୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ପାହାଡ଼ରେ ହୋଇଥିଲା ମାନବ ସୃଷ୍ଟି

ଜୋହାନ୍ସ୍‌ବର୍ଗ,୧୩।୨: ମାନବ ସୃଷ୍ଟିକୁ ଇତିମଧ୍ୟରେ କୋଟି କୋଟି ବର୍ଷ ବିତିଯାଇଛି। ଗବେଷକଙ୍କ ଅନୁସାରେ ପ୍ରାୟ ୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ମଖଞ୍ଜଓ୍ବା ପାହାଡ଼ରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀ ସୃଷ୍ଟିର କିଛି କାଳ ପରେ ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା। ତେବେ ପ୍ରଥମେ ମଖଞ୍ଜଓ୍ବା ପାହାଡ଼ ପାଣି ଭିତରୁ ବାହାରକୁ ଦେଖାଯାଇଥିବା ଗବେଷକ କହିଛନ୍ତି। ଫଳରେ ଏଠାରେ ଜୀବନ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୈବବିବର୍ତ୍ତନ ଦ୍ୱାରା ଏଠାରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀରେ ଜୀବନ ସୃଷ୍ଟି ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଯୋଗାଉ ଥିବାରୁ ଏହି ଅଞ୍ଚଳକୁ ୟୁରେକା ସିଟି ଭାବେ ନାମିତ କରାଯାଇଛି। ଏଠାରେ ପୃଥିବୀର ସର୍ବ ପୁରାତନ ଭୂଭାଗ ରହିଛି। ୨୦୧୮ରେ ମଖଞ୍ଜଓ୍ବା ପାହାଡ଼ ଅଞ୍ଚଳକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ହେରିଟେଜ୍‌ ସ୍ଥଳ ଭାବେ ଘୋଷିତ କରାଯାଇଥିଲା। ୨୦୧୪ରେ ଏଠାରେ ଜୀବନ ସୃଷ୍ଟି ତଥ୍ୟ ସଂଗ୍ରହ ପାଇଁ ଜିଓଟ୍ରେଲ୍‌ ଆରମ୍ଭ କରାଯାଇଥିଲା। ଜର୍ମାନୀର ଜେନା ବିଶ୍ୱବିଦ୍ୟାଳୟର ପ୍ରଫେସର ଖ୍ରୀଷ୍ଟୋଫର ହ୍ୟୁବେକ୍‌ ଏବଂ ସ୍ଥାନୀୟ ଗାଇଡ୍‌ ଟୋନୀ ଫେର୍ରାରଙ୍କ ସହଯୋଗରେ ଏହାକୁ ଆରମ୍ଭ କରାଯାଇଥିଲା।


All Right Reserved By Dharitri.Com

ଉଡୁପୀ ଶ୍ରୀକୃଷ୍ଣ ମଠ: କେବେ ଓ କେମିତି ଯିବେ

କର୍ନାଟକ ରାଜ୍ୟର ଉଡୁପୀ ସହରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ରହିଛି, ଯାହାର ନାମ ହେଉଛି ଉଡୁପୀ ଶ୍ରୀକୃଷ୍ଣ ମଠ(ମନ୍ଦିର)। ଏହି...

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ...

୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ

ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ...

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ...

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

୨୩୦୦ ଫୁଟ ଉଚ୍ଚରୁ ମାଲିକଙ୍କ ସହ ଡେଇଁଲା କୁକୁର, ଫଟୋ ଭାଇରାଲ

ସୁଇଜରଲାଣ୍ଡ୍‌: ଲାଟରବ୍ରୁନେନ୍‌ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚରୁ ତଳକୁ ମାଲିକଙ୍କ ସହିତ ଏକ କୁକୁର ଜମ୍ପ୍‌ କରିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,...

Leave a comment

Your email address will not be published. Required fields are marked *