Posted inଜାତୀୟ

ଭାଙ୍ଗି ପଡିଲା ଫୁଟ୍‌ ଓଭର ବ୍ରିଜ୍‌

ଭୋପାଳ,୧୩।୨: ମଧ୍ୟପ୍ରଦେଶ ଭୋପାଳ ରେଲଓ୍ବେ ଷ୍ଟେଶନର ଫୁଟ୍‌ ଓଭର ବ୍ରିଜ୍‌ ଗୁରୁବାର ସକାଳେ ଭୂଷୁଡି ପଡିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ଲାଟ ଫର୍ମ ନମ୍ବର ୩ରେ ହୋଇଥିବା ଏହି ଦୁର୍ଘଟଣା ପରେ ଉକ୍ତ ଷ୍ଟେଶନରେ ଲୋକେ ଭୟଭୀତ ହୋଇପଡି ଏଣେତେଣେ ଦୌଡିବାକୁ ଲାଗିଥିଲେ। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଶ ଗୋୟଲ ଭୋପାଳ ଷ୍ଟେଶନର କିଛି ଫଟୋ ଶେୟାର କରିଥିଲେ। ଯାହା ଷ୍ଟେଶନର ସୌନ୍ଦର୍ଯ୍ୟକୁ ଦର୍ଶାଉଥିଲା। ଏବେ ଏହାର ଫୁଟ୍‌ ଓଭର ବ୍ରିଜ୍‌ ଖସି ପଡିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ଏକ ରେଲଓ୍ବେ ଷ୍ଟେଶନ ଓଭର ବ୍ରିଜ୍‌ ଭୁଷୁଡି ପଡିଥିଲା।


All Right Reserved By Dharitri.Com

୬ ବର୍ଷରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ଅର୍ଥମନ୍ତ୍ରୀ

ଚେନ୍ନାଇ,୧୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚେନ୍ନାଇରେ ଏକ ସଭାରେ ଯୋଗଦେଇ ସେ କହିଛନ୍ତି ଯେ, ଗତ...

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ୩୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍‌ କୋର୍ଟ...

ମୋଦି-ଶାହଙ୍କ ଯୋଡି ଆଜିର କୃଷ୍ଣ-ଅର୍ଜୁନ: ରଜନୀକାନ୍ତ

ଚେନ୍ନାଇ,୧୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ମୋଦି ସରକାରଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହାକୁ ନେଇ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ

ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍‌ଏମ୍‌...

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ

ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ...

୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିଥିବା ପୋଲିସ ଶେଷରେ ଚାକିରି ଛାଡି କରିବେ ରାଜନୀତି

ପୁଣେ, ୧୯।୭: ମହାରାଷ୍ଟ୍ରର ଲୋକପ୍ରିୟ ପୋଲିସ ଅଫିସର ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଠାଣେ କ୍ରାଇମବ୍ରାଞ୍ଚ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ ରାଜନୀତିରେ ଯୋଗଦେବା ପାଇଁ...

ଭାରତରେ ସେନା ସବୁଠୁ ବିଶ୍ୱସ୍ତ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ...

Leave a comment

Your email address will not be published. Required fields are marked *