ସରକାରୀ ସଂସ୍ଥାକୁ ଦକ୍ଷ କରିବ ‘ମୋ ସରକାର’: ମନ୍ତ୍ରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ କୃଷକଙ୍କ ଆୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ତେଣୁ ଏହାକୁ ତ୍ରୁଟିଶୂନ୍ୟ ଏବଂ ପ୍ରଗତିଶୀଳ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି। ହେଲେ ଏହି ସମସ୍ତ କ୍ଷେତ୍ରରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ ସହିତ ବଳକା ରାଜ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ‘ମୋ ସରକାର’ ଏକ ବଳିଷ୍ଠ ଉଦ୍ୟମ ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ସେହିପରି ସରକାରୀ ସଂସ୍ଥାଗୁଡିକୁ ଅଧିକ ଦକ୍ଷ, କ୍ରିୟାଶୀଳ କରିବାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଫଳପ୍ରଦ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଆଗାମୀ ଦିନରେ ଏହି ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ। ତେଣୁ ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ‘ମୋ ସରକାର’ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଆୟୋଜିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅରୁଣ କହିଥିଲେ ଯେ, ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ। ଫୋନ୍‌ କଲ୍‌ ମାଧ୍ୟମରେ ଜନସାଧାରଣଙ୍କ ମୂଲ୍ୟବାନ୍‌ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱକୁ ବୃଦ୍ଧି କରିବାରେ ସହାୟକ ହେବ। ଅନୁକୂଳ ମତାମତ ଭିତ୍ତିରେ ଅନୁଷ୍ଠାନ ଓ କର୍ମଚାରୀଙ୍କୁ ଭଲ ପଦୋନ୍ନତି ଦିଆଯିବା ସହିତ ପ୍ରତିକୂଳ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ ଅଫିସ୍‌ରେ ଫାଇଲକୁ ଧାର୍ଯ୍ୟ ସମୟ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ନୋଡାଲ ଅଫିସରମାନଙ୍କୁ ଜିଲା ଗସ୍ତ ସମୟରେ କାର୍ଯ୍ୟାଳୟର ଫାଇଲ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କହିଥିଲେ ଯେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରି ବଜେଟରେ ଅଧିକ ଅର୍ଥ ବରାଦ କରୁଛନ୍ତି। ମୋ ସରକାର କାର୍ଯ୍ୟକ୍ରମରେ ସାମଗ୍ରିକ ଭାବରେ ବିଭାଗର କାର୍ଯ୍ୟଦକ୍ଷତାକୁ ମପାଯିବାର ବ୍ୟବସ୍ଥା କରାଯାଇଛି।
ସରକାରୀ କାର୍ଯ୍ୟ ସମ୍ପାଦନାରେ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ବୃଦ୍ଧି ପାଇବ। ‘ମୋ ସରକାର’ର ସଫଳ ରୂପାୟନ ଦିଗରେ ଜିଲାସ୍ତରରେ ଫେବୃୟାରୀ ୨୦ ସୁଦ୍ଧା କ୍ଷେତ୍ର ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କୁହାଯାଇଛି। ଏଥିସହ ସମସ୍ତ ଜିଲା କାର୍ଯ୍ୟାଳୟରେ ‘ମୋ ସରକାର’ ସମ୍ପର୍କିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍‌.ତିରୁମାଲା ନାୟକ ପ୍ରମୁଖ ‘ମୋ ସରକାର’ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲାର ସିଡିଭିଓ, ଜିଲା ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


All Right Reserved By Dharitri.Com

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା...

ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୧୩ରୁ ଚଳିତ ବର୍ଷ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୧୯ ଯାଏ ଚାଲିବ।...

ଭୂତମୁଣ୍ଡାଇରେ ଟ୍ରକ୍‌ ଟର୍ମିନାଲ ନିର୍ମାଣକୁ ବିରୋଧ

କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ...

ଏଥର ବଜେଟ ପରିମାଣ ଟପିବ ଦେଢ଼ ଲକ୍ଷ କୋଟି

ଭୁବନେଶ୍ୱର,୭।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୨୦-୨୧ ବର୍ଷ ପାଇଁ ରାଜ୍ୟ ବଜେଟକୁ ଅନୁମୋଦନ ମିଳିଛି।...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା...

ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ

ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ।...

‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ...

ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ...

Leave a comment

Your email address will not be published. Required fields are marked *