ବିଦେଶ ତାଲିମ କମିବ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଡୋମେଷ୍ଟିକ ଫଣ୍ଡିଂ ଅଫ୍‌ ଫରେନ୍‌ ଟ୍ରେନିଂ (ଡିଏଫ୍‌ଏଫ୍‌ଟି) ନୀତି ଅଧୀନରେ ପ୍ରଶାସକମାନଙ୍କୁ ବିଦେଶକୁ ପଠାଇ ପ୍ରଶିକ୍ଷଣ ଦେବାରେ ବ୍ୟୟ ବୃଦ୍ଧି ହେଉଥିତ୍ବା ଯୋଗୁ ମୋଦି ସରକାର ଏହାକୁ କମାଇବାର ସମ୍ଭାବନା ଦେଖାଦେଇଛି। ୨୦୧୮-୧୯ରେ ସରକାର ୩୩୨ ଜଣ ବାବୁଙ୍କୁ ପ୍ରଶିକ୍ଷଣ ଦେବାରେ ଖର୍ଚ୍ଚ କରିଛନ୍ତି ୬୦ କୋଟି। ଏହା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ବାର୍ଷିକ ପ୍ରଶିକ୍ଷଣ ବଜେଟର ଅଧାରୁ ଅଧିକ। ଏହି ନୀତିରେ ବାବୁମାନେ କେମ୍ବ୍ରିଜ, ହାଓ୍ବାର୍ଡ ଓ ଅନ୍ୟ ଶୀର୍ଷ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟକୁ ଦୀର୍ଘ ଓ ସ୍ବଳ୍ପମିଆଦୀ କୋର୍ସ ପାଇଁ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଏବେ ଡିଓପିଟି ସମସ୍ତ କ୍ୟାଡର କର୍ତ୍ତୃପକ୍ଷଙ୍କୁ ଲେଖିଛନ୍ତି ଯେ, ଡିଏଫ୍‌ଏଫ୍‌ଟି ନୀତିକୁ ପରିବର୍ତ୍ତନ କରାଯିବା ସହ ଖ୍ୟାତନାମା ବିଦେଶୀ ପ୍ରଶିକ୍ଷକଙ୍କୁ ଭାରତକୁ ଆଣି ସମନ୍ବିତ ପ୍ରଶିକ୍ଷଣ ଦିଆଯିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଶିକ୍ଷଣ ଦେବା ସହ ପ୍ରଶିକ୍ଷଣ ଲାଗି ବିଦେଶକୁ ଅଳ୍ପ କେତେ୍‌ଜଣ ବାବୁଙ୍କୁ ପଠାଇ ପରେ ସେମାନଙ୍କୁ ଭାରତରେ ଅନ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା କାମରେ ଲଗାଯିବ। ମୋଦି ସରକାରଙ୍କ ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ଏବେ ପୂରା ଖର୍ଚ୍ଚକାଟ ନୀତି ଅବଲମ୍ବନ କରୁଛନ୍ତି।
ସେବି ମୁଖ୍ୟ
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ମୁଖ୍ୟ ପଦ ପାଇଁ ଦରଖାସ୍ତ ଆହ୍ବାନ କରିବା ଦ୍ୱାରା ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଆଉ ଦୁଇବର୍ଷ ବୃଦ୍ଧି କରାଯାଇପାରେ ବୋଲି ସୃଷ୍ଟି ହୋଇଥିବା ଗୁଜବର ଅନ୍ତ ଘଟିଛି। ତ୍ୟାଗୀଙ୍କ ତିନିବର୍ଷିଆ କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଛି। ହିମାଚଳପ୍ରଦେଶ କ୍ୟାଡର ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତ୍ୟାଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ଅନେକେ ମନେକରୁଥିଲେ। ତାଙ୍କ ପୂର୍ବରୁ ୟୁ.କେ. ସିହ୍ନାଙ୍କ କାର୍ଯ୍ୟକାଳ ତିନିବର୍ଷ ବୃଦ୍ଧି କରାଯାଇଥିଲା, ଯାହାଦ୍ୱାରା ସବୁଠୁ ଦୀର୍ଘଦିନ ରହିବାରେ ସେ ଦ୍ୱିତୀୟ ସେବି ମୁଖ୍ୟ ହୋଇପାରିଥିଲେ। ୨୦୧୭ରେ ତ୍ୟାଗୀଙ୍କୁ ନିଯୁକ୍ତି ଦେବାବେଳେ ସରକାର ଦୁଇଥର ବିଜ୍ଞପ୍ତି ଜାରି କରିଥିଲେ। ଆଗରୁ ତ୍ୟାଗୀ ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମସଚିବ ଥିଲେ ଓ ପରେ ତାଙ୍କୁ ସେବି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ବିଜ୍ଞପ୍ତିରେ ତାଙ୍କର କାର୍ଯ୍ୟକାଳ ସର୍ବାଧିକ ୫ ବର୍ଷ ହେବ ବା ସେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ରହିବେ- ଏହି ଦୁଇଟିରୁ ଯେଉଁଟି ପ୍ରଥମେ ପଡିବ ତାହା କାର୍ଯ୍ୟକାରୀ ହେବାର ନିୟମ ରହିଥିଲା। ପରେ ତ୍ୟାଗୀଙ୍କ ନିଯୁକ୍ତି ଅବଧିକୁ କମାଇ ତିନିବର୍ଷ କରି ଆଉ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଥିଲା। ପ୍ରାପ୍ତ ସୂତ୍ରରୁ ପ୍ରକାଶ୍ୟ ଯେ, ତ୍ୟାଗୀଙ୍କ ଅବସର ବୟସ ହୋଇ ନ ଥିବାରୁ ସେ ପୁଣି ଏହି ପଦ ପାଇଁ ଦରଖାସ୍ତ କରିପାରନ୍ତି। କିନ୍ତୁ ଯଦି ତାଙ୍କୁ ପୁଣି ନିଯୁକ୍ତି ମିଳେ ତେବେ ଏହାକୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ବଦଳରେ ନୂତନ ନିଯୁକ୍ତି ଭାବେ ଗଣାଯିବ।
ଜମ୍ମୁ-କାଶ୍ମୀର ପୋଲିସ କ୍ଷୁବ୍ଧ
ନିକଟରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ଜି.ସି. ମୁର୍ମୁଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆର୍‌.ଆର୍‌. ଭଟ୍ଟନାଗରଙ୍କୁ ସୁରକ୍ଷା ସମ୍ବନ୍ଧିତ ସବୁ କ୍ଷମତା ଦିଆଯିବା ନିଷ୍ପତ୍ତିକୁ ନେଇ ସେଠାକାର ପୋଲିସ ବାବୁମାନେ ମର୍ମାହତ ହୋଇଛନ୍ତି। ଥାନା ଅଧିକାରୀ (ଏସ୍‌ଏଚ୍‌ଓ)ଙ୍କ ବଦଳିଠାରୁ ଆରମ୍ଭ କରି ଅର୍ଦ୍ଧସାମରିକ ବଳ ଓ ରାଜ୍ୟ ସୁରକ୍ଷା ବଳର ସଶସ୍ତ୍ର ବାହିନୀରେ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷମତା ଭଟ୍ଟନାଗରଙ୍କୁ ଦିଆଯିବାରୁ ଏଭଳି ଅସନ୍ତୋଷ ପ୍ରକାଶ ପାଇଛି। ଭଟ୍ଟନାଗର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବେ। ଅର୍ଥାତ୍‌ ବାସ୍ତବ କ୍ଷମତା କୁମାରଙ୍କ ପାଖରେ ରହିବ। କୌତୂହଳର ବିଷୟ ହେଉଛି, ୧୯୭୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଧିତ୍କାରୀ କୁମାର ଡେପୁଟେଶନରେ ଦିଲ୍ଲୀ ପଳାଇଥିଲେ କାରଣ ତାଙ୍କଠାରୁ ୧୦ ବର୍ଷ କନିଷ୍ଠ ମୁର୍ମୁଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ସେ ଚାହୁଁ ନ ଥିଲେ। ଭଟ୍ଟନାଗର ହେଉଛନ୍ତି ସିଆର୍‌ପିଏଫ୍‌ର ପୂର୍ବତନ ମହାନିର୍ଦ୍ଦେଶକ କିନ୍ତୁ ତାଙ୍କର ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରିବାର ଅଭିଜ୍ଞତା ନାହିଁ। ବହୁ ବରିଷ୍ଠ ପୋଲିସ ଅଧିକାରୀ କୁହନ୍ତି ଯେ, ସିଆର୍‌ପିଏଫ୍‌ର ନେତୃତ୍ୱ ନେଇଥିବା ସତ୍ତ୍ୱେ ତାଙ୍କର ଏହି କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ସନ୍ତ୍ରାସବାଦ-ବିରୋଧୀ ଅଭିଯାନର ଅଭିଜ୍ଞତା ନାହିଁ। ପୁନଶ୍ଚ ୩୭୦ ଧାରା ଉଚ୍ଛେଦ ହେବା ପରେ ଦକ୍ଷ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଅଭାବ ହେତୁ ସରକାର କୁମାରଙ୍କୁ ସବୁ କ୍ଷମତା ଦେବାର ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଉଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସୁରକ୍ଷା ଦାୟିିତ୍ୱ ନିଜ ହାତରେ ରଖିବାକୁ ଚାହଁୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଆଉ ଏକ କାରଣ ହୋଇପାରେ।
Email: dilipcherian@gmail.com


All Right Reserved By Dharitri.Com

କରୋନା: ଆଶୀର୍ବାଦର ରୂପ ନେଉ

କରୋନା ଭୂତାଣୁର ଦ୍ରୁତ ବିସ୍ତାର ବିଶ୍ୱକୁ ଅସ୍ତବ୍ୟସ୍ତ କରିଦେଇଛି I ଚାଇନାର ଉହାନ ସହରରୁ ଆରମ୍ଭ ହୋଇ ଏହା ପାଞ୍ଚମାସ ଭିତରେ ବିଶ୍ୱକୁ ନିଜ ପଞ୍ଝାରେ...

ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।...

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ...

ସମ୍ପାଦକୀୟ/ ଆସନ୍ତା ୪୪ ବର୍ଷ ପରେ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୪୪ ବର୍ଷ ତଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେତେବେଳେ ବିରୋଧୀ ତାଙ୍କ ଶାସନକୁ ‘କଳା ଶାସନ’...

ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ...

ପାରିବେଶିକ ଅସନ୍ତୁଳନ

ସବ୍ୟସାଚୀ ଅମିତାଭ ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ...

ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ....

ଅବହେଳିତଙ୍କ ସ୍ବର ଆଜି ନିଷ୍ପ୍ରଭ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ବିଶ୍ୱରେ ଉଭୟ ରାଜନୈତିକ, ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ବଡ଼ ପରିବର୍ତ୍ତନ ଘଟୁଛି ସେଥିରେ ଧନୀ ଅଧିକ ଧନୀ, କ୍ଷମତାଶାଳୀ...

Leave a comment

Your email address will not be published. Required fields are marked *