Posted inଫୁରସତ

ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼: କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ତାଗିଦ

ଗାନ୍ଧିନଗର,୧୩।୨: କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗୁଜରାଟର ଏକ କମ୍ପାନୀ ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼ିବାକୁ ତାଗିଦ କରାଯାଇଛି। ରାଜକୋଟରେ ଥିବା ପର୍ବ ମେଟାଲ ଗ୍ରୁପ୍‌ ପକ୍ଷରୁ କର୍ମଚାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଜାରି ହୋଇଛି। ଗତ ବର୍ଷ ଜୁନ୍‌ଠାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର ୧୫୦ କାରିଗର ଏବଂ ଅନ୍ୟ କର୍ମଚାରୀଙ୍କର ବିଡ଼ି,ସିଗାରେଟ୍‌, ଗୁଟଖା, ତମାଖୁ ଆଦି ଅଭ୍ୟାସ ବନ୍ଦ କରିବା ଲାଗି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହାପରେ କାରଖାନା ପରିସରରେ ଏସବୁର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଟାଟା ଗ୍ରୁପ୍‌ ପକ୍ଷରୁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଇଥାଏ। ଏହା ପର୍ବ ମେଟାଲ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପ୍ରେରଣା ଯୋଗାଇ ଥିଲା ବୋଲି ମ୍ୟାନେଜିଂ ପାର୍ଟନର ସହଦେବ ସିଂ ଝାଲା କହିଛନ୍ତି। ତେଣୁ ପ୍ରତିଦିନ କର୍ମଚାରୀଙ୍କର ଏକ ବ୍ୟାୟାମ ଏବଂ ଯୋଗ କ୍ଲାସ୍‌ ହୋଇଥାଏ। ଏହା ସେମାନଙ୍କୁ ମାନସିକସ୍ତରରେ ସୁସ୍ଥ ରଖିବାକୁ ସକ୍ଷମ ହୋଇଥାଏ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କାଞ୍ଜିଅଁଳା ନବମୀ: ଶାଶୁ, ବୋହୂଙ୍କୁ ପ୍ରଣାମ କରିବାର ପରମ୍ପରା

ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ...

ବିଶ୍ୱର ରହସ୍ୟମୟ ସ୍ଥାନ : ଯେଉଁଠି ଏଲିଅନ୍‌ଙ୍କୁ ବନ୍ଧନ ରଖାଯାଇଛି, ମୁକ୍ତ କରିବାକୁ ଯାଉଛି ଏହି କମ୍ପାନୀ

ବିଶ୍ୱରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି, ଯାହା ସମ୍ପର୍କରେ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ‘ଏରିଆ ୫୧’।...

ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି...

ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ...

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ଭୋଗ ହୋଇଥିଲା: ଦଶପଲ୍ଲା କୃଷି ଜିଲା ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ

ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଶାସନରେ ମୋ ଜନ୍ମ। ରଘୁନାଥ ଉଚ୍ଚ ବିଦ୍ୟାପୀଠରୁ ୧୯୭୭ରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ...

ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ...

ଶୀତରେ ବି ଯୁବତୀଙ୍କ ଶରୀରରୁ ବୋହିଥାଏ ପ୍ରବଳ ଝାଳ: ପ୍ରତି ଘଣ୍ଟାରେ ସେ ବଦଳାନ୍ତି ପୋଷାକ …

ପୃଥିବୀର କେତେକ ଲୋକଙ୍କଠାରେ ବିରଳ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ଜଣେ ଯୁବତୀ ଆମେରିକାର ଟେକ୍ସାସ୍‌ରେ ଅଛନ୍ତି। ତାଙ୍କ ଶରୀରରୁ ବର୍ଷସାରା ପ୍ରବଳ ଝାଳ ବାହାରିଥାଏ।...

ଏପରି ଗାଁ ଯେଉଁଠି ଅତିଥିଙ୍କୁ ଧୂମପାନ କରିବା ମନା…

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ...

Leave a comment

Your email address will not be published. Required fields are marked *