Posted inUncategorized

୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଅନ୍ୟ ଷ୍ଟାରମାନଙ୍କ ସହ ସଲମାନ୍‌ ମଧ୍ୟ ଯୋଗଦେବେ। ଏହି ସୁଯୋଗରେ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୬୦୦ କିଲୋମିଟର ସାଇକେଲ ଚଲାଇ ଗୁଆହାଟିରେ ପହଞ୍ଚିଛନ୍ତି। ତିନ୍‌ସୁକିଆ ଜିଲାର ଜୁଗୁନ୍‌ରେ ରହୁଥିବା ଭୂପେନ୍‌ ଲିକ୍ସନ ୮ ଫେବୃୟାରୀରେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ସେ ନିଜ ସାଥୀରେ ସଲମାନଙ୍କ ଏକ ବଡ଼ ଫଟୋ ମଧ୍ୟ ଆଣିଛନ୍ତି। ୫୨ ବର୍ଷୀୟ ଭୂପେନ୍‌ ସଲମାନଙ୍କ ଜଣେ ବଡ଼ ପ୍ରଶଂସକ।
୨୦୧୩ରେ ଭୂପେନ ସାଇକେଲ୍‌ ହ୍ୟାଣ୍ଡେଲ୍‌ ନ ଧରି ୪୮ କିଲୋମିଟର ଯାତ୍ରା କରିଥିଲେ। ତାଙ୍କର ଏହି ରେକର୍ଡ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ସଲମାନ ସାଇକ୍ଲିଂକୁ ପସନ୍ଦ କରୁଥିବାରୁ ଭୂପେନ୍‌ ଏପରି ତରିକା ଆପଣାଇଛନ୍ତି। ଏବେ ବି ବେଳେବେଳେ ସଲମାନ ମୁମ୍ବାଇ ଗଳିକନ୍ଦିରେ ସାଇକେଲ ଚଳାଉଥିବା ନଜର ଆସିଥାଏ।


All Right Reserved By Dharitri.Com

Posted inUncategorized View All

ଭଙ୍ଗା ଯାଉନି ବିପଦସଙ୍କୁଳ ସ୍କୁଲ ଗୃହ

ତିହିଡ଼ି, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୁବେରା ପଞ୍ଚାୟତ ଇଟାଗଡ଼ି ପ୍ରାଥମିକ ସ୍କୁଲ ପରିସରରେ ଥିବା ଏକ ପୁରାତନ ସ୍କୁଲ...

ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ,...

କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା: ଜଣେ ରିଟେଲର ନିଲମ୍ବିତ,୨ ଜଣଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ବ୍ଲକ ଅଧୀନ କଲଣ ପଞ୍ଚାୟତର ବେସରକାରୀ ଖୁଚରା ବିକ୍ରେତା(ରିଟେଲର) କାଳନ୍ଦୀ ଚରଣ ସାହୁଙ୍କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିଲମ୍ବନ କରିଛନ୍ତି...

ବଞ୍ଚିଥିବା ଯାଏ କରିବେ ଅଭିନୟ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ବେବୋ ନାଁରେ ବେଶ୍‌ ପରିଚିତ। ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ...

ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର

ଜୟପୁର,୩ା୪(ଡି.ଏନ୍‌.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା...

ଠିକାଦାର ମହାସଂଘର ଆମରଣ ଅନଶନ ଆରମ୍ଭ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ସୋମବାରଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି। ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ୱ ଠିକାଦାର ବିଧାନସଭା...

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ...

ଓ୍ବାର୍ନର, ତାହିରଙ୍କ ଚମକ

ଦୀର୍ଘ ୪୫ ଦିନରୁ ଅଧିକ ସମୟ ଏବଂ ୬୦ଟି ମ୍ୟାଚ୍‌ର ପରିସମାପ୍ତି ପରେ ଏକ ରୋମାଞ୍ଚକର ଫାଇନାଲରେ ୨ ରନ୍‌ରେ େନ୍ନାଇ ସୁପର କିଙ୍ଗ୍‌ସ୍‌କୁ ଚକ୍‌ମା...

Leave a comment

Your email address will not be published. Required fields are marked *