Posted inଜାତୀୟ

ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କ ପରଲୋକ

କୋଲକାତା,୧୫ା୨: ଇଣ୍ଡିଆନ ରକ୍‌ ବ୍ୟାଣ୍ଡ୍‌ ‘ପରିକ୍ରମା’ର ମୁଖ୍ୟ ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗ ସୁବୀର ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ରକ୍‌ ବ୍ୟାଣ୍ଡ୍‌ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି। ମିଳିଥିବା ଖବର ଅନୁଯାୟୀ ଶେର୍ପା ଆଗାମୀ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ ରେକର୍ଡ କରିବାକୁ ପଶ୍ଚିମବଙ୍ଗର କୁରସେଙ୍ଗ ସହରକୁ ଯାଇଥିବାବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ବଲିଉଡ୍‌ ପାଇଁ ସେ ଅନେକ ମ୍ୟୁଜିକ୍‌ କମ୍ପୋଜ୍‌ କରିଛନ୍ତି।

ସେ ଦିଲ୍ଲୀରେ ଏକ ସଙ୍ଗୀତ ବିଦ୍ୟାଳୟ ଚଳାଉଥିଲେ। ତାଙ୍କ ପରଲୋକରେ ସଙ୍ଗୀତ ଓ ବଲିଉଡ୍‌ ଚିତ୍ରଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଶେର୍ପାଙ୍କ ଅକାଳ ବିୟୋଗରେ ମର୍ମାହତ ବୋଲି ଫାର୍‌ହାନ ଅଖତର ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି। ସେହିପରି ସଙ୍ଗୀତକାର ଏହସାନ୍‌ ଶୋକବାର୍ତ୍ତାରେ କହିଛନ୍ତି, ରକ୍‌ ବ୍ୟାଣ୍ଡ୍‌ ଗିଟାରିଷ୍ଟ ଶେର୍ପାଙ୍କ କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ୧୯୭୧ ଅକ୍ଟୋବର ୮ରେ ପଶ୍ଚିମବଙ୍ଗର କାଲିମ୍‌ପଙ୍ଗ୍‌ରେ ଜନ୍ମିତ ଶେର୍ପା ୯ ବର୍ଷ ବୟସରୁ ଗିଟାର ବଜାଇବା ଆରମ୍ଭ କରିଥିଲେ।


All Right Reserved By Dharitri.Com

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ...

ସୀମାରେ ବଢୁଛିି ସ୍ପାଇକ୍‌ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ସଂଖ୍ୟା: ସେନାମୁଖ୍ୟ

ନୂଆଦିଲ୍ଲୀ,୬।୨: ଭାରତ-ପାକିସ୍ତାନ ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୯ ହଜାର

ନୂଆଦିଲ୍ଲୀ,୬।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୯...

ସୁଷମାଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ରମା ଦେବୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ଚାଇନାରୁ ଆସିବ କୋଭିଡ-୧୯ କିଟ୍‌

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ...

ଜି-୨୦ ସମ୍ମିଳନୀ ପାଇଁ ବଜେଟରେ ଶହେ କୋଟିର ପ୍ରସ୍ତାବ

ନୂଆଦିଲ୍ଲୀ,୧।୨: କିଛିଦିନ ହେବ ଦେଶ ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଚଳିତ ବର୍ଷର ବଜେଟ ଉପରେ। କୃଷକ, ମଧ୍ୟବିତ୍ତ,...

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Leave a comment

Your email address will not be published. Required fields are marked *