କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ ମୃତ୍ୟୁଦଣ୍ଡ। ଗୋଟିଏ ପଟେ କରୋନାଭାଇରସ୍‌କୁ ନେଇ ସାରା ବିଶ୍ୱ ଏହାର ଚିକିତ୍ସା ଖୋଜିବାରେ ଲାଗିପଡ଼ିଛି ସେଠାରେ ଉତ୍ତର କୋରିଆ ସଂକ୍ରମିତ ପୀଡିତଙ୍କ ଉପରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କରୋନାଭାଇରସ୍‌ ସଂକ୍ରମଣ ସନ୍ଦେହରେ ଉତ୍ତର କୋରିଆର ଜଣେ ଅଧିକାରୀଙ୍କୁ ଚାଇନାରୁ ଫେରିବା ପରେ ଆଇସୋଲେଶନ୍‌ ସେଣ୍ଟରରେ ପୃଥକ ରଖାଯାଇଥିଲା। କିନ୍ତୁ ଉକ୍ତ ଅଧିକାରୀ ଜଣଙ୍କ ଭୁଲରେ ସାର୍ବଜନୀନ ଶୌଚାଳୟକୁ ବ୍ୟବହାର କରିଦେଇଥିଲେ। ଏହାଦ୍ୱାରା କରୋନାଭାଇରସ୍‌ ବ୍ୟାପିବା ସମ୍ଭାବନା ଥିବାରୁ ତାଙ୍କୁ ଗିରଫ କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ପୂର୍ବରୁ ଚାଇନା ଯାତ୍ରା ନେଇ ଜଣେ ବ୍ୟକ୍ତି ସରକାରଙ୍କୁ ଲୁଚାଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିମ୍‌ ଜଙ୍ଗ ତାଙ୍କୁ ଦେଶରୁ ବାହାର କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ ସଂକ୍ରମିତ ଲୋକଙ୍କୁ ପୃଥକ୍‌ ରଖାଯାଇଥିବା ସ୍ଥାନରୁ ଯଦି କିଏ ବିନା ଅନୁମତିରେ ଯାଏ ତେବେ ସେନା ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉତ୍ତର କୋରିଆର ମୁଖ୍ୟ କିମ୍‌ ଜଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାସିଲିଆ,୧୪।୧୧: ଆସନ୍ତା ୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସେ ସ୍ବୀକାର...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ...

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି।...

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩୬ ମୃତ

ବେଜିଂ,୨୯।୯: ଚାଇନାର ପୂର୍ବ ଜିଆଙ୍ଗ୍‌ସୁ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୬ରୁ ଅଧିକ ଲୋକ ଆହତ...

ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ତେହେରାନ,୪ା୧: ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାକୁ ଶେଷ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧମକ ଦେଇଥିଲେ ଇରାନୀ ଜେନେରାଲ କାସିମ...

ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା

ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା...

୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର

ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

Leave a comment

Your email address will not be published. Required fields are marked *