ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳ ବ୍ରିଷ୍ଟଲରେ ଖେଳାଯାଇଥିବା ମ୍ୟାଚ୍‌ରେ ୭ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ସେହିଭଳି ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଏହାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୭ ଉଇକେଟ୍‌ରେ ସମାନ ବ୍ୟବଧାନରେ ହରାଇଥିଲା। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି।
ଅଳ୍ପକେ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଥିବା ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳକୁ ଡୋରେନ ବ୍ରାଭୋ, କ୍ରିସ ଗେଲ୍‌ଙ୍କ ପରି ବହୁ ଅଭିଜ୍ଞ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଓ୍ବେଷ୍ଟଇଣ୍ଡିଜ ଏକ ମଜଭୁତ୍‌ ଦଳ ଭାବେ ବିଶ୍ୱକପ୍‌ରେ ପ୍ରବେଶ କରିଛି। ସାଧାରଣତଃ ଏକ ଟି୨୦ ଭିତ୍ତିକ ଦଳ ଭାବେ ପରିଚିତ ଓ୍ବେଷ୍ଟଇଣ୍ଡିଜ ନଟ୍ଟିଂହାମ ପରି ଫ୍ଲାଟ୍‌ ପିଚ୍‌ରେ ବିସ୍ଫୋରକ ବ୍ୟାଟିଂ ପରି ସମାନ ଷ୍ଟ୍ରାଟେଜୀ ଆପଣେଇପାରେ। ପୂର୍ବରୁ ବିଶ୍ୱକପ୍‌ର ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବୋଲିଂ ବାହିନୀକୁ ନିର୍ଧୁମ ପ୍ରହାର କରି ଓ୍ବେଷ୍ଟଇଣ୍ଡିଜ ୪୨୧ ରନ ସଂଗ୍ରହ କରିଥିଲା। ଗେଲ୍‌, ଏଭିନ୍‌ ଲୁଇସ, ସାଇ ହୋପ୍‌, ଆନ୍ଦ୍ରେ ରସେଲ, ସିମରନ ହେଟ୍‌ମେୟରଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼ ରହିଛି। କିନ୍ତୁ ମିଚେଲ୍‌ ଷ୍ଟାର୍କ, ପ୍ୟାଟ୍‌ କୁମିନ୍ସ, ନାଥନ କ୍ଲଟର୍‌-ନିଲ, ଆଡାମ ଜାମ୍ପାଙ୍କ ପରି ଅଷ୍ଟ୍ରେଲିଆର ଏକ କ୍ୱାଲିଟି ବୋଲିଂ ବାହିନୀ ଓ୍ବେଷ୍ଟଇଣ୍ଡିଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଦୌଡ଼ରେ ରହିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ବିପକ୍ଷରେ ୮ଟି ଦିନିକିଆ ମ୍ୟାଚ୍‌ ଜିତିଥିଲା। ଆଫଗାନିସ୍ତାନକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ଦଳ ଅପରାଜେୟ ଧାରା ୯ରେ ପହଞ୍ଚତ୍ଛି। ଷ୍ଟିଭ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କ ପରି ଦକ୍ଷ ବ୍ୟାଟ୍ସମ୍ୟାନ ଏକ ବର୍ଷର ବ୍ୟବଧାନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ ସୁଦୃଢ଼ ହୋଇଛି। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ସମେତ ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ ବଡ଼ ଶଟ୍‌ ଖେଳିବାର କ୍ଷମତା ରଖିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଅଷ୍ଟ୍ରେଲିଆ ବାଲାନ୍ସ ବହୁତ ଭଲ ରହିଛି। ତେଣୁ ଏଠାରେ ଏକ ରୋମାଞ୍ଚକ ମ୍ୟାଚ୍‌ ହେବ ବୋଲିଂ ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ୍‌, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରୀ, କେନ୍‌ ରିଚାର୍ଡଶନ୍‌, ପ୍ୟାଟ୍‌ କୁମିନ୍ସ, ନାଥନ କଲ୍ଟର-ନିଲ, ମିଚେଲ ଷ୍ଟାର୍କ, ଜାସନ ବେହରାନଡ୍ରଫ୍‌, ଆଡାମ ଜାମ୍ପା, ନାଥନ ଲିୟନ।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ ଗେଲ, ଏଭିନ୍‌ ଲୁଇସ୍‌, ଆନ୍ଦ୍ରେ ରସେଲ, ଆସଲେ ନର୍ସ, କାର୍ଲୋସ ବାର୍ଥଓ୍ବେଟ୍‌, ଡାରେନ ବ୍ରାଭୋ, କେମାର ରୋଚ୍‌, ନିକୋଲାସ ପୁରାନ, ସାଇ ହୋପ୍‌, ଶାନନ ଗ୍ରାବିଏଲ୍‌, ସେଲଡନ୍‌ କର୍ଟେଲ, ସିମରନ ହେଟ୍‌ମେୟର।


All Right Reserved By

ବିଜୟ ମାଲ୍ୟାଙ୍କୁ ‘ବିଗ୍‌ବସ୍‌’ କହି ଟ୍ରୋଲ ହେଲେ ଗେଲ୍‌

ଲଣ୍ଡନ, ୧୪।୭: ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ଫର୍ମୁଲା-୧ ବ୍ରିଟିଶ ଗ୍ରାଁ ଫ୍ରି ମୈଦାନରେ ମାଲ୍ୟାଙ୍କ...

ବ୍ରେନ୍‌ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର

ସିଡ୍‌ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍‌ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ...

ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର...

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ...

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...

ଦୂତୀଙ୍କୁ ମିଳିଲା ଭିଜା

ନୂଆଦିଲ୍ଲୀ,୧୦।୮(ପି.ଟି.)- ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ୟୁରୋପ୍‌ ଗସ୍ତ ପାଇଁ ଶେଷରେ ଭିଜା ମିଳିଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ...

ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌

ଇସଲମାବାଦ୍‌, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍‌ ବାଂଲାଦେଶକୁ ୯୯ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ...

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ ବର୍ମିଂହାମ, ୨୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବୁଧବାର ପାକିସ୍ତାନ ୬ ଉଇକେଟ୍‌ରେ ଟାଇଟଲ୍‌ ଦାବିଦାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *