଠିକା ଶ୍ରମିକଙ୍କୁ କାଜୁଆଲ ଲେବର ମାନ୍ୟତା ଆଦି ଦାବି ଅନ୍ୟତମ। ଦାବିପୂରଣ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏଥିରେ ସମ୍ପାଦକ ସୁନୀଲ କୁମାର ଦାସ, ପୂର୍ବତନ ସଭାପତି ଜୟକୃଷ୍ଣ ବାରିକ, କେ. ଉମାକାନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପରିସ୍ଥିତି ଉତ୍ତେଜନା ଥିବାରୁ ସେଠାରେ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଛି । ଧାରଣା ଯୋଗୁ କମ୍ପାନୀର ଉତ୍ପାଦନ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି l
ସୂଚନାଯୋଗ୍ୟ, ବିଭିନ୍ନ ସମସ୍ୟା ନେଇ କମ୍ପାନୀ କତୃପକ୍ଷ ଙ୍କଠାରେ ଶ୍ରମିମାନେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏହି ଧାରଣା ଦିଆଯାଇଛି।


All Right Reserved By Dharitri.Com

ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର

ଝୁମ୍ପୁରା, ୨୦।୪(ଡି.ଏନ.ଏ.): ଝୁମ୍ପୁରା ବଜାର ତଥା ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ ଆଦିକୁ ଯାତାୟାତ ପାଇଁ ଥିବା ୨ ମୁଖ୍ୟ ରାସ୍ତା ଉପରେ କାନପୁର...

ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ...

ଲକଡାଉନ୍‌ ଅମାନିଆଙ୍କୁ ଛାଟ

ବାରିପଦା ଅଫିସ, ୨ା୪- ମୟୂରଭଞ୍ଜ ଜିଲାରେ ଲକ୍‌ଡ଼ାଉନ ଅମାନ୍ୟ କରୁଥିବା ଲୋକଙ୍କୁ ବାଜିଛି ଛାଟ। ୭ ଦିନ ମଧ୍ୟରେ ଜିଲାର ବିଭିନ୍ନ ଥାନାରେ କୋଭିଡ଼-୧୯ ଆଇନ...

ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି

କଟକ ଅଫିସ,୨୩।୧: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଏବେ ସେ ଓଡ଼ିଶା ହାଇକୋର୍ଟରେ...

ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ...

ଆ କା ମା ବୈ ଧ୍ୱନିରେ ମୁଖରିତ ଇବ୍‌ ନଦୀ: ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ସୁନ୍ଦରଗଡ଼ ଜିଲାର ବିଭିନ୍ନ ନଦୀ, ପୁଷ୍କରିଣୀ, ଜଳାଶୟଗୁଡିକରେ ଶ୍ରଦ୍ଧାଳୁମାନେ ପ୍ରତ୍ୟୁଷରୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି ।...

ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ହରଡ଼ଘଣାରେ ଶିକ୍ଷୟିତ୍ରୀ: ଥାନାରେ ଅଣ୍ଡର ଟେକିଂ ଲେଖି ମୁକୁଳିଲେ

ବ୍ରହ୍ମପୁର ଅଫିସ,୧୫।୨: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ...

ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ...

Leave a comment

Your email address will not be published. Required fields are marked *