Posted inଖେଳ

ଟାଟୁ କହେ ଅନେକ କଥା

ନୂଆଦିଲ୍ଲୀ ୧୪ା୨:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ଗୋଡ଼ର ଟାଟୁ ଏବେ ଚର୍ଚ୍ଚାରେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ବେଲଜିୟମ ବିପକ୍ଷ ମ୍ୟାଚ ସମୟରେ ଏହା ନଜରକୁ ଆସିଥିଲା। ଅନୁରୋଧ ରକ୍ଷା କରି ସ୍ବଳ୍ପଭାଷୀ ମନପ୍ରୀତ ଅଭ୍ୟାସ ପୂର୍ବରୁ ଡାହାଣ ଗୋଡ଼ର ଶୁ’ ଏବଂ ମୌଜା ଖୋଲି ଏହି ଚର୍ଚ୍ଚିତ ଟାଟୁକୁ ଦେଖାଇଥିଲେ। ତେବେ ଏ ସମ୍ପର୍କରେ କିଛି ମୁହଁ ଖୋଲିନାହାନ୍ତି ଅଧିନାୟକ ମନପ୍ରୀତ। ଟୋକିଓ ଅଲିମ୍ପିକ୍ସ ପରେ ଏ ସମ୍ପର୍କରେ ସେ ଯାହାକିଛି କହିବେ ଏବଂ ରହସ୍ୟ ଉପରୁ ପରଦା ହଟିବ ବୋଲି ହସି ହସି ମନପ୍ରୀତ ପ୍ରକାଶ କରିଥିଲେ। ତେବେ ଏହି ଟାଟୁକୁ ନେଇ ତାଙ୍କ ନିକଟତମ ମହଲରୁ ବିଭିନ୍ନ ରୋଚକ କଥା ଶୁଣିବାକୁ ମିଳୁଛି। ତାଙ୍କ ସଫଳତା ପଛରେ ଏହି ଟାଟୁ ରହିଥିବା କେହି କହୁଥିବାବେଳେ ଅନ୍ୟ କେହି ଏହା ତାଙ୍କ ମନର ମଣିଷ ହୋଇଥାଇପାରେ ବୋଲି ଆଲୋଚନା କରୁଛନ୍ତି।


All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ୫ମ ବିଜୟ

ଜୟପୁର, ୨୮।୫- ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ପରେ ଲିଆମ ଲିଭିଙ୍ଗଷ୍ଟୋନ ଓ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର...

ନ୍ୟୁଜିଲାଣ୍ଡର ମହତ୍ତ୍ୱପୂର୍ଣ୍ଣ ଇନିଂସ ଅଗ୍ରଣୀ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମହତ୍ତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ...

ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର

ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ...

ଆଫ୍ରିଦିଙ୍କ ଘରକୁ ଆସିଲେ ପଞ୍ଚମ କନ୍ୟା ସନ୍ତାନ

ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦିଙ୍କ ଘରକୁ ଜଣେ ନୂଆ ଅତିଥି ଆସିଛନ୍ତି। ନିକଟରେ ଆଫ୍ରିଦି ପଞ୍ଚମ ଥର ପାଇଁ କନ୍ୟା ସନ୍ତାନର ପିତା...

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌, ନାଡାଲଙ୍କ ସହ ସିଡେଡଙ୍କ ଖେଳାଳିଙ୍କ ବିଜୟ ଅଭିଯାନ

ମେଲବୋର୍ନ,୨୧।୨(ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ମଙ୍ଗଳବାର ଦ୍ୱିତୀୟ ଦିବସରେ ପହଞ୍ଚିଛି। ବିଶ୍ୱର ୧ ନମ୍ବର ପୁରୁଷ ଖେଳାଳି ସ୍ପେନର ରାଫାଲ...

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯...

ସନ୍ଦୀପ ମେମୋରିଆଲ ଚେସ୍‌: ବୈଭବଙ୍କୁ ଟାଇଟଲ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୯ ଓ ୧୦ ତାରିଖ ଦୁଇଦିନଧରି ଏଠାରେ...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

Leave a comment

Your email address will not be published. Required fields are marked *