୫୦ ଫୁଟ ଉପରୁ ଖସି ଶ୍ରମିକ ମୃତ

ପରଜଙ୍ଗ, ୧୪।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀରେ ଗୁରୁବାର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପୀନାଥ ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ଦକ୍ଷିଣ ଚବିଶ ପ୍ରଗଣା ଅଧୀନ ରାଇତଲା ଗ୍ରାମରେ। ସେ ଏକ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ମଧ୍ୟାହ୍ନରେ ସିସିଏମ୍‌ ସାଇଡିଂ ଏରିଆର ୫୦ଫୁଟ ଉପରେ ଚଢ଼ି ଆଜବେଷ୍ଟସ୍‌ ଖୋଲୁଥିବାବେଳେ ଗୋପୀନାଥ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିନା ସୁରକ୍ଷା ଉପକରଣରେ କାମ କରୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇ ନ ଥିଲେ। ଏପରି କି ମୃତଦେହକୁ ପଲିଥିନରେ ବାନ୍ଧି ଧଳା କପଡ଼ା ଢାଙ୍କି ଏକ ଗାଡ଼ି (ନଂ. ଡବ୍ଲ୍ୟୁବି ୦୨ ଏଜି ୪୯୩୧)ରେ ପ୍ଲାଣ୍ଟରୁ କାମାକ୍ଷାନଗର ଆଡ଼କୁ ଧରି ପଳାଉଥିଲେ। ସୂଚନା ପାଇ ପୋଲିସ ରାସ୍ତାରେ ଗାଡ଼ି ଅଟକାଇ ମୃତଦେହ ଜବତ କରିଥିଲା। ଏହାପରେ ମୃତ ଶରୀରକୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ନିଜ ଆଡୁ ଏକ ମାମଲା (ନଂ.୩୦/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କମ୍ପାନୀର କେତେଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଥାନାଧିକାରୀ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ୍‌ ନାୟକ, ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ସଦଳବଳ ପ୍ଲାଣ୍ଟରେ ତଦନ୍ତ କରିଛନ୍ତି। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ କମ୍ପାନୀ ଅଧିକାରୀଙ୍କ ମତାମତ ମିଳିପାରିନାହିଁ। ତେବେ କମ୍ପାନୀର ପଦସ୍ଥ ଅଧିକାରୀଙ୍କ କହିବା ଅନୁଯାୟୀ ଅଧସ୍ତନ କର୍ମଚାରୀମାନେ ଶ୍ରମିକଙ୍କ ମୃତଦେହ ତାଙ୍କ ଗଁାକୁ ନେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।


All Right Reserved By Dharitri.Com

୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ସାର୍ଟିଫିକେଟ ମାମଲାରେ ଓ୍ବାରେଣ୍ଟ ଜାରି

କେନ୍ଦୁଝର, ୨୩ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିପୁଳ ଖଣିଜ ସମ୍ପଦ ଲୁଟ କରିଥିବା ୩୧ ଖଣିର ୨୩ ଲିଜଧାରୀଙ୍କଠାରୁ ୬୩୫୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା...

ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ...

ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ...

ବ୍ରହ୍ମପୁରରେ ଖୋଲିଲା ଦୁଗ୍ଧ ଏଟିଏମ୍‌

ବ୍ରହ୍ମପୁର ଅଫିସ,୪ା୭: ଗଞ୍ଜାମ – ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍‌ ପକ୍ଷରୁ ରାଜ୍ୟର ପ୍ରଥମ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ ମିଶ୍ରିତ ଏଟିଏମ...

ବାଲିଗୁଡ଼ା ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡ଼ା,୧୬।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।...

ପେଟ୍ରୋଲ ପମ୍ପ୍‌, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ

ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ...

Leave a comment

Your email address will not be published. Required fields are marked *