କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ଚାଇନାରେ କରୋନାଭାଇରସରେ ୧୩ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି। କେବଳ ବୁଧବାର ୨୪୭ ଜଣଙ୍କ ମୃତ୍ୟୁ ହୋଇଥିଛି। ଏହାର ଭୟାବହତାକୁ ଦେଖି ସ୍ପେନର ବାର୍ସିଲୋନାରେ ହେବାକୁ ଥିବା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦(ଏମ୍‌ଡବ୍ଲୁସି ୨୦୨୦)କୁ ରଦ୍ଦ କରିଦିଆଯାଇଛି। ଏହା ଫେବୃୟାରୀ ଶେଷ ସପ୍ତାହରେ ଆୟୋଜନ କରାଯାଇଥିଲା। ଏହା ବନ୍ଦ ହେବାକୁ ନେଇ ଜିଏସ୍‌ଏମ୍‌ଏର ସିଇଓ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନାଭାଇରସ କାରଣରୁ ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ ଆୟୋଜନ କରିବା ଅସମ୍ଭବ ହୋଇ ପଡିଛି। କାରଣ କରୋନା ଭାଇରସ ଯୋଗୁ କିଛି କମ୍ପାନୀ ଏଥିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ଥର ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ରେ ପାଖାପାଖି ୨ଶହ ଦେଶର ୧ ଲକ୍ଷ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମୋବାଇଲ ଓ୍ବାର୍ଲଡ କଂଗ୍ରେସ ବିଶ୍ୱର ବଡ ବଡ କମ୍ପାନୀଙ୍କ ପାଇଁ ନିଜ ପ୍ରଡକ୍ଟ ଲଞ୍ଚ କରିବାର ଏହା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମ ହୋଇଥାଏ। ଏଥିରେ ଯୋଗ ଦେବାକୁ ଥିବା କିଛି ବଡ ବଡ କମ୍ପାନୀ ଚାଇନାର ହୋଇଥିବା ବେଳେ ଏମାନଙ୍କ ବ୍ୟବସାୟ ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ପଡିଛି।


All Right Reserved By Dharitri.Com

ବନ୍ୟା ପାଣିରେ ସେଲ୍‌ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ

ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ...

ଡୋକଲାମ ବିବାଦ କଥାବାର୍ତ୍ତା ଦ୍ୱାରା ସମାଧାନ ସମ୍ଭବ: ଲୋଟେ ଶେରିଙ୍ଗ୍‌

ନୂଆଦିଲ୍ଲୀ, ୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୂଟାନ ଗସ୍ତରେ ଯାଇ ଭାରତ ଫେରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଡୋକଲାମ ବିବାଦକୁ ନେଇ...

ଲଗାତାର ୬୦ ଥର ଥରିଲା ତୁର୍କୀ: ଚାପି ହୋଇ ୧୮ଜଣଙ୍କ ଜୀବନ ଗଲା

ଆଙ୍କରା,୨୫।୧: ତୁର୍କୀରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲଗାତାର ୬୦ ଥର ଭୂକମ୍ପ ଅନୁଭୁତ ହୋଇଛି। ସେଥିମଧ୍ୟରେ ୧୫ଥର ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୮...

ସମାବେଶୀ, ସ୍ଥାୟୀ ଅଭିବୃଦ୍ଧି ଲାଗି ସରକାର ବଦ୍ଧପରିକର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୦-୭: କେନ୍ଦ୍ର ସରକାର ସମାବେଶୀ, ସମଗ୍ର ତଥା ସ୍ଥାୟୀ ଅଭିବୃଦ୍ଧି ଲାଗି ବଦ୍ଧପରିକର ଏବଂ ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ...

ବିତ୍ତୀୟ ପରିଚାଳନାକୁ ନେଇ ସତର୍କ କରାଇଲେ ସୁବାରାଓ

ମୁମ୍ବାଇ,୧୮-୧୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି.ସୁବାରାଓ ସରକାରଙ୍କୁ ବିତ୍ତୀୟ ପରିଚାଳନା ନେଇ ସତର୍କ କରାଇଛନ୍ତି। ମଙ୍ଗଳବାର ସେ ସରକାରଙ୍କୁ କହିଛନ୍ତି ଯେ, ବିତ୍ତୀୟ ନିଅଣ୍ଟକୁ...

ଇଣ୍ଡୋନେସିଆରେ ଶକ୍ତିଶାଳୀ ବିସ୍ଫୋରଣ

ଜାକର୍ତ୍ତା,୩।୧୨: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏଥିରେ କେତେଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତେବେ ବିସ୍ଫୋରଣର...

ଗୋଟିଏ ଦିନରେ ଟଙ୍କା ୧୧୩ ପଇସା ଖସିଲା

ମୁମ୍ବାଇ,୬-୮: ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରଭାବ ଦେଶର ମୁଦ୍ରା ବଜାରରେ ପଡିଛି। ସୋମବାର ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୧୧୩ ପଇସା ହ୍ରାସ ପାଇଛି,...

ଚଳିତବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ: ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୪-୬: ଟେଲିକମ୍‌ ମନ୍ତ୍ରୀ ଭାବେ ରବିଶଙ୍କର ପ୍ରସାଦ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦୦ ଦିନ ଭିତରେ ୫ଜି ସ୍ପେକ୍ଟ୍ରମ ଟେଷ୍ଟିଙ୍ଗ୍‌ ଆରମ୍ଭ କରିବାର...

Leave a comment

Your email address will not be published. Required fields are marked *