ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ

ଲଣ୍ଡନ,୧୩।୨: ଇନଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ ବୟସ୍କ ଋଷି ଟ୍ରେଜେରୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବ ଅର୍ଥମନ୍ତ୍ରୀ ସାଜିଦ୍‌ ଜାବିଦ୍‌ କିଛି ଦିନ ତଳେ ଇସ୍ତଫା ଦେଇଥିଲେ। ସେବେଠାରୁ ଅର୍ଥମନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଋଷି ୨୦୧୫ରେ ସ୍ଥାନୀୟ ରିଚମଣ୍ଡ ପାର୍କ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ ୨୦୧୯ଠାରୁ ସେ ଟ୍ରେଜେରୀର ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ।


All Right Reserved By Dharitri.Com

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ସାପ, ବାଦୁଡିଙ୍କ ଦ୍ୱାରା ବ୍ୟାପୁଛି କୋରୋନା ଭାଇରସ !

ବେଜିଂ,୨୩।୧: ଚାଇନାରେ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି କୋରୋନା ଭାଇରସ। ଏବେ ଚାଇନାରେ ଏହି ଭାଇରସ ଆକ୍ରାନ୍ତରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୫୫୦ଜଣ...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଡୋରିୟନ୍‌: ୨୪୧ କିଲୋମିଟର ବେଗରେ ବହିବ ପବନ

ଓ୍ବାଶିଂଟନ,୧।୯: ସାମୁଦ୍ରିକ ଝଡ଼ ଡୋରିୟନ ମାଡ଼ି ଆସୁଛି। ଏହା ଆମେରିକାର ଫ୍ଲୋରିଡ଼ାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

କାତାରରେ ଏଫ୍‌-୨୨ ଯୁଦ୍ଧବିମାନ

ଓ୍ବାଶିଂଟନ,୩୦ା୬(ଏଏଫ୍‌ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍‌-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା...

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି....

‘କରୋନା’ ଭୂତାଣୁ ଆତଙ୍କ: ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ,୩୧।୧: ଭୟଙ୍କର ‘କରୋନା’ ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାକୁ ଲାଗିଛି। ଏହି ଭାଇରସ ଏବେ ବିଶ୍ୱର ୧୮ଟି ଦେଶରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

Leave a comment

Your email address will not be published. Required fields are marked *