Posted inଜାତୀୟ

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁରେ ୪ଟି ପର୍ଯ୍ୟାୟରେ ଏବଂ କଶ୍ମୀରରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ହୋଇଥିବା ସେ କହିଛନ୍ତି। ମତଦାନ ପାଇଁ ବାଲଟ ପେପର ବ୍ୟବହାର ହେବ। ମାର୍ଚ୍ଚ ୫, ୭, ୯, ୧୨, ୧୪, ୧୬, ୧୮ ଏବଂ ୨୦ରେ ମତଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଲଦାଖରେ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କଠାରୁ କୌଣସି ନିର୍ଦ୍ଦେଶ ମିଳି ନ ଥିବା ସେ କହିଛନ୍ତି।


All Right Reserved By Dharitri.Com

ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦୀନ ମଜୁରିଆ

କାନପୁର: ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ହରିୟାଣା ରାଜନୀତି: ଜେଜେପି ସମର୍ଥନରେ ଖଟ୍ଟର ସରକାର

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୫ା୧୦(ପି.ଟି./ଆଇଏଏନ୍‌ଏସ୍‌)- ହରିୟାଣା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବା ପରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁବା ପାଇଁ...

କରୋନା ଯୋଗୁ ମହାରାଷ୍ଟ୍ରରେ ପ୍ରଥମରୁ ଅଷ୍ଟମ ଅଲ୍‌ ପାସ୍‌

ମୁମ୍ବାଇ,୨୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ...

ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲେ ସର୍ଦ୍ଦାର ପଟେଲ: ମୋଦି

କେବଡିଆ,୩୧।୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ୧୪୪ ତମ ଜନ୍ମଦିବସ। ଏହି ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ବା ‘ରନ୍‌...

ଇନ୍‌ଫୋସିସ୍‌ ସିଇଓଙ୍କ ବିରୋଧରେ ଅଭିଯୋଗ

ବେଙ୍ଗାଲୁରୁ, ୧୩ା୧୧(ପି.ଟି.): ଗ୍ଲୋବାଲ ସଫ୍ଟଓ୍ବେର୍‌ ମେଜର ଇନ୍‌ଫୋସିସ୍‌ ଲିମିଟେଡ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ହ୍ବିସିଲ୍‌ବ୍ଲୋୟରଙ୍କ ଅଭିଯୋଗ ଗତ ଅକ୍ଟୋବର ମାସରେ ସାର୍ବଜନୀନ ହେବା ପରେ...

କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା

କୋଚି,୨୮।୩: କେରଳରେ କରୋନା ଭାଇରସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ...

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ...

Leave a comment

Your email address will not be published. Required fields are marked *