ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଗୁରୁବାର କୋର୍ଟରୁ ସେ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ପୁଣି ତଳ କୋର୍ଟରେ ଜାମିନ ଆବେଦନ ପାଇଁ ଏହା ହାଇକୋର୍ଟରୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ମାମଲାର ଚାର୍ଜଶିଟ ଦାଖଲ ପୂର୍ବରୁ ରୂପେଶ ହାଇକୋର୍ଟ ଆସିଥିଲେ। ଏଣୁ ଚାର୍ଜଶିଟ ହେବା ପରେ ରୂପେଶ ପୁଣି ତଳକୋର୍ଟକୁ ଯିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସ୍ମିତାରାଣୀ ହରିଦାସପୁର ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ଅକ୍ଟୋବର ୧୬ରେ ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ଥାନା ଅଧୀନ ବାଲିଘର ନିକଟରେ ଥିବା ଏକ ଗେଷ୍ଟ ହାଉସ୍‌ରୁ ପୋଲିସ ଜବତ କରିଥିଲା। ଉକ୍ତ ଗେଷ୍ଟ ହାଉସ୍‌ର ମାଲିକ ଥିଲେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ତଥା ଉକ୍ତ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ର। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ରୂପେଶଙ୍କୁ ଅକ୍ଟୋବର ୧୮ ତାରିଖରେ ଗିରଫ କରିଥିଲା। ନିକଟରେ ଉକ୍ତ ଗେଷ୍ଟ ହାଉସ୍‌କୁ ଯାଜପୁର ଜିଲା ପ୍ରଶାସନ ଭାଙ୍ଗି ଦେଇଛି।


All Right Reserved By Dharitri.Com

ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର

ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭...

୯ ସହରରେ ହେବ ଅତ୍ୟାଧୁନିକ ଶୌଚାଳୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ବିଭିନ୍ନ ସ୍ଥାନରେ ପଞ୍ଚତାରକା ତଥା ଅତ୍ୟାଧୁନିକ ଶୌଚାଳୟ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯...

ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ

ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ...

ଅଜନା ରୋଗ୍‌ରେ ପୀଡ଼ିତ ହୀରାଦେଈ

ଖଡିଆଳ,୨୩।୧୦(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍‌କେ ୨ ବଛର ହେଲା କେହେନ୍‌ସି ଗୁଟେ ଅଜନା...

ଅର୍ଚ୍ଚିତାଙ୍କୁ ‘ଅମ୍ରିଶ୍‌ ପୁରୀ’ ଆଓ୍ବାର୍ଡ

ଭୁବନେଶ୍ୱର,୨୮-୮(ବ୍ୟୁରୋ)- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୧୯ ପାଇଁ ଅମ୍ରିଶ ପୁରୀ ଆଓ୍ବାର୍ଡ ଅଫ୍‌ ଏକ୍ସଲେନ୍ସ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ...

ମାଟ୍ରିକ ପରୀକ୍ଷା ଫଳ: ପୁରୀ ଜିଲାରେ ପାସ୍‌ହାର ୭୮.୨୫%

ପୁରୀ ଅଫିସ, ୨୧।୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ଫଳ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି...

ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା...

ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୩-୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ...

Leave a comment

Your email address will not be published. Required fields are marked *