ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି ଜଣେ ପାନଦୋକାନୀଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏନେଇ ଉତ୍ତେଜନା ଲାଗି ରହିଛି। ମୃତ ଯୁବକ ହେଲେ ସାର୍ଥା ଗ୍ରାମର ସୁବାସ ପାତ୍ର (୪୮)। ଉତ୍ତ୍ୟକ୍ତ ଲୋକେ ଗୁରୁବାର ପୂର୍ବାହ୍ନ ସାଢ଼େ ୯ଟାରୁ ଟାୟାର ଜାଳି ସାର୍ଥା-କଷାଫଳ-ଲଙ୍ଗଳେଶ୍ୱର ରାସ୍ତାର ସାର୍ଥା ରାଜଧାନୀ ଛକଠାରେ ରାସ୍ତାରୋକୋ କରିଥିଲେ। ମୃତକଙ୍କ ପରିବାରକୁ ସହାୟତା ଏବଂ ସାର୍ଥାରେ ମଦଦୋକାନ ବନ୍ଦ କରାଯିବାକୁ ଦାବି କରିଥିଲେ। ବିଧାୟକ ମଦନମୋହନ ଦତ୍ତ ମୋବାଇଲ ଯୋଗେ ଜିଲାପାଳ ଏବଂ ଏସ୍‌ପିଙ୍କୁ ତୁରନ୍ତ ଘଟଣାର ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଆଲୋଚନା କରିଥିଲେ। ଉପଜିଲାପାଳ ନିଲୁ ମହାପାତ୍ର, ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ସିଂଲା ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଅବକାରୀ ବିଭାଗ ଇନ୍ସପେକ୍ଟର ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ବୁଝାଶୁଝା କରିଥିଲେ। ରେଡ଼କ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ପ୍ରଦାନ ସହ ଦାବିପୂରଣ ଦିଗରେ ପ୍ରତିଶ୍ରୁତି ଦେବା ପରେ ୬ ଘଣ୍ଟା ରାସ୍ତାରୋକୋ ପରେ ଅପରାହ୍ନ ସାଢ଼େ ୩ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୪ଜଣ ଯୁବକ ଏକ କାର୍‌ ଯୋଗେ ଆସି ସାର୍ଥା ବଜାରରେ ଥିବା ସରକାରୀ ମଦ ଦୋକାନରୁ ମଦ୍ୟପାନ କରିଥିଲେ। ସାର୍ଥା ଛକରେ ଥିବା ଶ୍ରୀକାନ୍ତ ପାତ୍ରଙ୍କ ପାନଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ଦୋକାନୀ ଜଣକ ସିଗାରେଟର ଦାମ୍‌ ୬ଟଙ୍କା କହିଥିଲେ। ମାତ୍ର ନିଶାଗ୍ରସ୍ତ ଯୁବକମାନେ ସିଗାରେଟ ଦାମ୍‌ ୫ଟଙ୍କା କହିବାରୁ ଝଗଡ଼ା ହୋଇଥିଲା। ଫଳରେ ସେମାନେ ଦୋକାନୀ ଶ୍ରୀକାନ୍ତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଶ୍ରୀକାନ୍ତ ତାଙ୍କ ସାନଭାଇ ସୁବାସଙ୍କୁ ଡାକିବାରୁ ସେ ପହଞ୍ଚତ୍ ୬ଟଙ୍କାରେ ସିଗାରେଟ ନେବ ତ ନିଅ ନ ହେଲେ ଗଣ୍ଡଗୋଳ କରନାହଁି ବୋଲି କହିଥିଲେ। ମାତ୍ର ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିବାରୁ ଆହତ ଶ୍ରୀକାନ୍ତ ସ୍ଥାନୀୟ ସାର୍ଥା ଫାଣ୍ଡି ପୋଲିସକୁ ଖବର ଦେବା ପାଇଁ ଦୌଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ନିଶାଗ୍ରସ୍ତ ଯୁବକମାନେ ମାରଣାସ୍ତ୍ର ଓ ଭଙ୍ଗା ବୋତଲରେ ସୁବାସଙ୍କୁ ଫିଲ୍ମ ଷ୍ଟାଇଲରେ ପିଟି ପିଟି ରକ୍ତାକ୍ତ ଅବସ୍ଥାରେ ଫିଙ୍ଗିଦେଇ କାର୍‌ ନେଇ ପଳାଇଥିଲେ। ମାତ୍ର ଓଡ଼ିଶାଳ ଛକଠାରେ ଗାଁ ଲୋକେ କାରକୁ ଅଟକାଇଥିଲେ। ସେଥିରୁ ୨ଜଣ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୨ଜଣ ସୋଲପଟା ଗ୍ରାମର ସବ୍ୟସାଚୀ ମିଶ୍ର ଓ ହରିଶ୍ଚନ୍ଦ୍ର ମିଶ୍ର ଲୋକଙ୍କ ଦ୍ୱାରା ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇଥିଲେ। ପୋଲିସ ପହଞ୍ଚତ୍ ଆହତ ଦୁଇ ଭାଇ ଓ ଲୋକଙ୍କ ଦ୍ୱାରା ଧରାପଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସୁବାସଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କାର୍‌ (ନଂ. ଓଡି୦୧ଏଇ-୭୧୭୧)କୁ ଜବତ କରିଛି। ଗ୍ରାମବାସୀ ପ୍ରଫୁଲ୍ଲ ଜେନା, ସଂଗ୍ରାମ ମଲିକ, ସ୍ବାଗତ ପ୍ରଧାନ, ଲକ୍ଷ୍ମୀକାନ୍ତ ଜେନା, ବିଭୁପ୍ରସାଦ ବେହେରା ଓ ନାରାୟଣ ମଲିକ ପ୍ରମୁଖ ମଦ ଦୋକାନ ବନ୍ଦ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ମହିଳାମାନେ ସାର୍ଥା ବଜାରରେ ଥିବା ମଦଦୋକାନ ସବୁକୁ ବନ୍ଦ କରିଛନ୍ତି। ସବୁଦିନ ପାଇଁ ମଦଦୋକାନ ବନ୍ଦ କରା ନ ଗଲେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ବୋଲି ଚେତାବନୀ ଦିଆଯାଇଛି।


All Right Reserved By Dharitri.Com

ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା

ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ...

ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି...

ବିଶ୍ବାସ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଆର୍‌.ଉଦୟଗିରି,୧୯ା୪(ଡି.ଏନ୍‌.ଏ.)- ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ଶନିବାର ସିଲ୍‌ କରିଛି ପ୍ରଶାସନ। କରୋନା ନିୟମ ଉଲ୍ଲଘଂନ ସହ ନଥିପତ୍ର ନଥାଇ ବେଆଇନ...

ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ...

ବିଦ୍ୟୁତୀକରଣ ଯୋଜନା ପ୍ରହସନ: ଖୁଣ୍ଟ ପୋତାରେ ଅଟକିଛି ସଂଯୋଗ

ବଅଁରପାଳ, ୨୫।୮ (ଡି.ଏନ୍‌.ଏ) – ଗରିବ ଲୋକଙ୍କୁ ରିହାତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜୀବ ଗାନ୍ଧୀ ଗ୍ରାମ୍ୟ...

କାଠଯୋଡିରେ ବୁଡି ଘରୋଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବାରଙ୍ଗ,୨୬ା୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡିରେ ବୁଡି ରବିବାର ମଧ୍ୟାହ୍ନରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ ଅଛନ୍ତି। ସେ ହେଉଛନ୍ତି ଝାଡଖଣ୍ଡର...

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ...

ବିଦ୍ୟୁତ୍‌ ଫାଶ ନେଲା ଦନ୍ତା ଜୀବନ

ସାତମାଇଲ, ୧୫।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ତାର ନେଇଛି ଏକ ଦନ୍ତା ଜୀବନ। ସାତମାଇଲ ନିକଟ ଗୁରିଲୋ କାଜୁପଡ଼ିଆରୁ ବୁଧବାର ଉକ୍ତ...

Leave a comment

Your email address will not be published. Required fields are marked *