Posted inଖେଳ

ଓ୍ବାର୍ମଅପ୍‌ ମ୍ୟାଚ୍‌: ୨୬୩ ରନ୍‌ରେ ଅଲଆଉଟ୍‌ ଭାରତ, ହନୁମାଙ୍କ ଶତକ

ହାମିଲଟନ,୧୪।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରା(୯୩)ଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ଏକମାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଦିନରେ ୨୬୩ ରନ୍‌ରେ ସୀମିତ ରହିଛି। ଓପନିଂ ସ୍ପଷ୍ଟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୟଙ୍କ ଅଗ୍ରଓ୍ବାଲ (୧), ପୃଥ୍ବୀ ଶ (୦) ଓ ଶୁବମନ ଗିଲ (୦) ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତାର କାରଣ। ଶ ଓ ଗିଲ ଅତ୍ୟଧିକ ବାଉନ୍ସ ଯୋଗୁ ଫଶି ଥିବାବେଳେ ସୁଇଙ୍ଗ୍‌ ବୁଝି ନ ପାରି ଆଉଟ ହୋଇଥିଲେ ଅଗ୍ରଓ୍ବାଲ। ନ୍ୟୁଜିଲାଣ୍ଡ ପେସର ସ୍କଟ କୁଗଲେଜିନ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅଧିନାୟକ ବିରାଟ କୋହଲି ଓ୍ବାର୍ମଅପ୍‌ ମ୍ୟାଚ୍‌ ପରିବର୍ତ୍ତେ ନେଟ୍‌ ସେସନରେ ଯୋଗ ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ଗିଲ ୪ର୍ଥ କ୍ରମରେ ବ୍ୟାଟିଂ କରିଥିଲେ। ଶ ଓ ଅଗ୍ରଓ୍ବାଲଙ୍କ ଭଳି ଗିଲ ମଧ୍ୟ କୁଗଲେଜିନଙ୍କ ଦ୍ୱାରା ହିଁ ଆଉଟ୍‌ ହୋଇଥିଲେ। ଟିମ୍‌ ଇଣ୍ଡିଆ ମାତ୍ର ୫ ରନ୍‌ରେ ୩ ଉଇକେଟ ହରାଇସାରିଥିଲା। ପ୍ରଥମ ଘଣ୍ଟାରେ ଅଜିଙ୍କ୍ୟ ରାହାନେ ଚତୁର୍ଥ ଉଇକେଟ ପାଇଁ (୧୮) ମଧ୍ୟ ପ୍ୟାଭିଲିଅନ ଫେରିଥିଲେ। ବିହାରୀ ଓ ପୂଜାରା ୧୯୫ ରନ୍‌ ଯୋଡ଼ିଥିଲେ। ସ୍ପିନର ଇଶ ସୋଧିଙ୍କ ବଲକୁ ଛକା ମାରିବାକୁ ଯାଇ ପୂଜାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବିହାରୀ ତିନି ଅଙ୍କ ସ୍କୋର ଛୁଇଁବା ପରେ ରିଟାୟର୍ଡ ଆଉଟ୍‌ ହୋଇଥିଲେ। ଭାରତୀୟ ଦଳ ମାତ୍ର ୩୦ ରନ୍‌ରେ ଅନ୍ତିମ ୬ ଉଇକେଟ ହରାଇଥିଲା। ଉଇକେଟକିପର ରିଷଭ ପନ୍ତଙ୍କ ପାଇଁ ପୁଣି ଥରେ ଖରାପ ଶଟ୍‌ କାଳ ପାଲଟିଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତୀୟ ଦଳ- ୭୮.୫ ଓଭରରେ ୨୬୩/ଅଲଆଉଟ୍‌ (ହନୁମା ବିହାରୀ ୧୦୧, ଚେତେଶ୍ୱର ପୂଜାରା ୯୩, ସ୍କଟ କୁଜଲେଜିନ ୪୦/୩, ଇଶ ସୋଧି ୭୨/୩, ଜ୍ୟାକ ଗିବସନ ୨୬/୨)।


All Right Reserved By Dharitri.Com

Posted inଖେଳ View All

ଡୋପିଂ ମାମଲା: ‘ଓପନ’ ହିଅରିଂ ଦାବି କଲେ ସନ୍‌

ବେଜିଂ, ୨୧ା୭ (ଏଏଫ୍‌ପି)-ସୁଇମିଂ ସୁପରଷ୍ଟାର ସନ୍‌ ୟାଙ୍ଗ୍‌ ତାଙ୍କ ଡୋପିଂ ମାମଲାର ଶୁଣାଣି ସର୍ବସାଧାରଣରେ କରିବା ଲାଗି ନିବେଦନ କରିଛନ୍ତି। ସନ୍‌ ଏକମାତ୍ର ସନ୍ତରଣକାରୀ ଭାବେ...

ଟ୍ରେଭର ବେଲିସ୍‌ ଟିମ୍‌ ଆବୁଧାବି କୋଚ୍‌

ଆବୁଧାବି, ୧୮ା୧୦ (ପି.ଟି.)-ଏଠାରେ ନଭେମ୍ବର ୧୫ରୁ ଆରମ୍ଭ ହେବାକୁଥିବା ଟି୧୦ ଟୁର୍ନାମେଣ୍ଟ ଲାଗି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଆବୁଧାବି ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ...

ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ...

ମାତୃ ବିୟୋଗ ସତ୍ତ୍ୱେ ସ୍ବଦେଶ ଫେରିଲେନି ନସୀମ

ପର୍ଥ, ୧୨।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନର ଦଳର ଯୁବ ଦ୍ରୁତ ବୋଲର ନସୀମ ଶାହଙ୍କ ପାଇଁ ମଙ୍ଗଳବାର ବେଶ୍‌ ଦୁଃଖଦାୟକ ସମୟ ରହିଥିଲା। ସୋମବାର...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ଓଡ଼ିଶା ଦଳରେ ସମୀର

ବ୍ରହ୍ମପୁର ଅଫିସ୍‌,୧୨ା୧୨: କୁଚ୍‌ବିହାର ଟ୍ରଫିର ଆଗାମୀ ମ୍ୟାଚ୍‌ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ...

ପରାଜୟରୁ ବର୍ତ୍ତିଲା ଇଷ୍ଟବେଙ୍ଗଲ

ଲୁଧିଆନା, ୭ା୧୨ (ପି.ଟି.)-ପଞ୍ଜାବ ଏଫ୍‌ସି ବିପକ୍ଷ ଆଇ-ଲିଗ୍‌ ମ୍ୟାଚରେ ଇଷ୍ଟ ବେଙ୍ଗଲ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି...

୧୦୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ

କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ...

Leave a comment

Your email address will not be published. Required fields are marked *