ତଲାବିରା କୋଇଲା ଖଣି ବିବାଦ: ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଲା ପୋଲିସ

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ତଲାବିରା କୋଇଲା ଖଣି ୧ ଓ ୨ରେ ବିବାଦ ଲାଗି ରହିଛି । କୋଇଲା ଖଣିରେ ଅଞ୍ଚଳବାସୀ ଆନ୍ଦୋଳନରେ ବସିଥିବା ବେଳେ ଗୁରୁବାର ସକାଳ ୮ଟାରେ ପୋଲିସ ପହଞ୍ଚିଥିଲା। ପରେ ବଳପୂର୍ବକ ମହିଳାମାନଙ୍କୁ ଉଠାଇ ପୋଲିସ ଗାଡିରେ ବସାଇବା ସହ ଲୋକମାନଙ୍କୁ ଠେଲାପେଲା ଓ ମାରପିଟ୍‌ କରି ଘଉଡାଇଥିଲା। ଆନ୍ଦୋଳନ ସ୍ଥାନରେ ଲାଗିଥିବା ଟେଣ୍ଟ୍‌ ଓ ସାଉଣ୍ଡ ସିଷ୍ଟମକୁ ଫୋପାଡି ଦେଇଥିଲା। ଏହାସହ ମହାତ୍ମା ଗାନ୍ଧୀ ଓ ବୀରସୁରେନ୍ଦ୍ର ସାଏଙ୍କ ପ୍ରତିଛବିକୁ ଫିଙ୍ଗି ଦେଇଥିଲା। ତେବେ ପୋଲିସ ସମସ୍ତଙ୍କ ମୋବାଇଲ ଫୋନ ଜବତ କରିନେଇଥିବା ବେଳେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି।


All Right Reserved By Dharitri.Com

ଅସହାୟ ବ୍ୟକ୍ତି, ବୁଲା ଗୋରୁଙ୍କୁ ଆହାର ଯୋଗାଇଲେ

ଉଦଳା,୩୦ା୩(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ବ୍ୟକ୍ତି, ବୁଲା କୁକୁର ଓ ଗୋରୁ...

ଉଜୁଡ଼ିଲା ଫସଲ ଓ ଧୋଇଗଲା ରାସ୍ତା

ଗଣିଆ,୧୭।୮(ଡି.ଏନ.ଏ.)- ଛାଡିଯାଇଛି ବନ୍ୟାଜଳ ା ହେଲେ ଉଜୁଡିଯାଇଛି ଏକର ଏକର ଚାଷ ଜମି ା ଧୋଇଯାଇଛି ରାସ୍ତାଘାଟ ା ଫଳରେ ବହୁ ଚାଷୀ ଉଜୁଡା ଫସଲକୁ...

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ୍‌ ଧାନଚାଷ ବୀମାରାଶି ପ୍ରଦାନ ନେଇ ଉଭୟ ପ୍ରଶାସନ ଓ ବୀମା କମ୍ପାନୀ ବିଭିନ୍ନ...

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ୭୪୮ ଅଭିଯୋଗ ପଞ୍ଜୀକୃତ

ମହାକାଳପଡା, ୨୨ା୧୦(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ସଂଖ୍ୟକ ୭୪୮ ଅଭିଯୋଗ ପଞ୍ଜିକୃତ...

ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ତୁମୁଡ଼ିବନ୍ଧ,୧୬ା୩( ଡି.ଏନ୍‌.ଏ.) କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ରବିବାର ଅପରାହ୍ନରେ ଏକ ବାଇକ୍‌କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୨ଜଣଙ୍କ...

ସୁଇସାଇଡ୍‌ ନୋଟ୍‌ ଲେଖି ଦୁଇ ଛାତ୍ରୀ ନିଖୋଜ

ରାୟଗଡ଼ା ଅଫିସ,୬।୨: ରାୟଗଡ଼ା ସହରର ନିଉ କଲୋନୀସ୍ଥିତ ଏକ ସ୍କୁଲରେ ପଢୁଥିବା ଦୁଇ ଛାତ୍ରୀ ଗୁରୁବାର ଭୋର୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଭାବକଙ୍କୁ ରୁମ୍‌ରେ ତାଲା...

ଶିକାରୀଙ୍କ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

କବିସୂର୍ଯ୍ୟନଗର,୨୪ା୮-କବିସୂର୍ଯ୍ୟନଗର ଥାନା ଦୋରାବଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିିରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଫାଇଲ୍‌ ଆସୁଛି ହେଲେ ଚେୟାର୍‌ ଖାଲି

କାଶୀନଗର, ୨୬ା୬(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ୍‌ କାର୍ଯ୍ୟାଳୟରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ବିଭିନ୍ନ ପଦବୀରେ କେହି ଅଧିକାରୀ ନାହାନ୍ତି। ଫାଇଲ୍‌ ପରେ ଫାଇଲ୍‌ ଆସୁଛି।...

Leave a comment

Your email address will not be published. Required fields are marked *