Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ କଟକରେ ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ କେବଳ ହକି ଇଭେଣ୍ଟରେ ପାଖାପାଖି ୨୮୫ ପ୍ରତିଯୋଗୀ ଭାଗନେବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଲୁକ୍କାୟିତ ପ୍ରତିଭାମାନେ ନଜରକୁ ଆସିବେ ଏବଂ ସେମାନେ ନିଜ ଦକ୍ଷତା ଦେଖାଇବା ସୁଯୋଗ ପାଇବେ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନିଷ୍ପତ୍ତି ଭାରତ ସରକାରଙ୍କ ଏକ ବହୁତ ଭଲ ପଦକ୍ଷେପ। ପ୍ରଥମେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଓ ଏବେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଏହି ଦୁଇ ପ୍ରତିଯୋଗିତା ଭାରତର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ରାଣୀ କହିଛନ୍ତି। ଅନ୍ୟ ଦେଶରେ ଅନ୍ତର୍ଜାତୀୟ କ୍ରୀଡ଼ାକୁ ଆସିଥିବା ଅନେକ ଆଥଲେଟ୍‌ ବିଶ୍ୱବିଦ୍ୟାଳୟ ସ୍ତରର ଖେଳରୁ ହିଁ ଆସିଥାନ୍ତି। ଏବେ ଭାରତରେ ସେହି ରଣନୀତି ପ୍ରସ୍ତୁତ ହୋଇଛି। ବିଶ୍ୱବିଦ୍ୟାଳୟରେ ଥିବା ଅନେକ ଯୁବ ପ୍ରତିଭା ଏହାଦ୍ୱାରା ବାହାରକୁ ଆସି ପାରିବେ। ଖେଲୋ ଇଣ୍ଡିଆ ପ୍ରତିଯୋଗିତା ମାର୍ଜିତ ହୋଇ ନ ଥିବା ପ୍ରତିଭାଙ୍କ ପାଇଁ ଭଲ ପ୍ଲାଟଫର୍ମ ବୋଲି ରାଣୀ କହିଛନ୍ତି।
ରାଣୀ ସମ୍ପ୍ରତି ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ରେ ଏମ୍‌ଏ କରୁଛନ୍ତି। ତେଣୁ ଭୁବନେଶ୍ୱରର କିଟ୍‌ରେ ହେବାକୁଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ତାଙ୍କ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ଜିତୁ ବୋଲି ସେ ଚାହାନ୍ତି। ”ପ୍ରତିଯୋଗିତାର ମହିଳା ହକି କାଟେଗୋରିରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଭାଗ ନେଉଛି ଜାଣି ମୁଁ ବହୁତ ଖୁସି। ମୁଁ ଏହି ବିଶ୍ୱବିଦ୍ୟାଳୟରେ ସହ ଜଡ଼ିତ ଅଛି। ତେଣୁ ଭୁବନେଶ୍ୱରରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦଳ ପଡ଼ିଆକୁ ଓହ୍ଲାଇଲେ ମୁଁ ନିଶ୍ଚିତ ସେମାନଙ୍କୁ ଉତ୍ସାହିତ କରିବି ବୋଲି ନିକଟରେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ ଦି ଇୟର-୨୦୧୯ ପୁରସ୍କାରପ୍ରାପ୍ତ ରାଣୀ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆର୍ସେନାଲର ସବୁଠୁ ମୂଲ୍ୟବାନ ଖେଳାଳି ହୋଇପାରନ୍ତି ପେପେ

ଲଣ୍ଡନ,୨।୮(ଏଏଫ୍‌ପି)- ପ୍ରିମିୟର ଲିଗ୍‌ ଦଳ ଆର୍ସେନାଲ ଫ୍ରେଞ୍ଚ କ୍ଲବ ଲିଲେର ଫରଓ୍ବାର୍ଡ ନିକୋଲାସ ପେପେଙ୍କ ସହ ଚୁକ୍ତି କରିଛି। ତେବେ ପେପେଙ୍କୁ ବାର୍ଷିକ କେତେ ପାଉଣା...

ପବ୍‌ଜୀ ମୋବାଇଲ କପ୍‌ ଓପନ: ବିଜେତାଙ୍କୁ ମିଳିବ ୧.୨୮ କୋଟି

କୁଆଲଲାମ୍ପୁର,୨୯।୧୧- ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପବଜୀ ମୋବାଇଲ କ୍ଲବ ଓପନ ଫଲ ସ୍ପିଲ୍ଟର ଫାଇନାଲ ଆରମ୍ଭ ହେବାକୁ ଯାଉଛି। ଏବେ ୧.୨୮ କୋଟି...

‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ଭୁବନେଶ୍ୱର,୧୯।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ଲିଗ୍‌ରେ ଘରୋଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ନିର୍ବାଚନ ମୈଦାନରେ ଫେଲ୍‌ ମାରିଲେ ଖେଳାଳି

ଚଣ୍ଡିଗଡ,୨୪।୧୦: ନିର୍ବାଚନ ମୈଦାନରେ ଫେଲ୍‌ ମାରିଛନ୍ତି ଖେଳାଳି। ହରିୟାଣାର ଦାଦ୍ରୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବବିତାଙ୍କୁ ପରାଜୟର ସାମ୍ନା କରିବାକୁ...

ନଦିମଙ୍କ ଟେଷ୍ଟ ପଦାର୍ପଣ: ଟସ୍‌ ଜିତି ଭାରତର ବ୍ୟାଟିଂ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ...

ରୋହିତ୍‌ଙ୍କ ବିଶ୍ୱରେକର୍ଡ

ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍‌ ରୋହିତ୍‌ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର...

Leave a comment

Your email address will not be published. Required fields are marked *