ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ

ନୂଆଦିଲ୍ଲୀ,୧୩-୨: ଗତ ଡିସେମ୍ବର ମାସରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୦.୩% ହ୍ରାସ ଘଟିଛି। ମାନୁଫାକଚରିଂ କ୍ଷେତ୍ରରେ ହ୍ରାସ ଯୋଗୁ ଏହା ହୋଇଥିବା ସରକାରୀ ଡାଟାରୁ ଜଣାପଡିଛି। ୨୦୧୮ ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନ ସୂଚୀ (ଆଇଆଇପି) ୨.୫% ଅଭିବୃଦ୍ଧି ହୋଇଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଡାଟା ମୁତାବକ ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି ୧.୨% ରହିଛି। ୨୦୧୮ ଡିସେମ୍ବରରେ ଏହାର ୨.୯% ବୃଦ୍ଧି ଘଟିଥିଲା। ଏହି ସମୟରେ ବିଦ୍ୟୁତ ଉତ୍ପାଦନ ୦.୧% ହ୍ରାସ ଘଟିଥିବା ଦେଖାଯାଇଛି। ୨୦୧୮ ଡିସେମ୍ବରରେ ଏଥିରେ ୪.୫% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏହାବାଦ ଖଣି କ୍ଷେତ୍ର କାର୍ଯ୍ୟକଳାପ ୫.୪% ବଢିଛି। ଏହା ପୂର୍ବରୁ ୧% ହ୍ରାସ ହୋଇଥିଲା। ଚଳିତ ବର୍ଷ ଏପ୍ରିଲ-ଡିସେମ୍ବର ସମୟରେ ଆଇଆଇପି ଅଭିବୃଦ୍ଧି ୦.୫% ଖସିଛି। ଏହା ୨୦୧୮-୧୯ରେ ୪.୭% ବୃଦ୍ଧି ଘଟିଥିଲା।


All Right Reserved By Dharitri.Com

ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା;ଇ-ଯାନ ନୀତି ଲାଗୁ ନେଇ ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୨୧-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଛାଇ ଯାଇଥିବାରୁ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଏହାକୁ ଦେଖି କେନ୍ଦ୍ର ସରକାର...

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା

ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍‌ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ...

ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର

ନୂଆଦିଲ୍ଲୀ,୭-୭: ଏଣିକି ପାନ୍‌ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍‌ ବ୍ୟବହାର ଅନିବାର୍ଯ୍ୟ...

ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ...

ବ୍ୟାଙ୍କ ଜମା ବୀମା କ୍ଷେତ୍ରରେ ଭାରତ ବହୁ ପଛରେ

ନୂଆଦିଲ୍ଲୀ, ୨୦-୧୧: ବ୍ୟାଙ୍କରେ ଗ୍ରାହକ ଜମା କରୁଥିବା ଅର୍ଥ ଉପରେ ମିଳୁଥିବା ବୀମା ଭାରତରେ ୧ ଲକ୍ଷ ଟଙ୍କା ରହିଛି। ସାରା ବିଶ୍ୱ କଥା ବିଚାର...

ବିପିସିଏଲ୍‌ ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ ୨୭ରେ

ଭୁବନେଶ୍ୱର,୨୩-୧୨: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀରରେ ସ୍ଥାପନ କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଚଳିତ ମାସ ୨୭ରେ ହେବ। ଏଠାରେ...

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ।...

Leave a comment

Your email address will not be published. Required fields are marked *