Posted inUncategorized

ଜାହାଜରେ ଫସିଲେ ସୋନାଲୀ: ଭାରତ ସରକାରଙ୍କୁ ସାହାଯ୍ୟ ଲୋଡିଲେ

ଟୋକିଓ,୧୪।୨: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନାଭାଇରସ୍‌ ଏବେ ପୂରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ଏଯାଏଁ ଚାଇନାରେ ୧୪୮୦ ଜଣଙ୍କ ଜୀବନ ଯାଇଥିବା ବେଳେ ୪୮୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଅଛନ୍ତି। ଇତିମଧ୍ୟରେ ଜାପାନର ୟୋକାହାମା ପୋର୍ଟରେ ଡାଇମଣ୍ଡ ପ୍ରିନ୍ସସେସ୍‌କୁ ଜାହାଜ ସରକାର ଅଟକାଇ ରଖିଛନ୍ତି। ଏହି ଜାହାଜରେ ୨୧୯ ଯାତ୍ରୀ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା କୁହାଯାଉଛି। ଯେଉଁଥିରେ ୨ଜଣ ଭାରତୀୟ ମଧ୍ୟ ରହିଥିବା ଜଣାପଡ଼ିଛି। ଜାହାଜରେ କ୍ରୁ ଓ ଯାତ୍ରୀଙ୍କୁ ମିଶାଇ ପ୍ରାୟ ୧୩୮ ଭାରତୀୟ ରହିଛନ୍ତି। ଏତେ ମାତ୍ରାରେ ପଜେଟିଭ୍‌ ମାମଲା ମିଳିବା ପରେ ଜାପାନ ପ୍ରଶାସନ ଏହି ଜାହାଜକୁ ସମସ୍ତଙ୍କଠାରୁ ଦୂରେଇ ରଖିଛନ୍ତି। କିନ୍ତୁ ଜାହାଜରେ ଯେଉଁମାନେ ସଂକ୍ରମିତ ହୋଇନାହାନ୍ତି ସେମାନଙ୍କ ପାଇଁ ଏବେ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଜାହାଜରେ ସିକ୍ୟୁରିଟି ଅଫିସର ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇର ସୋନାଲୀ ଠକ୍କର ମଧ୍ୟ ଫସିରହିଛନ୍ତି। ଏଥିରେ ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ସଂକ୍ରମିତ ହେବା ଭୟରେ ଏଠାରୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ୧୦ ଦିନରୁ ଊର୍ଦ୍ଧ୍ୱ ହେବ ସେ ଏହି ଜାହାଜରେ ରହିଥିବା ବେଳେ ଏଥିରେ ଯେଉଁମାନେ ଅଛନ୍ତି ତାଙ୍କୁ ଯାଞ୍ଚ କରାଯାଇ ସଂକ୍ରମିତଙ୍କୁ ଅଲଗା ରଖାଯାଉ ବୋଲି ସୋନାଲୀ କହିଛନ୍ତି। ଏନେଇ ତାଙ୍କ ପରିବାରଲୋକେ ମଧ୍ୟ ଚିନ୍ତିତ ରହିଛନ୍ତି। ଅପରପକ୍ଷେ ଜାହାଜରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


All Right Reserved By Dharitri.Com

Posted inUncategorized View All

କାମରେ ଆସୁନି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ

ବାରିପଦା ଅଫିସ,୯ା୧୨- ରକ୍ତ ଅଭାବରୁ ରୋଗୀମାନେ ଯେଭଳି ମୃତ୍ୟୁବରଣ ନ କରନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ବ୍ୟବସ୍ଥା...

ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ମାନକୁ ନେଇ ଉପ ଜିଲାପାଳଙ୍କ ଅସନ୍ତୋଷ

ଭଞ୍ଜନଗର,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତ ଭାଲିଆପଲ୍ଲୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର...

ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ଛାଡ଼ିବେ ସିମନ୍ସ

ନୂଆଦିଲ୍ଲୀ,୨୦।୫(ପି.ଟି.)-ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଫିଲ ସିମନ୍ସ ଆଗାମୀ ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ତ୍ୟାଗ କରିବେ। ୨୦୧୭ ଡିସେମ୍ବରରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।...

ଲୋଇସିଂହାରେ ଘୂର୍ଣ୍ଣିଝଡ଼: ବାଉଁଶ ବୁଦା ଉପୁଡ଼ି ଜଣେ ମୃତ, ୩ ଗୁରୁତର

ଲୋଇସିଂହା,୬।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଛି। ତେବେ ବର୍ଷାରୁ ରକ୍ଷା ପାଇବା ଲାଗି...

ରିଲ୍‌ରେ ଦେଖାଦେବେ ରିୟଲ ଲାଇଫ୍‌ର ପିତାପୁତ୍ର ଯୋଡି

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖୁବ୍‌ କମ୍‌ ସମୟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଟାଇଗର ଶ୍ରଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବାଗି...

୪ଦିନରେ ଶୁଟିଂ ହୋଇଥିଲା ଏହି ହୋଲି ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ଗୀତ ‘ବଲମ ପିଚ୍‌କାରୀ’ ସବୁଠାରୁ ଚର୍ଚ୍ଚିତ ଓ...

Leave a comment

Your email address will not be published. Required fields are marked *