Posted inUncategorized

ଘରୋଇ ଉପାୟରେ ଦୂର ହୁଏ ଆଣ୍ଠୁ, କହୁଣୀରେ ପଡୁଥିବା କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ କହୁଣୀ ଓ ଆଣ୍ଠୁର ଯତ୍ନ ନେଲେ ଏହି ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ ଏ ସମ୍ପର୍କରେ…

– ଦହି ଏବଂ ଲେମ୍ବୁରସର ଏକ ମିଶ୍ରଣ ପ୍ରସ୍ତୁତ କରି କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ସପ୍ତାହରେ ଏପରି ୩/୪ ଥର କରନ୍ତୁ।

– ଚନ୍ଦନ ଏବଂ କ୍ଷୀରରେ ଏକ ପେଷ୍ଟ ତିଆରି କରି ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। କଳାଦାଗ ଦୂରେଇ ଯିବ।

– ସପ୍ତାହରେ ଥରେ କିମ୍ବା ଦୁଇଥର ସ୍କ୍ରବ୍‌ କରନ୍ତୁ।

– ଲେମ୍ବୁ, ଦହି, ସୋରିଷ ତେଲ ଏବଂ ବେସନରେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ କହୁଣୀ ଏବଂ ଆଣ୍ଠୁରେ ଲଗାନ୍ତୁ।

– ପ୍ରଚୁର ସବୁଜ ପନିପରିବା ଖାଆନ୍ତୁ। ଖଟା ଫଳ, ପାଚିଲା ଅମୃତଭଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଭିଟାମିନ୍‌ ଏ ଏବଂ ସି ମିଳିବ।

– ଗାଧୋଇବା ପୂର୍ବରୁ ଲେମ୍ବୁ ଚୋପାରେ କିଛି ବୁନ୍ଦା ମହୁ ପକାଇ କଳା ପଡ଼ିଥିବା ସ୍ଥାନରେ ଭଲ ଭାବେ ମାଲିସ କରନ୍ତୁ।


All Right Reserved By Dharitri.Com

Posted inUncategorized View All

୫-ଟି ସଚିବଙ୍କ ଗସ୍ତ ପରେ ତତ୍ପର ପ୍ରଶାସନ: ବିଏମ୍‌ସି ଭାଙ୍ଗିଲା ନିଜ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୭।୧୨(ଡି.ଏନ.ଏ.): ୫-ଟି ସଚିବଙ୍କ ଗୁରୁବାର ଅଚାନକ ଗସ୍ତ ନେଇ ଏକାମ୍ର କ୍ଷେତ୍ରରେ ବିଭିନ୍ନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ...

କପିଲ ଗୁଜ୍ଜର ଏଏପି ସଦସ୍ୟ

ନୂଆଦିଲ୍ଲୀ, ୫ା୨: ଦିଲ୍ଲୀର ଶାହିନ୍‌ବାଗରେ ଗତ ସପ୍ତାହରେ ହୋଇଥିବା ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗୁଳି ଫୁଟାଇ ଗିରଫ ହୋଇଥିବା ୨୩ ବର୍ଷୀୟ କପିଲ ଗୁଜ୍ଜର...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

Leave a comment

Your email address will not be published. Required fields are marked *