ତାର ସଜାଡ଼ିଲା ବିଦ୍ୟୁତ୍‌ ବିଭାଗ

କଣିହାଁ, ୧୪ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଉପରେ ୩୩ କେଭି ବିଦ୍ୟୁତ୍‌ ତାର ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିବା ଘଟଣାରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏ ନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଓହଳିଥିବା ତାର ମରାମତି କରାଯାଇଛି। ଏହାକୁ ନେଇ ପଟ୍ଟାଖମଣ ସହ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେଠାରେ ଏଲ୍‌ଟି ଲାଇନ ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ କଣିହାଁ ସେସୁ ବିଦ୍ୟୁତ୍‌ ସେକ୍ସନ ଯନ୍ତ୍ରୀ ଯତୀନ ବାରିକ କୁହନ୍ତି, ରାସ୍ତାରେ ଓହଳି ଥିବା ୩୩ କେଭି ବିଦ୍ୟୁତ୍‌ ତାରକୁ ସଜାଡିଛୁ। ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ।


All Right Reserved By Dharitri.Com

ଆବାସ ଯୋଜନାରେ ଦୁର୍ନୀତି ଘଟଣା; ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତରେ ୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ପଞ୍ଚାୟତ...

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା: ସନ୍ଧାନୀ କୁକୁରକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି କଳାଯମୁନା ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ସମ୍ମୁଖ ଏକ ପୋଖରୀରୁ ୧୭ ତାରିଖରେ ଜଣେ...

ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ

ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ...

ପଙ୍କଜିନୀ, ବିପିନଙ୍କୁ ଶ୍ରଦ୍ଧାଞ୍ଜଳି: ‘ଶୂନ୍ୟତା ଅନୁଭବ କରିବେ ଜିଲାବାସୀ’

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶିଷ୍ଟ କବୟିତ୍ରୀ ‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶ...

ବ୍ରହ୍ମପୁର ବଡ଼ ମେଡିକାଲ ରୋଗୀ ସମ୍ପର୍କୀୟ, ଡାକ୍ତର ହାତାହାତି: ଉତ୍ତେଜନା, ପୋଲିସ ମୁତୟନ

ବ୍ରହ୍ମପୁର ଅଫିସ ,୯ା୯ – ବ୍ରହ୍ମପୁର ବଡ଼ ମେଡିକାଲରେ ସୋମବାର ରାତିରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ହାତାହାତି ହୋଇଛିି।...

ଭାଙ୍ଗିପଡିଲା ଅର୍ଦ୍ଧନିର୍ମିତ ବିଦ୍ୟାଳୟ ଗୃହ

ବୋଲଗଡ଼,୧୦ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଅସରଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅର୍ଦ୍ଧନିର୍ମିତ ଗୃହର ତାଜା ଏବଂ କାନ୍ଥ ବୁଧବାର ବର୍ଷାଯୋଗୁ ଭାଙ୍ଗିିଯାଇଛି। ପ୍ରାୟ ୮ବର୍ଷ...

କଲେଜ ଛାତ୍ରୀଙ୍କୁ ଅପହରଣ

  ଭାପୁର,୧୫ା୧୨(ଡି.ଏନ୍‌.ଏ.): ଫତେଗଡ ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ସମ୍ବଲପୁରରେ ବନ୍ଦ ପାଳନ

ସମ୍ବଲପୁର,୫।୨(ବ୍ୟୁରୋ): ପଶ୍ଚିମ ଓଡିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଓକିଲ ସଂଘ ସମୁହ କେନ୍ଦ୍ରୀୟ...

Leave a comment

Your email address will not be published. Required fields are marked *