୨ ହାତୀଦାନ୍ତ ଜବତ: ୫ ଗିରଫ

ବାରିପଦା ଅଫିସ ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ଟିଟିଆ ଛକରୁ ବନ ବିଭାଗ ଗୁରୁବାର ସନ୍ଧ୍ୟାରେ ଦୁଇଟି ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଉପର ତଳଡିହାର ଦେବେନ୍ଦ୍ର ମାହାଲି, ଜଗନ୍ନାଥ ସିଂ, ପଙ୍କଜ କୁମାର ମାହାଲି, ବିନୁ ସିଂ ଓ ଜାମୁଡ଼ିହାର ସୁଶାନ୍ତ ସିଂ।
ସୂଚନା ଅନୁଯାୟୀ, ହାତୀଦାନ୍ତ ଚାଲାଣ ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ବନ ବିଭାଗ ଟିଟିିଆ ଛକଠାରେ ଛପି ରହିଥିଲା। ସନ୍ଧ୍ୟା ସମୟରେ ଏକ ଅଟୋ (ଓଡ଼ି ୧୧- ୫୨୮୦)ରେ ଯୁବକମାନେ ହାତୀ ଦାନ୍ତ ନେଇ ଯାଉଥିବା ସମୟରେ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା। ଅଟୋ ସହ ହାତୀ ଦାନ୍ତକୁ ଜବତ କରାଯାଇଥିଲା। ଗୋଟିଏ ହାତୀଦାନ୍ତର ଓଜନ ୬୦୦ ଗ୍ରାମ୍‌ ହୋଇଥିବା ବେଳେ ଅନ୍ୟଟିର ଓଜନ ୭୦୦ ଗ୍ରାମ୍‌ । ଜବତ ହାତୀଦାନ୍ତର ମୂଲ୍ୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ପ୍ରକାଶ କରିଛି। ଏ ନେଇ ଏକ ମାମଲା (ନଂ.୬୪ /୨୦) ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା କହିଛନ୍ତି। ଏହି ଚଢ଼ାଉରେ ଫରେଷ୍ଟର ପ୍ରଶାନ୍ତ କୁମାର ସିଂ ସାମନ୍ତ, ତ୍ରିନାଥ ସାମଲ, ଅନିଲ କୁମାର ମହାନ୍ତଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।


All Right Reserved By Dharitri.Com

ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ...

ବାଘ ଗୁଜବ: ନିରାଶରେ ଫେରିଲେ ବନ କର୍ମଚାରୀ

ତିହିଡ଼,୩୦ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମଥୁରାପୁର ଗ୍ରାମ ନିକଟସ୍ଥ କେନାଲ ଆଡ଼ିରେ ମଙ୍ଗଳବାର ସକାଳେ ଏକ ବାଘ ବୁଲୁଥିବା ଖବର...

ଭୋକରେ ଡହଳବିକଳ ମାନସିକ ରୋଗୀ

ପାଲଲହଡା,୨୭ା୩(ଡି.ଏନ.ଏ.): ଲକ୍‌ଡାଉନ୍‌ ପାଇଁ ବଜାର ବନ୍ଦ। ଚା’ ଦୋକାନଠାରୁ ହୋଟେଲ ଯାଏ ସବୁଥିରେ ପଡ଼ିଛି ତାଲା। ଲୋକେ ଘରୁ ବାହାରୁ ନ ଥିବା ବେଳେ କାମ...

ହୃଦ୍‌ରୋଗରେ ଆକ୍ରାନ୍ତ କୈକେୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ

ଖପା୍ରଖୋଲ, ୨୭ା୧୦(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ଦେବରାଜ ବରିହାଙ୍କ ଝିଅ କୈକେୟୀ (୧୫)। ନବମ ଶ୍ରେଣୀର...

ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା...

୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୯ା୧୦: ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ମାଗିବା ନୟାଗଡ଼...

୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର

ଉପେନ୍ଦ୍ର ରାଉତ ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା...

ଧରିତ୍ରୀ ପ୍ରଭାବ: ଖଜୁରି ଗଛ ପାଲଟିଛି ଆଶ୍ରୟସ୍ଥଳ; ଖବର ପ୍ରକାଶ ପରେ ରାମ କବାସୀଙ୍କୁ ମିଳିବ ପକ୍କା ଘର

ପାଣ୍ଡ୍ରିପାଣି,୧୮ା୧୨: ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ତଳସାହିରେ ରାମ କବାସୀ (୭୦) ଦୀର୍ଘ ୬ ବର୍ଷ ହେଲା ନିଜ ଘରଦ୍ୱାର ନ ଥିବାରୁ...

Leave a comment

Your email address will not be published. Required fields are marked *