Posted inଜାତୀୟ

ଭାରତ ପାଖରେ ପର୍ଯ୍ୟାପ୍ତ ଔଷଧ ଗଚ୍ଛିତ ଅଛି, ଭୟ କରିବାର ଆବଶ୍ୟକାତା ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪।୨: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୪ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଔଷଧ ପାଇଁ ଭାରତ ଚାଇନା ଉପରେ ନିର୍ଭର କରୁଥିବାରୁ କରୋନା ଭାଇରସ ଯୋଗୁ ଏହା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ। ଭାରତରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି। ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ଭାରତରେ ମଧ୍ୟ କରୋନା ଭାଇରସ କିଛି ଲୋକଙ୍କ ଦେହରେ ଚିହ୍ନଟ ହୋଇଛି। ତେଣୁ ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଡା.ହର୍ଷବର୍ଦ୍ଧନ। ଏଥିସହ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ମଧ୍ୟ ସେ କହିଛନ୍ତି।


All Right Reserved By Dharitri.Com

ଏପ୍ରିଲ୍‌ରେ ୫୧ରୁ ଅଧିକ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୬।୨: ଆସନ୍ତା ୨୦୨୦ ଏପ୍ରିଲ୍‌ରେ ରାଜ୍ୟ ସଭାରେ ୫୧ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସଭା ଉପାଧ୍ୟକ୍ଷ ସାଭା ହରିବଂଶ,...

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

୨୦୨୦ରେ ଚନ୍ଦ୍ରୟାନ-୩ ପ୍ରେରଣ

ନୂଆଦିଲ୍ଲୀ,୧ା୧: ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ପରେ ଚନ୍ଦ୍ରୟାନ-୩ ପ୍ରେରଣ ହେବ...

ନିର୍ଭୟା ମାମଲା: ଜେଲ୍‌ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍‌...

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ...

ସ୍ବାଧୀନତାର ୭୨ ବର୍ଷ ପରେ ବି ତ୍ରିଶୁଳି ଗାଁରେ ପହଞ୍ଚିନି ବିଦ୍ୟୁତ୍‌ ଆଲୋକ

ରାୟପୁର,୧୩।୬: ଦେଶ ସ୍ବାଧୀନ ହେବାର ୭୨ ବର୍ଷ ବିତିଯାଇଛି। ଇତିମଧ୍ୟରେ ଦେଶରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଜାରି ରହିଛି। ତେବେ ଏବେ ବି ଛତିଶଗଡ଼ର ବଳରାମପୁର ଜିଲା...

ଏଠି ପାଣି ନଷ୍ଟ କଲେ ଦେବାକୁ ପଡିବ ୫ଶହ ଟଙ୍କା ଜରିମାନା

ଗାନ୍ଧିଗନର,୨୦।୫: ଗୁଜରାଟର ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫ ଶହ ଟଙ୍କା ଜରିମାନା। ଏଠାରେ ଅନେକ ସ୍ଥାନରେ ଜଳାଭାବ ଦେଖା...

Leave a comment

Your email address will not be published. Required fields are marked *