Posted inଜାତୀୟ

କୋଲକାତା ବିମାନବନ୍ଦରରେ ୨ କରୋନା ସନ୍ଦିଗ୍ଧ

କୋଲକାତା,୧୪।୨(ପି.ଟି.):ବ୍ୟାଙ୍କକ୍‌ରୁ ଆସି କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିବା ୨ ଜଣ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯିବାରୁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି। ମଙ୍ଗଳବାରଠାରୁ ହିମାଦ୍ରି ବର୍ମନ ଏବଂ ବୁଧବାରରୁ ନଗେନ୍ଦ୍ର ସିଂଙ୍କୁ ବେଲାଘାଟ ଆଇଡି ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଛି। ପୂର୍ବରୁ ଅନୀତା ଓରାଓଁ ନାମ୍ନୀ ଯାତ୍ରୀଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଇଥିଲା। ତେବେ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍‌ ଗୌରଙ୍କ ପରଲୋକ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବାବୁଲାଲ୍‌ ଗୌରଙ୍କର ବୁଧବାର ପରଲୋକ ହୋଇଛି। ଭୋପାଳସ୍ଥିତ ନର୍ମଦା ହସ୍ପିଟାଲରେ ସେ ୮୯ ବର୍ଷ...

କଂଗ୍ରେସରୁ ଇସ୍ତଫା ଦେଲେ ସାବିତ୍ରୀ ବାଇ ଫୁଲେ: ଗଢିବେ ନିଜର ଦଳ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ସାବିତ୍ରୀ ବାଇ ଫୁଲେ ଚଳିତ ବର୍ଷ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ଗୁରୁବାର ସେ...

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୧୯।୯: ଆସନ୍ତା ୨୨ରେ ଆମେରିକାର ହ୍ୟୁଷ୍ଟନଠାରେ ପାଖାପାଖି ୫୦ ହଜାର ଭାରତୀୟଙ୍କୁ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୪୦ କିଗ୍ରା ବିସ୍ଫୋରକ ଜବତ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍‌ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା...

ଶ୍ରୀନଗରରେ ରାଜ୍ୟପାଳଙ୍କୁ ଭେଟିଲେ ଡୋଭାଲ

ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା...

ଗୋଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକ

ପଣଜୀ,୧୩।୭: ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଶନିବାର ହୋଇଛି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ...

ଭିଡ଼ହିଂସାରେ ମୃତ୍ୟୁ ଘଟିବାର ୫ ମାସ ପରେ ଫେରିଲେ ଯୁବକ: କରଜ ନେଇ ଶ୍ରାଦ୍ଧ କରିଥିଲେ ସ୍ତ୍ରୀ

ପାଟନା,୧୭।୧୧: ବିହାରରେ ଜଣେ ଯୁବକ ମୃତ୍ୟୁର ୫ ମାସ ପରେ ଘରକୁ ଫେରିଛନ୍ତି। ତାଙ୍କର ମୃତ୍ୟୁ ଘଟିଥିବାରୁ ସ୍ତ୍ରୀ କରଜ କରି ଶ୍ରାଦ୍ଧ କରିଥିଲେ। ଯୁବକ...

Leave a comment

Your email address will not be published. Required fields are marked *