Posted inଜାତୀୟ

ଆର୍‌.କେ ପାଚୌରିଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୨: ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ(ଟିଇଆରଆଇ)ର ମୁଖ୍ୟ ଆର.କେ ପାଚୌରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ୧୯୪୦ ମସିହା ଅଗଷ୍ଟ ୨୦ରେ ଉତ୍ତରାଖଣ୍ଡରେ ପାଚୌରୀ ଜନ୍ମ ଗ୍ରହଣ କରିଥିଲେ। ସେ ଜଳବାୟୁ ପରିବର୍ତ୍ତନ ଉପରେ ଗଠନ ହୋଇଥିବା ଇଣ୍ଟର ଗର୍ଭନମେଣ୍ଟାଲ ପ୍ୟାନେଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୫ରେ ତାଙ୍କର ଜଣେ ମହିଳା ସହଯୋଗୀ ପାଚୌରୀଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ପାଚୌରୀ ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଅଧ୍ୟକ୍ଷ ଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ୨୦୦୭ରେ ଆଇପିସିସି ନୋବେଲ ଶାନ୍ତି ପୁରସ୍କାର ପାଇଥିଲା। ପାଚୌରୀ ଏହି ନୋବେଲ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୮ରେ ତାଙ୍କୁ ଭାରତ ସରକାର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।


All Right Reserved By Dharitri.Com

ନିର୍ଭୟା ଗଣ ବଳାତ୍କାର: ରାଜକ୍ଷମା ଆବେଦନ ପାଇଁ ଦୋଷୀଙ୍କୁ ୭ ଦିନ ସମୟ; ଏହା ପରେ ଜାରି ହେବ କଳା ପରଓ୍ବାନା

ନୂଆଦିଲ୍ଲୀ,୩୧।୧୦: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦୋଷୀମାନେ ରାଷ୍ଟ୍ରପତି ରାମନାଥ...

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ ୩-୪ ଜୈଶ୍‌ ଆତଙ୍କବାଦୀ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀରେ ୩-୪ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା...

ମୋଦିଙ୍କ ଜନ୍ମଦିନକୁ ନେଇ ଆରମ୍ଭ ହେଲା ‘ସେବା ସପ୍ତାହ’: ଏମ୍ସରୁ ସେବା ଆରମ୍ଭ କଲେ ଶାହ

ନୂଆଦିଲ୍ଲୀ,୧୪।୯: ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଭାଜପା ପକ୍ଷରୁ ‘ସେବା ସପ୍ତାହ’ ପାଳନ କରାଯାଉଛି। ଶନିବାର ଏହା ଆରମ୍ଭ କରାଯାଇଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ...

କଂଗ୍ରେସରେ ଅନ୍ତଃକନ୍ଦଳ: ନିଜ ପୁଅର ପରାଜୟ ପାଇଁ ପାଇଲଟଙ୍କୁ ଦାୟୀ କଲେ ଗେହଲଟ

ଜୟପୁର,୪।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ ଅନଃକନ୍ଦଳ ଦେଖାଦେଇଛି। କଂଗ୍ରେସ ରାଜସ୍ଥାନରେ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ...

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ...

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଘର ଭଡା ପାଇଁ ଆସିବ ନୂଆ ଆଇନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ଚାଲିଛିି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ମୁକୁନ୍ଦ ନାରାଭାନେ

ନୂଆଦିଲ୍ଲୀ,୧।୯ : ସେନାର ଉପମୁଖ୍ୟ ଦାୟିତ୍ୱ ନେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ...

Leave a comment

Your email address will not be published. Required fields are marked *