ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ ସ୍ବଚ୍ଛତାର ରୋଲ୍‌ ମଡେଲ ପାଲଟିଯାଇଛନ୍ତି। ବୁଲେଟ୍‌ବାଲି କାଉନ୍‌ସିଲର ଭାବେ ଜଣାଶୁଣା ମୋନିକା ଘର ଘର ବୁଲି ହଜାର ହଜାର ଲୋକଙ୍କୁ ସଚେତନ କରିବା ସହ ପ୍ରତିଦିନ ସହରକୁ ସ୍ବଚ୍ଛ ରଖିବା ଲାଗି ଲୋକମାନଙ୍କୁ ଶପଥ କରାଉଛନ୍ତି। ଆଇନ୍‌ରେ ଡିଗ୍ରୀ ହାସଲ ପରେ ପିଏଚ୍‌ଡି କରିଥିବା ମୋନିକା ତାଙ୍କ ସହଯୋଗୀଙ୍କ ସହ କେବଳ ତାଙ୍କ ଓ୍ବାର୍ଡ ନୁହେଁ ଉଦୟପୁର ସହରର ସ୍ବଚ୍ଛତା ଲାଗି ସକ୍ରିୟ ଅଭିଯାନ ଚଳାଇଛନ୍ତି। ଲୋକମାନେ ବି ତାଙ୍କର ଏହି ଅଭିଯାନରେ ଯୋଡି ହେଉଛନ୍ତି। କେବଳ ଏତିକି ନୁହେଁ ସହରର ଛୋଟବଡ ଦୋକାନକୁ ତାଙ୍କ ଅଭିଯାନରେ ସାମିଲ କରୁଛନ୍ତି। ଏହି ଅଭିଯାନର ପ୍ରଭାବ ଏମିତି ପଡିଛି ଯେ, ୨୭ ନମ୍ବର ଓ୍ବାର୍ଡରେ ଠେଲା ଗାଡିଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନ ସମସ୍ତେ ଡଷ୍ଟ୍‌ବିନ ରଖିଛନ୍ତି। ଡ. ମୋନିକାଙ୍କ ସ୍ବଚ୍ଛତା ଅଭିଯାନରେ ଆଖପାଖର ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସଫେଇ କାର୍ଯ୍ୟରେ ଲାଗିଯାଇଛନ୍ତି। ଉଦୟପୁର ପରେ ଇନ୍ଦୋରକୁ ସ୍ବଚ୍ଛ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମୋନିକା ।


All Right Reserved By Dharitri.Com

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି।...

ଜୀବରେ ଯା’ର ଦୟା ନାହିଁ

ଅଭୟ ସୂତାର ଭଗବାନ ବୁଦ୍ଧଙ୍କ ସମ୍ପର୍କରେ କଥାଟିଏ ମନେପଡ଼େ। ଶୀତଦିନର ଏକ ସକାଳେ ରାସ୍ତାରେ ଜଣେ ପ୍ରାଣୀ ବ୍ୟବସାୟୀ ଏକ ମେଷପଲକୁ ବାଡ଼େଇ ବାଡ଼େଇ ନେଉଛନ୍ତି।...

ବିଦ୍ୟାସାଗରଙ୍କ ବିଚାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ...

ଶୁଣିବ ବା କିଏ

ଭାରତର ବିଭିନ୍ନ ରାଜ୍ୟର ବାସିନ୍ଦା ଯେଉଁମାନେ ବାହାରେ କାମ କରୁଥିଲେ, ଏତେ ଡେରିରେ ସେମାନଙ୍କୁ ଏବେ ଫେରାଇଲା ବେଳକୁ ନାହିଁ ନ ଥିବା ଅସୁବିଧା ଦେଖାଦେଲାଣି।...

ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ

ହରିଶ୍ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ...

ସଂଯମ ଜରୁରୀ

ନିକଟରେ ରାଜସ୍ଥାନର ପୋଖରାନ୍‌କୁ ଯାଇଥିବା ବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ ଭାରତ ତା’ର ଆଣବିକ ନୀତିରେ ପରିବର୍ତ୍ତନ...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ପୁରୀରୁ ବ୍ରହ୍ମଗିରି

ଡ. ପ୍ରଫୁଲ୍ଲ କୁମାର ସାହୁ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ...

Leave a comment

Your email address will not be published. Required fields are marked *