ଗୋଟିଏ ଦିନରେ କରୋନା ଭାଇରସ୍‌ରେ ୪,୮୦୦ ଜଣ ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧,୪୮୦ ଟପିଲା

ବେଜିଂ,୧୪।୨: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଚାଇନାରେ ୨୫୪ ଜଣଙ୍କ ଜୀବନ ଯାଇଥିବାବେଳେ ୪,୮୦୦ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟାକୁ ମିଶାଇ ଚାଇନାରେ ଏଯାଏ ୧,୪୮୦ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇସାରିଲାଣି। ସେହିପରି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାର ହୁବେଇ ପ୍ରଦେଶରେ କେବଳ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ନୂଆ ନୂଆ କଟକଣା ଲଗାଇବ ଆରମ୍ଭ କରିଛି। ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ହୁବେଇର ଉହାନକୁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ପଠାଇଛି। ସେହିପରି ପୂର୍ବଭଳି ସହରରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି। ଏହି ଭାଇରସ ଯୋଗୁ ଚାଇନାରେ ବ୍ୟବସାୟିକ କ୍ଷତି ବଢିବାରେ ଲାଗିଛି। କେବଳ ଅଟୋ ସେକ୍ଟର ବିକ୍ରି ୧୮ ପ୍ରତିଶତ ହ୍ରାସ ପାଇଛି।


All Right Reserved By Dharitri.Com

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି...

ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ...

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ...

ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌...

ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କଲା ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନ ଜଣେ ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଗୁପ୍ତଚର ଜଣକ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗାଜି ଖାଁ ଜିଲାର ରାଖିଗଞ୍ଜ ଅଞ୍ଚଳରୁ...

ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି...

ଜେଲ୍‌ରେ ଦଙ୍ଗା: ୫୨ ମୃତ

ରିଓ ଡି ଜେନିରୋ,୩୦ା୭(ଏଏଫ୍‌ପି): ଉତ୍ତର ବ୍ରାଜିଲ୍‌ର ଏକ କାରାଗାରରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଅନୂ୍ୟନ ୫୨ କଏଦୀଙ୍କ ପ୍ରାଣହାନି ଘଟିଛି। ତିନି...

ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର

ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ...

Leave a comment

Your email address will not be published. Required fields are marked *