Posted inଜାତୀୟ

ଅପରାଧ ରେକର୍ଡ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାର କାରଣ କହିବ ଦଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୨: ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ ଦିଆଯାଇଛି ସେ ସମ୍ପର୍କରେ ଓ୍ବେବସାଇଟ ମାଧ୍ୟମରେ ଜଣାଇବାକୁ ରାଜନୈତିକ ଦଳଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ପ୍ରାୟ ୪ଟି ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆଞ୍ଚଳିକ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ କରାଯିବା ଉଚିତ। ଏହାସହ ସମ୍ପୃକ୍ତ ରାଜନୈତିକ ଦଳର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉକ୍ତ ତଥ୍ୟ ପୋଷ୍ଟ ହେବା ଉଚିତ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜନୈତିକ ଦଳ ୪୮ ଘଣ୍ଟା ମଧ୍ୟରେ ନିଜ ଓ୍ବେସାଇଟ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ତଥ୍ୟ ଅପଲୋଡ କରିବା ଜରୁରୀ। ଏହାସହ ଦଳ ପକ୍ଷରୁ ଏହି ସୂଚନା ନିର୍ବାଚନ କମିଶନଙ୍କୁ ୭୨ ଘଣ୍ଟା ମଧ୍ୟରେ ଦେବା ଜରୁରୀ। ଏଥିରେ ବିଳମ୍ବ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି। ଗୁରୁବାର ଏକ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

‘ଡିସେମ୍ବର ୬ରୁ ରାମମନ୍ଦିର ନିର୍ମାଣ’

ଏଟା,୨୫ା୯(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ଆସନ୍ତା ଡିସେମ୍ବର ୬ ତାରିଖରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ମଙ୍ଗଳବାର ଭାଜପା ଏମ୍‌ପି ସାକ୍ଷୀ ମହାରାଜ କହିଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ...

ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ

ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ...

ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ...

ସରକାର ଗଢିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଶିବସେନାକୁ ମିଳିପାରେ ଏନ୍‌ସିପିର ସହଯୋଗ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେବି ସ୍ପଷ୍ଟ ତଥ୍ୟ ମିଳି ପାରୁ ନାହିଁ। ଶିବସେନା କଥାରେ ରାଜି ନ ହୋଇ ନିଜ...

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦।୧୨: ରାଜସ୍ଥାନ ଜୟପୁର ବୋମା ବିସ୍ଫୋରଣ ମାମଲାର ଦୀର୍ଘ ୧୧ ବର୍ଷ ପରେ ୪ ଦୋଶୀଙ୍କୁ ଫାଶୀ ଦଣ୍ଡ ମିଳିଛି। ସ୍ପେଶାଲ କୋର୍ଟର ବିଚାରପତି ଅଜୟ...

ଇମ୍ରାନଙ୍କ ଧମକ ପରେ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଜଳନ୍ଧର,୮।୮:ଭାରତ ସହ ସମସ୍ତ ପ୍ରକାର କୁଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପାକିସ୍ତାନ...

ମାୟାବତୀ,ମମତା, ଚନ୍ଦ୍ରାବାବୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର: ଶରଦ ପାଓ୍ବାର

ମୁମ୍ବାଇ,୨୮।୪: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏଥର ବହୁମତ ସାବ୍ୟସ୍ତ କରିବାରେ ଅସଫଳ ହେବେ ତେବେ...

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ...

Leave a comment

Your email address will not be published. Required fields are marked *