୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ ଗୋପିନାଥ ଯାଦବ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବର ବିଶେଷ ଅତିଥି ଥିବା ସୂଚନା ମିଳିଛି। ଉମେଶ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କ ପରିବାରଙ୍କୁ ଭେଟିବାକୁ ପାଖାପାଖି ୬୧ ହଜାର କିଲୋମିଟର ଯାତ୍ରା କରିଛନ୍ତି। ଏହାସହ ସେ ସମସ୍ତ ଶହୀଦ ଯବାନଙ୍କ ଘର, ଶ୍ମଶାନ ଓ ସ୍ମାରକସ୍ଥଳରୁ ମାଟି ଏକାଠି କରି ଶ୍ରୀନଗରେ ପହଞ୍ଚିଛନ୍ତି। ଏହାକୁ ନେଇ ଉମେଶ କହିଛନ୍ତି, ମୁଁ ଆଜି ଗର୍ବିତ ଯେ ସମସ୍ତ ପୁଲଓ୍ବାମା ଶହୀଦଙ୍କ ଘରେ ପହଞ୍ଚିପାରି ସେମାନଙ୍କ ପରିବାରର ଆଶୀର୍ବାଦ ନେଇପାରିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୁରିଛି। ଏଥିରେ ଶହୀଦ ହୋଇଥିବା ୪୦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀନଗର ଲୋଥପରା ଶିବିର ନିକଟରେ ଏକ ସ୍ମାରକସ୍ଥଳ ଉଦ୍‌ଘାଟନ କରାଯାଇଛି। ଯେଉଁଠାରେ ଏହି ଶହୀଦ ଯବାନଙ୍କୁ ଜୈଶ-ଇ-ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା ସେହି ନିକଟରେ ଶହୀଦ ସ୍ମାରକସ୍ତମ୍ଭ ନିର୍ମାଣ କରାଯାଇଛି।


All Right Reserved By Dharitri.Com

ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ...

ମହାରାଷ୍ଟ୍ର ସଙ୍କଟ: ସରକାର ଗଠନ ପାଇଁ ମୁମ୍ବାଇରେ ଭାଜପା ଦିଲ୍ଲୀରେ କଂଗ୍ରେସର ବୈଠକ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମନ୍ଥନ ଚାଲିଛି। ଗୋଟିଏ ପରେ ଭାଜପା ମୁମ୍ବାଇରେ ବୈଠକ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ବୈଠକ...

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍‌ଏସ୍‌):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା...

୪ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଗିରଫ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମି ନ ଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କୁହାଯାଉଛି। ସ୍ପେଶାଲ ଟ୍ୟାକ୍ସ୍‌ ଫୋର୍ସ ପକ୍ଷରୁ କୋଲକତାର...

ବାଇକ୍‌ ଚଲାଇ କରୁଥିଲେ ଫେସ୍‌ବୁକ୍‌ ଲାଇଭ୍‌, ଆଉ ତା’ପରେ..

ଏବେ ଏକପ୍ରକାର ନିଶା ପାଲଟିଛି ସ୍ମାର୍ଟଫୋନ। କେବଳ ଯୁବପିଢି ନୁହେଁ, ସମସ୍ତଙ୍କୁ ନିଜ ମାୟାରେ ବଶୀଭୂତ କରିଛି ସ୍ମାର୍ଟଯୁଗର ସ୍ମାର୍ଟଫୋନ। ସ୍ମାର୍ଟଫୋନ କେବଳ ଆଖି ଖରାପ...

ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରଖେ ଏହି ଓ୍ବାଟର ଫଲ୍‌…

ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ। ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଭଦୈୟା କୁଣ୍ଡ ଓ୍ବାଟର ଫଲ୍‌। ବିଶ୍ୱାସ ରହିଛି...

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

Leave a comment

Your email address will not be published. Required fields are marked *