Posted inଜାତୀୟ

ଆରଜେଡି ଛାଡିବେ ଲାଲୁଙ୍କ ସମୁଦି

ପାଟନା,୧୪।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଦଳ ଛାଡିବେ ବୋଲି ଜଣାପଡିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ଆରଜେଡି ଛାଡି ସେ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ଯୋଗ ଦେବେ ବୋଲି କୁହାଯାଉଛି। ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ ନୀତିଶଙ୍କ କାର୍ଯ୍ୟଶୈଳୀ ତାଙ୍କୁ ପ୍ରଭାବିତ କରିଥିବା କଥା ଚନ୍ଦ୍ରିକା କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରିକାଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲୁଙ୍କ ବଡ ପୁଅ ତେଜପ୍ରତାପଙ୍କୁ ବିବାହ କରିଥିଲେ। କିନ୍ତୁ ଅଳ୍ପ ଦିନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା। ଏବେ କୋର୍ଟରେ ଛାଡପତ୍ର ମାମଲା ଚାଲିଛି। ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟ ଦୂରତା ବଢିଯାଇଥିବାରୁ ଚନ୍ଦ୍ରିକା ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି।


All Right Reserved By Dharitri.Com

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ...

ବାରାଣସୀ, ଅଯୋଧ୍ୟା ଉପରେ ରହିଛି ଆତଙ୍କବାଦୀଙ୍କ ନଜର

ଗୋରଖପୁର,୧୮।୧୦: ନେପାଳ ସୀମା ଅତିକ୍ରମ କରି ଉତ୍ତର ପ୍ରଦେଶର ଗୋରଖପୁର ଦେଇ ଭାରତରେ କେତେଜଣ ଆତଙ୍କବାଦୀ ପ୍ରବେଶ କରିବା ସୂଚନା ମିଳିବା ପରେ, ଗୋରଖପୁର ଓ...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ...

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ...

Leave a comment

Your email address will not be published. Required fields are marked *