Posted inଖେଳ

ବଦଳିଲା ଆରସିବି ଲୋଗୋ

ବାଙ୍ଗାଲୋର,୧୪।୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶୁକ୍ରବାର ତା’ର ନୂଆ ଲୋଗୋ ଉନ୍ମୋଚନ କରିଛି। ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଆରସିବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଫ୍ରାଞ୍ଚାଇଜ ସୋସିଆଲ ମିଡିଆରୁ ପ୍ରୋଫାଇଲ ଇମେଜ ସମେତ କିଛି ପୁରୁଣା ପୋଷ୍ଟ ଡିଲେଟ୍‌ କରିବାର କିଛି ଦିନ ପରେ ଏହି ଘୋଷଣା କରାଯାଇଛି। ସୋସିଆଲ ମିଡିଆର ବିଭିନ୍ନ ପୋଷ୍ଟ ହଟା ଯିବା ଉପରେ ଦଳର ଅଧିନାୟକ ବିରାଟ କୋହଲି, ବରିଷ୍ଠ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଓ ସ୍ପିନର ୟୁଜବେନ୍ଦ୍ର ଚହଲ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଟୁଇଟରରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଆରସିବିର ନୂଆ ଲୋଗୋ ଦେଖିବାକୁ ମିଳୁଛି। ଏହାର କ୍ୟାପଶନରେ ଲେଖା ରହିଛି, ବହୁ ପ୍ରତିକ୍ଷା ପରେ ନୂଆ ଆରସିବି ଓ ନୂଆ ଲୋଗୋ ଆସିଛି। ଏହି ଅବସରରେ ଫ୍ରାଞ୍ଚାଇଜ ଚେୟାରମ୍ୟାନ ସଞ୍ଜୀବ ଗୋଏଙ୍କା କହିଛନ୍ତି, ନିରବିଚ୍ଛିନ୍ନ ଭାବେ ମନୋରଞ୍ଜନ ଓ ଆରସିବି ପଛରେ ଥିବା ପ୍ରଶଂସକଙ୍କ ଭରସାକୁ ଆମ ଲୋଗୋ ଦର୍ଶାଉଛି। ଦଳୀୟ ଆବଶ୍ୟକତା ପାଇଁ ପରିଚୟରେ ପରିବର୍ତ୍ତନ କରୁଛୁ। ନୂଆ ସିଜନ ପୂର୍ବରୁ ଆରସିବି ତା’ର ନାମ ଓ ଜର୍ସିରେ ପରିବର୍ତ୍ତନ କରିପାରେ ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲା।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ,୭।୧୦(ପି.ଟି.)- ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼...

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ...

ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ

ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା...

ସିନ୍ଧୁ ପୁଣି ପରାସ୍ତ

ଗୁଆଙ୍ଗଝୋ, ୧୩ା୧୨ (ପି.ଟି.)- ବର୍ଷର ଶେଷ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ଓ୍ବାର୍ଲଡ ଟୁର୍‌ ଫାଇନାଲରେ ଗତଥରର ଚାମ୍ପିୟନ ପି.ଭି ସିନ୍ଧୁଙ୍କ ଅଭିଯାନ ଆପାତତଃ ଶେଷ ହୋଇଯାଇଛି। ଭାରତୀୟ...

ସମୟ ପାଇଲେ ଏହି ବହି ପଢୁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ଟେଷ୍ଟ ହାତେଇବା...

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯...

ପ୍ରଥମ ଦୁଇଟି ଟି୨୦ ପାଇଁ ନାରିନ, ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ ଦଳରେ ସାମିଲ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୩।୭ (ପି.ଟି.)- ଭାରତ ବିପକ୍ଷ ଟି୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଘୋଷଣା କରାଯାଇଛି।...

ପ୍ରଥମ ଟି୨୦; ବାୟୁ ପ୍ରଦୂଷଣ ନେଇ ସମସ୍ୟା ନାହିଁ: ରୋହିତ

ନୂଆଦିଲ୍ଲୀ, ୧।୧୧ (ପି.ଟି.)- ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଏନେଇ ଗଣମାଧ୍ୟମଗୁଡିକରେ ବେଶ୍‌ ଚର୍ଚ୍ଚା ଚାଲିଛି। ଆସନ୍ତା ୩...

Leave a comment

Your email address will not be published. Required fields are marked *