ୟୁଜବେନ୍ଦ୍ରଙ୍କୁ ୪, ରୋହିତଙ୍କ ଶତକ: ଭାରତ ବିଜୟୀ

ସାଉଥାମ୍ପଟନ, ୬।୬- ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ବୁଧବାର ଅନୁଷ୍ଠିତ ଆଇସିସି ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ପରାସ୍ତ କରିଛି। ରୋଜବାଉଲର ସ୍ଲୋ ପିଚ୍‌ରେ ବ୍ୟାଟିଂ କଷ୍ଟସାଧ୍ୟ ହେଉଥିବାବେଳେ ରୋହିତ କ୍ୟାରିୟରର ୨୩ତମ ଦିନିକିଆ ଶତକ ହାସଲ କରି ନିଜ ଦକ୍ଷତାର ପ୍ରମାଣ ଦେବା ସହ ଭାରତକୁ ବିଜୟ ସ୍ବାଦ ଚଖାଇଛନ୍ତି। ୟୁଜବେନ୍ଦ୍ର ଚହଲ ୪ଟି ଏବଂ ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ୱର କୁମାର ୨ଟି ଲେଖାଏ ଉଇକେଟ ନେଇ ଦକ୍ଷିଣ ଆଫ୍ରିକା ଇନିଂସକୁ ୫୦ ଓଭରରେ ୨୨୭/୯ରେ ସୀମିତ ରଖିଥିଲେ। ଜବାବରେ ଭାରତ ରୋହିତଙ୍କ ଅପରାଜିତ ଶତକ(୧୨୨ ରନ, ୧୪୪ ବଲ, ୧୩ ଚୌକା, ୨ ଛକା) ବଳରେ ୪୭.୩ ଓଭରରେ ୪ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରି ନେଇଥିଲା। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ୩୪, ଲୋକେଶ ରାହୁଲ ୨୬, ଅଧିନାୟକ ବିରାଟ କୋହଲି ୧୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୫* ରନ ସ୍କୋର କରିଥିଲେ। ସ୍ମରଣୀୟ ଶତକୀୟ ଇନିଂସ ପାଇଁ ରୋହିତ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।


All Right Reserved By Dharitri.Com

କାହିଁକି ଦୁଇ ପିଲାର ମା’ଙ୍କୁ ବିବାହ କରିଥିଲେ ଶିଖର ଧାଓ୍ବନ୍‌

ଭାରତୀୟ କ୍ରିକେଟ୍‌ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି...

ଏଲିସେ ପେରୀଙ୍କ ସଫଳତା

ଆଣ୍ଟିଗୁଆ, ୧୨।୯- ବିଶ୍ୱର ତୃତୀୟ ମହିଳା କ୍ରିକେଟର୍‌ ଭାବେ ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର ଏଲିସେ ପେରୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୫୦ ଉଇକେଟ୍‌ ଅକ୍ତିଆର କରିଛନ୍ତି।...

ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ

ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ।...

ଭାରତ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇନି: ସର୍ଫରାଜ

କରାଚୀ, ୭ା୭ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନକୁ ସେମିଫାଇନାଲରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଜାଣିଶୁଣି ଖେଳିଲା ନାହିଁ ବୋଲି ଯାହା କୁହାଯାଉଛି...

ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ, ଟି୨୦ ଦଳ ଘୋଷିତ

ଜୋହାନ୍ସବର୍ଗ,୧୪।୮(ଏଏଫ୍‌ପି)- ଆଗାମୀ ଭାରତ ବିପକ୍ଷ ଟେଷ୍ଟ ଓ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌...

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା...

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *