୨୦୨୦ରେ ସବୁ ସମାସ୍ୟାର ସମାଧାନ:ସାହାରା ମୁଖ୍ୟ

ନୂଆଦିଲ୍ଲୀ,୧୩-୨: ୨୦୨୦ରେ ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆଶାବାଦୀ ରହିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨ ବୃହତ୍‌ ବିଦେଶୀ ନିବେଶକ ସାହାରର ରିୟଲ ଇଷ୍ଟେଟ ଏବଂ ସହର ବିକାଶ ପ୍ରକଳ୍ପରେ ନିବେଶ ନେଇ ଇଛୁକ ଅଛନ୍ତି। ଏହାବାଦ ନିୟାମକ ସେବି ଆକାଉଣ୍ଟରେ ଜମା କରାଯାଇଥିବା ପ୍ରାୟ ୨୨ ହଜାର କୋଟି ଧୀରେ ଧୀରେ ମଧ୍ୟ ଫେରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାହାରା ଗ୍ରୁପର ୪୨ତମ ପ୍ରତିଷ୍ଠା ଦିବସରେ ନିବେଶକଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, ଗ୍ରୁପ ଲୋକଙ୍କ ଅର୍ଥକୁ ଠିକ୍‌ ସମୟରେ ଫେରାଇବା ନେଇ କାର୍ଯ୍ୟ କରି ଆସିଛି। ମାତ୍ର କେତେକ ଅନାଗ୍ରହ ଅସୁବିଧା ସ୍ଥିତି ଯୋଗୁ ଗତ ୭ ବର୍ଷ ହେବ ଲୋକଙ୍କୁ ପେମେଣ୍ଟ ଦେବାରେ ସମସ୍ୟା ଉପୁଜୁଛି। ସେବି-ସାହାରା ବିବାଦକୁ ନେଇ ସେ କହିଛନ୍ତି, ୨ ସହଯୋଗୀ କମ୍ପାନୀର ସମ୍ପତ୍ତି ବନ୍ଧକ ରଖି ଅର୍ଥ ସେବି-ସାହାରା ଆକାଉଣ୍ଟରେ ଜମା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ହୋଇଥିଲା। ମାତ୍ର ୨ ବୃହତ୍ତ ବିଦେଶୀ ନିବେଶକ ସାହାରା ପ୍ରକଳ୍ପରେ ନିବେଶ କରିବାକୁ ଆଗଭର ହୋଇଥିବାରୁ ସମସ୍ୟା ସମାଧାନ ହୋଇଯିବା ନେଇ ଆଶା ରହିଛି।


All Right Reserved By Dharitri.Com

ଆୟକର ସ୍ଲାବ୍‌ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବ

ନୂଆଦିଲ୍ଲୀ,୧୨-୧୧: ଆୟକର ସ୍ଲାବ୍‌ ଏବଂ କ୍ୟାପିଟାଲ ଗେନ୍ସ ଟାକ୍ସ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନେଇ ଟାସ୍କଫୋର୍ସ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏହା ଲାଗୁ ହେଲେ ରାଜକୋଷକୁ...

ଇଲେକ୍ଟ୍ରିକ ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌ ହେବ ଛାଡ଼

ନୂଆଦିଲ୍ଲୀ,୨୧-୬: ଦେଶରେ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାଟେରି ଚାଳିତ ସମସ୍ତ ପ୍ରକାର ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍‌କୁ ଛାଡ଼...

ଶସ୍ତା ହେବ ଅଟୋ, ଗୃହ ଋଣ;ବ୍ୟାଙ୍କଗୁଡ଼ିକୁ ମିଳିବ ୭୦ ହଜାର କୋଟି

ନୂଆଦିଲ୍ଲୀ,୨୪-୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜି ଉପଲବ୍ଧତା ବୃଦ୍ଧି ସହ ଋଣ ପ୍ରଦାନ କ୍ଷମତାକୁ...

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା...

ଦେଶର ମୁଣ୍ଡପିଛା ଆୟ ୧୦,୫୩୪ ଟଙ୍କା

ନୂଆଦିଲ୍ଲୀ,୧।୬: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମୁଣ୍ଡପିଛା ଆୟ ୧୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୧୦,୫୩୪ ଟଙ୍କା ହୋଇଛି। ଶୁକ୍ରବାର ଜାରି...

୪.୯%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୯%କୁ ଖସିଯିବ ବୋଲି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ...

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର...

କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି...

Leave a comment

Your email address will not be published. Required fields are marked *