ତ୍ରିସ୍ତରୀୟ ସୁରକ୍ଷାରେ ବିଧାନସଭା

ଭୁବନେଶ୍ୱର,୧୪।୨(ବ୍ୟୁରେ): ଶୁକ୍ରବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର କମିଶନରେଟ ପୋଲିସ ଓ ଗୋଇନ୍ଦା ବିଭାଗ ପକ୍ଷରୁ ୨ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଡିଜିପିି ଅଭୟ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଧାନସଭା ପରିସରରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୁରକ୍ଷା ସଂକ୍ରାନ୍ତ ରିହର୍ସାଲ କରାଯାଇଥିଲା। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପୂର୍ବାହ୍ନ ୧୦ଟା ୩୦ରେ ଗାର୍ଡ ଅଫ୍‌ ଅନର ଦିଆଯିବ। ତେଣୁ ଏହା ଉପରେ ପୂର୍ବାଭ୍ୟାସ ମଧ୍ୟ କରାଯାଇଥିଲା। ରିହର୍ସାଲ ସମୟରେ ପୋଲିସ କମିଶନର ଷଡ଼ଙ୍ଗୀ ଗାର୍ଡ ଅଫ୍‌ ଅନର ଅଭ୍ୟାସ କରୁଥିବା ପୋଲିସ କର୍ମଚାରୀଙ୍କ ତ୍ରୁଟି ଧରିବା ସହ ଠିକ୍‌ କରି ଦେଖାଇଥିଲେ। ସେହିଭଳି ବିଧାନସଭା ଭିତରେ ଓ ବାହାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଏବଂ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଇଥିଲା।
ଡିଜିପି ଅଭୟ କହିଛନ୍ତି, କମିଶନରେଟ ପୋଲିସ ଏବଂ ଗୋଇନ୍ଦା ପୋଲିସ ପକ୍ଷରୁ ବିଧାନସଭା ଓ ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ କଣ୍ଟ୍ରୋଲରୁମ୍‌ ଓ ସମନ୍ବିତ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୯୦ ଅଫିସର ରହିବେ। ଏହାସହ ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆର୍‌ଟି ମୁତୟନ ରହିବେ। ରୁଫ୍‌ ଟପ୍‌ ସିକ୍ୟୁରିଟି ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ପୂରା ସ୍ଥିତି ଉପରେ ନଜର ରଖିବେ। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ବିକ୍ଷୋଭକାରୀଙ୍କ ପାଇଁ ଗାନ୍ଧୀ ମାର୍ଗରେ ବ୍ୟାପକ ପୋଲିସ ଫୋର୍ସ ରଖାଯାଇଛି। ଏହାସହ ସିସିଟିଭି ମଧ୍ୟ ଲଗାଯାଇଛି। ଏଥର କାଠ ବଦଳରେ ଲୁହାର ବ୍ୟାରିକେଡ କରାଯାଇଛି। ପ୍ରତିବର୍ଷ ଗଛ କଟାଯାଇ ବ୍ୟାରିକେଡ କରାଯାଉଥିଲା। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଥିଲା। ଅନ୍ୟପକ୍ଷରେ ବିଧାନସଭା ନିୟମିତ ହେଉଥିବାରୁ ସ୍ଥାୟୀଭାବେ ଲୁହାର ବାରିକେଡ୍‌ କରାଯାଇଛି। ଯାହାକି ସବୁ ଦୁଷ୍ଟିରୁ ଭଲ। ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ଗଛ କଟାଯିବାରୁ ମଧ୍ୟ ମୁକ୍ତି। ଏହା ଏକ ଭଲ ପ୍ରୟାସ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।


All Right Reserved By Dharitri.Com

ଦୁର୍ଘଟଣାରେ ଜୀବନ ଯିବାପରେ ଚେତିଲା ପୋଲିସ: ରାଜଧାନୀ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଥ୍‌ ଜୋନ୍‌। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ବହୁ ଜୀବନ ଯାଉଛି। ତେବେ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା...

ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ...

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା; ରାଜଧାନୀରେ ବି ବଦଳିଲା ପାଗ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ମାଲକାନଗିରି,...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ରିଶନ କୁମାର

ପୁରୀ ଅଫିସ,୨୨।୮: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ୍‌ ଡକ୍ଟର କ୍ରିଶନ କୁମାର। ମଧ୍ୟାହ୍ନରେ ପ୍ରଥମେ ସେ ଶ୍ରୀମନ୍ଦିରକୁ ଯାଇ...

ଇଞ୍ଜିନିୟରିଂ ସ୍କୁଲ ଛକରୁ ଶିଳ୍ପାଞ୍ଚଳ ୮ ଶହ ମିଟର ଦୈର୍ଘ୍ୟ: କାର୍ଯ୍ୟ ସରୁନି ରେଲୱେ ଓଭରବ୍ରିଜ୍‌, ରାସ୍ତା

ବ୍ରହ୍ମପୁର ଅଫିସ,୨୭ା୮-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ କାମ ସରୁନି । ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ...

୨୩ ଜିଲାରେ ଡେଙ୍ଗୁ

କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍‌ ଦେଲେ ବାକି ୨୩ଟି ଜିଲାରୁ ଏସ୍‌ସିବି...

ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ବାଚସ୍ପତି

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ବିଧାନ ଭବନରେ ଆସନ୍ତା ୧୮ରେ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ(ଭାରତ ଅଞ୍ଚଳ) ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର...

Leave a comment

Your email address will not be published. Required fields are marked *