Posted inଜାତୀୟ

ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ପ୍ରକାଶ ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ପନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ଏଥିସହ ଉତ୍ତରାଖଣ୍ଡର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ବୋଲି ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଅପରପକ୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂହ ରାଓ୍ବତ ପନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପନ୍ତଙ୍କ ସମ୍ମାନାର୍ଥେ ରାଜ୍ୟରେ ଶୁକ୍ରବାର ଛୁଟି ଓ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକବାର୍ତ୍ତା ପନ୍ତଙ୍କ ପରିବାରକୁ ପଠାଇବା ସହ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ଏବଂ ଉତ୍ତରାଖଣ୍ଡ ଜଣେ ଭଲ ନେତାଙ୍କୁ ହରାଇଲା ବୋଲି କହିଛନ୍ତି।


All Right Reserved By Dharitri.Com

ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍‌

ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍‌ ଯୋଗେ ପାଣି...

ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୩ଶହ କୋଟି

ଉଜ୍ଜୟିନୀ,୧୮।୮: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଭକ୍ତଙ୍କର ସୁବିଧା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ଟଙ୍କା...

ମୋଦିଙ୍କ ହାତ ଛାଡିଲେ ହେବ ସତ୍ୟାନାଶ: ଫଡ଼ନବିଶ

ନାଗପୁର,୩।୮: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଜନାଦେଶ ଯାତ୍ରାରେ ବାହାରିଛନ୍ତି। ଶୁକ୍ରବାର ସେ...

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା...

କର୍ନାଟକର ପୂର୍ବତନ ମନ୍ତ୍ରୀ ବୈଜନାଥଙ୍କ ପରଲୋକ

ବେଙ୍ଗାଲୁରୁ,୨।୧୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ...

୩୭୦ ଉଚ୍ଛେଦ ପରଠୁ ଯୋଗାଯୋଗ ମାଧ୍ୟମ ବନ୍ଦ:ରାସ୍ତାରେ ଖବରଦାତା

ଶ୍ରୀନଗର,୪-୧୦(ପି.ଟି.):ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବାକୁ ୨ ମାସ ପୂରିଲାଣି। ତଥାପି ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇନାହିଁ। ମୋବାଇଲ ଓ ଇଣ୍ଟରନେଟ...

ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍‌) କର୍ମୀ

ବେଙ୍ଗାଲୁର,୨୨।୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ବିସ୍ଫୋରଣରେ ୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହିି ଘଟଣାରେ କର୍ନାଟକର ୨ ଜନତା ଦଳ ସେକ୍ୟୁଲାର...

Leave a comment

Your email address will not be published. Required fields are marked *