ପର୍ଯ୍ୟଟନସ୍ଥଳୀରେ ମିଳୁନି ବିଶୁଦ୍ଧ ପାନୀୟଜଳ

କେନ୍ଦୁଝର, ୧୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ଅନେକଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ୧୭ଟି ପର୍ଯ୍ୟଟନସ୍ଥଳୀ ସରକାରୀ ମାନ୍ୟତା ପାଇ ସାରା ରାଜ୍ୟରେ ପ୍ରସିଦ୍ଧିଲାଭ କରିଛି। ଏଥିମଧ୍ୟରୁ ଜିଲାର କେତୋଟି ପର୍ଯ୍ୟଟନସ୍ଥଳୀ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ପର୍ଯ୍ୟଟନସ୍ଥଳୀଗୁଡିକରେ ଅନ୍ୟାନ୍ୟ ସୁବିଧା ସୁଯୋଗ ସାଙ୍ଗକୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ପର୍ଯ୍ୟଟକ ରୋଷେଇ ପାଇଁ ଏବଂ ପିଇବା ପାଇଁ ସାଙ୍ଗରେ ଶୁଦ୍ଧ ପାନୀୟ ଜଳ ଆଣୁୁଥିବା ନଜରକୁ ଆସୁଛି। କେନ୍ଦୁଝର ଜିଲା ଏକ ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଜଣାଶୁଣା। ଜିଲାର ବିଭିନ୍ନ ନଦୀ ନାଳରେ ମ୍ୟାଲେରିଆ ଜୀବାଣୁ ପ୍ରବାହିତ ହେଉଥିବା ଅନେକ ସମୟରେ ଖବର କାଗଜରେ ପୃଷ୍ଠା ମଣ୍ଡନ କରିଥାଏ। ତେଣୁ ଜିଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପାଣି ପିଇବାକୁ ସଙ୍କୋଚ ପ୍ରକାଶ କରୁଥିବାବେଳେ ଶୁଦ୍ଧ ପାନୀୟ ଜଳର ଅଭାବ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। କେତୋଟି ପର୍ଯ୍ୟଟନସ୍ଥଳକୁ ଛାଡି ଦେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାନୀୟଜଳର ସେପରି କୌଣସି ବ୍ୟବସ୍ଥା ନାହିଁ। ପାନୀୟଜଳ ତ ଛାଡ଼ ସ୍ଥାନ ଗୁଡ଼ିକର ମଧ୍ୟ ସେପରି କୌଣସି ବିକାଶ ହେଉନାହିଁ। ଯେଉଁ କେତେକ ସ୍ଥାନରେ ନଳକୂପ ସ୍ଥାପନ ହୋଇଛି, କେଉଁଠି ତାହା ଭାଙ୍ଗି ରୁଜି ଗଲାଣି ତ ଆଉ କେଉଁଠି ଅଚଳ ହୋଇ ପଡିଲାଣି। କେତେକ ସ୍ଥାନର ନଳକୂପରେ ଲୌହଯୁକ୍ତ ଏବଂ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଜିଲାକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ଆଗମନ କାରଣରୁ ଏହି ଶିଳ୍ପ ଉପରେ ନିର୍ଭରଶୀଳ ବ୍ୟବସାୟୀ, ସାଧାରଣ ଲୋକ, ଗାଡିମୋଟର ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ଛୋଟ ଦୋକାନୀ ସମେତ ଅନେକ ଲୋକ କର୍ମସଂସ୍ଥାନ ପାଇଥାନ୍ତି। କିନ୍ତୁ ପର୍ଯ୍ୟଟକମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ପର୍ଯ୍ୟଟନସ୍ଥଳୀଗୁଡିକରେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ ବୋଲି ମତପୋଷଣ ହେଉଛି।


All Right Reserved By Dharitri.Com

ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ...

ତାରିଣୀ ମନ୍ଦିରରୁ ଚୋରି ଘଟଣା: ୩ ଗିରଫ

ଭଦ୍ରକ ଅଫିସ, ୧୫।୯- ଭଦ୍ରକ ଗବସାହି ତାରିଣୀ ମନ୍ଦିରରୁ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ...

ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି କହି ମନ୍ତ୍ରୀ ଷଡ଼ଯନ୍ତ୍ରରେ ମୋହର ମାରିଛନ୍ତି: ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିବାକୁ...

୩ ଜିଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଛତ୍ରପୁର, ୨୧।୧(ଡି.ଏନ୍‌.ଏ.): ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଜିଲାରେ ଥିବା ସହରାଞ୍ଚଳଗୁଡ଼ିକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନର...

କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର(ସମନ୍ବିତ ପରୀକ୍ଷଣ କେନ୍ଦ୍ର) ପରିସର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ସ୍ବଳ୍ପ ଦୂରଗାମୀ କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର...

ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ...

ଆନନ୍ଦପୁର ଷ୍ଟାଡିୟମରେ ଖୋଲିଲା ପରିବା ବଜାର

ଆନନ୍ଦପୁର,୩୦।୩(ସ୍ବ.ପ୍ର.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୌରପରିଷଦ ପକ୍ଷରୁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବା ପରିବା...

ବିଜେଡି, ଭାଜପା କହୁଛନ୍ତି ଜିତିବେ, ହାର୍‌ ମାନିଗଲା କଂଗ୍ରେସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭୋଟ ଶେଷ ହୋଇଛି। ଆସନ୍ତା ୨୪ରେ କିଏ ସେଠାରେ ବାଜି ମାରିବ ତାହା ସ୍ପଷ୍ଟ ହୋଇଯିବ। ତେବେ...

Leave a comment

Your email address will not be published. Required fields are marked *