୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା ପୋଲିସ ଠାବ କରିଛି। ଏଥିରେ ୪ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ ଜବତ ହୋଇଥିବାବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୪୮୯(ଏ,ବି,ସି,ଡି,ଇ), ୩୪ରେ ଏକ ମାମଲା (ନଂ. ୫୬/୨୦୨୦) ରୁଜୁ କରି ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଚିଣା ଗ୍ରାମର ଚନ୍ଦ୍ରମଣି ବଳ(୩୫)ଙ୍କ ସମେତ ଦାନଗଦୀ ଗ୍ରାମର ବାପିନା ସେଠୀ(୨୩), ମାନପୁର ଗ୍ରାମର ମନୋଜ ଦାସ(୩୧), ଯାଜପୁରରୋଡ ଥାନା ଧପଙ୍କି ଗ୍ରାମର ତପନ ଜେନା(୨୬), ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଗ୍ରାମର ଅଜୟ କୁମାର ସାହୁ(୨୪) ଓ ମାୟାଧର ପାତ୍ର(୬୪)। ଜାଲ ନୋଟ ସହ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, ପେପର କଟର, ମୋବାଇଲ ଫୋନ, ୨ଟି ବାଇକ ଆଦି ଜବତ କରାଯାଇଛି। ଏହି ଜାଲନୋଟ କାରବାରର ଚେର ଦାନଗଦୀରୁ ଢେଙ୍କାନାଳ, ଭଦ୍ରକ, କଟକ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଜାଲ୍‌ ନୋଟ କାରବାର ସମ୍ପର୍କରେ ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯାଜପୁରରୋଡ ଥାନାକୁ ସୂଚିତ କରିଥିଲେ। ଏହାପରେ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଦାନଗଦୀ ହାଟରେ ଜାଲ୍‌ନୋଟ କାରବାର ଚଳାଇଥିବା ଚନ୍ଦ୍ରମଣି ଓ ବାପିନାଙ୍କୁ ଜାଲ୍‌ନୋଟ ସହ କାବୁ କରିଥିଲେ। ଚଢାଉ ସମୟରେ ସେମାନେ ୫୦୦ ଟଙ୍କିଆ ଜାଲନୋଟ ଦୋକାନୀଙ୍କଠାରୁ ବଦଳ କରୁଥିଲେ। ପରେ ମଙ୍ଗଳପୁରସ୍ଥିତ ଚନ୍ଦ୍ରମଣିଙ୍କ ଘରେ ପୋଲିସ ଚଢ଼ାଉ କରି ନୋଟ ଛପା ଯନ୍ତ୍ରପାତି ସହ ୩ଲକ୍ଷ ୬୦ହଜାର ଟଙ୍କାର ଜାଲ ନୋଟ ଜବତ କରିଥିଲା। ଚନ୍ଦ୍ରମଣିଙ୍କୁ ପଚରାଉଚୁରା କରି ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କଠାରୁ ୧ଲକ୍ଷ ୧୭ ହଜାର ଜାଲ୍‌ ନୋଟ ଜବତ ହୋଇଥିଲା। ୨୦୧୭ରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ଜାଲନୋଟ କାରବାର ଅଭିଯୋଗରେ କାଳିଆପାଣି ଥାନା ଦ୍ୱାରା ଗିରଫ ହୋଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣି ଏହି କାରବାର ଚଳାଇଥିଲେ। ୧ଲକ୍ଷ ଜାଲ୍‌ ନୋଟ ବଦଳରେ ସେ ୨୫ ହଜାର ଟଙ୍କା ଅସଲି ନୋଟ ଆଣୁଥିଲେ ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଚରଣସିଂ ମୀନା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବନ୍ଧୁକ ମୁନରେ ୨୦ ଲକ୍ଷ ଟଙ୍କା, ୩୦ ଭରି ସୁନା ଲୁଟ୍‌

ଧର୍ମଗଡ,୧୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏକ ବଡଧରଣ ଡକାୟତି ହୋଇଛି। ସୋମବାର ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରୁ ୬ ଜଣ...

୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ...

୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି

ହାଟଡିହୀ, ୭ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ...

ଛାତ୍ରୀଙ୍କୁ ଆଡ୍‌ମିଟ୍‌ କାର୍ଡ ମିଳି ନ ଥିବା ପ୍ରସଙ୍ଗ: ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବାପା

ଗଞ୍ଜାମ,୧୪।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ଗଞ୍ଜାମ ବ୍ଲକ ହୁମାଠାରେ ଥିବା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି....

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ...

୩ ବଖରା ଜଳିଗଲା

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗଁାରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ବାବୁ ଗୌଡ ଓ ନାରାୟଣ ଗୌଡଙ୍କ ୩ ବଖରା ଜଳିଯାଇଛି। ଦିଗପହଣ୍ଡି...

ପାର୍କ, ଆଇ ଲଭ୍‌ ଛତ୍ରପୁର ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଛତ୍ରପୁର ଏନ୍‌ଏସି ପୋଲିସ ପଡିଆଠାରୁ ଜିଲାପାଳଙ୍କ ବଙ୍ଗଳା ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ସେଲ୍‌ଫି ପଏଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ...

ଅଟକାଇ ପାରିନି କରୋନା: କାଳିଆ ପାଖରେ ପହଞ୍ଚାଇଲେ ଫୁଲ, ତୁଳସୀ

ପୁରୀ ଅଫିସ,୧୬ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ବାଇଶିପାହାଚ ଡେଇଁପାରୁନି ଭକ୍ତ। ହେଲେ ଅନେକ ଶ୍ରଦ୍ଧାଳୁଙ୍କ ମନ ବୁଝୁନି। କାଳିଆ ସାଆନ୍ତଙ୍କୁ କିଏ ସ୍ବପ୍ନରେ ଦେଖୁଛନ୍ତି ତ...

Leave a comment

Your email address will not be published. Required fields are marked *