ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି। ଏଏସ୍‌ଆଇ ଏସ୍‌. ପାତ୍ର, ଏଏସ୍‌ଆଇ କେ. ଏସ ପଣ୍ଡା, କନଷ୍ଟେବଳ ପ୍ରଭାକର ସ୍ବାଇଁ ଓ ଏଲ୍‌. ଏନ୍‌ ମୁର୍ମୁ ପ୍ରମୁଖ ଷ୍ଟେଶନ ପରିସରରେ ଥିବା ୪ଟି ପ୍ଲାଷ୍ଟିକ ବ୍ୟାଗ୍‌ ଭିତରେ ୧୨୦ଟି କଇଁଛ ଥିବା ଜାଣିପାରିଥିଲେ। ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌ରେ ଏହି କଇଁଛ ଚାଲାଣ କରିବା ପାଇଁ ଜଣେ ବ୍ୟବସାୟୀ ପ୍ରସ୍ତୁତ ହେଉଥିବାବେଳେ ଆରପିଏଫ ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ହେଲେ ବ୍ୟବସାୟୀ ଜଣକ କୌଶଳକ୍ରମେ ଖସି ପଳାଇବାରେ ସମର୍ଥ ହୋଇଥିଲେ। ଉଦ୍ଧାର କଇଁଛ ସବୁକୁ ଗୁରୁବାର ରୂପ୍‌ସା ଆରପିଏଫ ଆଉଟପୋଷ୍ଟରୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ସଦର ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, କର୍ମଚାରୀ ଶଶାଙ୍କ ଶେଖର ଜେନା ଓ ଶଶୀଧର ମହାନ୍ତି ପ୍ରମୁଖ ପହଞ୍ଚତ୍ ଉଦ୍ଧାର କଇଁଛକୁ ନେଇ ବୁଢ଼ାବଳଙ୍ଗ ନଦୀ ମୁହାଣରେ ଛାଡ଼ି ଦେଇଥିଲେ।


All Right Reserved By Dharitri.Com

ପାଣିରେ ବୁଡ଼ି ଶିଶୁ ମୃତ

ବସ୍ତା, ୧୧।୧୦(ସ୍ବ.ପ୍ର.)-ବସ୍ତା ଥାନା ଧୋବଚକୁରାଇ ଗ୍ରାମର ପତିତପାବନ ଆଚାର୍ଯ୍ୟଙ୍କ ୩ବର୍ଷର ପୁଅ ସୋନୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସେ ପରିବାର ଲୋକଙ୍କ ଦୃଷ୍ଟି...

‘ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବଦ୍ଧପରିକର’

ବାଲେଶ୍ୱର ଅଫିସ୍‌, ୧୭ା୮: ୩୭୦ ଧାରା ଉଚ୍ଛେଦ କରି କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର...

ପ୍ରସୂତି ଗୃହ ନିର୍ମାଣରେ ଅନିୟମିତତା

ଖଇରା, ୨୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପ୍ରଦତ୍ତ ୨୦ଲକ୍ଷ ଟଙ୍କା ଅନୁଦାନରେ ପ୍ରସୂତି ଗୃହ ନିର୍ମାଣ କାର୍ଯ୍ୟ...

ଝଡ଼ାଫୁଙ୍କା ଆଳ: ଗୁଣିଆଙ୍କ ମାଡ଼ରେ ନାବାଳକ ଆହତ, ଗୁଣିଆ ଦମ୍ପତି ଚମ୍ପଟ

ଭୋଗରାଇ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମରଦା ଥାନା ଅଧୀନ ରାଣୀଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି l ଏହି ଗ୍ରାମର ଜଣେ...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ...

ଶିଳାନ୍ୟାଶର ୭ ମାସ ବିତିଲା:ଆରମ୍ଭ ହୋଇପାରୁନି ରାସ୍ତା

ଖଇରା, ୯।୭(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ପାଖାପାଖି ୭ମାସ...

ଅର୍ଥ ହେରଫେର ଅଭିଯୋଗ: ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୬।୧୨-ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତର ପୂର୍ବତନ ଓ ବର୍ତ୍ତମାନର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ କେ. ସୁଦର୍ଶନ...

ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ: ୩ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଭୋଗରାଇ,୫।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ଉତ୍ତୋଳନ ସମୟରେ ଗ୍ରାମବାସୀ ସେମାନଙ୍କୁ...

Leave a comment

Your email address will not be published. Required fields are marked *